ଜାଲ ସାର୍ଟିଫିକେଟ ଯୋଗୁଁ ଶିକ୍ଷୟତ୍ରୀ ଚାକିରୀ ହରାଇଲେ, ଥାନାରେ ଏତଲା

Udaya_Labanya | March 3, 2023 | 15 views |0 | Breaking News , Crime , District , Education & Job


ଫୁଲବାଣୀ(ସୁନୀଲ ପଟନାୟକ )
କନ୍ଧମାଳ ଜିଲାରେ ଜାଲ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସଂଖ୍ୟା ବଢିଚାଲିଛି l
କିଏ ଜାଲ ବିଇଡି ସାର୍ଟିଫିକେଟ ଦେଇ ଚାକିରିକରୁଛି ତ ଆଉ କିଏ ଜାଲ ଜାତିଗତ ପ୍ରମାଣ ପତ୍ର l
ଏ ନେଇ କୂଇ ସମାଜପକ୍ଷରୁ ବହୁବାର ପ୍ରଶାସନର ଦ୍ରୁଷ୍ଟି ଆକର୍ଷଣ କରିବା ସହ ରା଼ଲ୍ଲୀ,ବିକ୍ଷୋଭ ମଧ୍ୟ କୁଇସମାଜପକ୍ଷରୁ ହେଉଛି l
ତେବେ ଶିକ୍ଷାବିଭାଗ ପକ୍ଷରୁ ଯାଞ୍ଚ ବେଳେ ଜାଲ ବି ଇଡି ସାର୍ଟିଫିକେଟ ବଳରେ ଚାକିରୀ କରୁଥିବା ସୁଧାଶ୍ରୀ ହୋତା ନାମ୍ନୀ ଜଣେ ଶିକ୍ଷୟତ୍ରୀ ଙ୍କୁ ଚାକିରୀ ହରାଇବାକୁପଡିଛି l
ସୁଧାଶ୍ରୀ ଫିରିଙ୍ଗିଆ ଶିକ୍ଷା ବିଭାଗ ଚିଠିନମ୍ବର ୧୨୬୯ ଏପ୍ରିଲ ୨ ତାରିଖ
୨ 0୧ ୮ ରେ ନୂଆପଦର ରବିଙ୍ଗିଆ ପ୍ରାଥମିକ ସ୍କୁଲ ରେ ଚାକିରୀ କରୁଥିଲେ l ୨ 0୧ ୮ ରୁ ୨ ୧ ଯାଏ ଚାକିରିକରିଥିଲେ l ତେବେ ଅଭିଯୋଗ ହେବାପରେ ସାର୍ଟିଫିକେଟ ଯାଞ୍ଚ କରାଯାଇଥିଲା ସେତେବେଳେ ତାଙ୍କର ବିଇ ଡି ସାର୍ଟିଫିକେଟ ଜାଲ ବୋଲି ଜଣା ପଡିଥିଲା lଏ ନେଇ ଜିଲ୍ଲାପାଳଂକନିର୍ଦେଶ କ୍ରମେ ବ୍ଲକ ଶିକ୍ଷା ଅଧିକାରୀ ଫିରିଙ୍ଗିଆ ଥାନlରେ ଏତଲା ଦେଇଥିଲେ lଫିରିଙ୍ଗିଆ ଥାନାରେ ୨ ୭ /୨୩ ରେ ମାମଲା ରୁଜ୍ଜୁ ହୋଇଛି l ଏହା ସହ ଜିଲାପାଳ ଙ୍କ ନିର୍ଦେଶକ୍ରମେ ସମ୍ପୃକ୍ତ ଶିକ୍ଷୟତ୍ରୀ ସୁଧାଶ୍ରୀ ହୋତା ଙ୍କୁ ଚାକିରୀ ରୁବହିସ୍କୃତ କରାଯାଇଛି l ସୁଧାଶ୍ରୀ କେବଳ ଜଣେ ନୁହଁନ୍ତି ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଜାଲ ପ୍ରମାଣପତ୍ର ମାଧ୍ୟମରେ ବିଭିନ୍ନସ୍କୁଲ ରେ ଚାକିରିକରୁଛନ୍ତି ଏଣୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ର ଆବଶ୍ୟକତା ରହିଛି l ଭିଜିଲନ୍ସବିଭାଗ ସକ୍ରିୟ ହୋଇ ଏଥିପ୍ରତି ଦୃଷ୍ଟିଦେବା ଜରୁରୀ l

Share this

Related Posts

ତୁମୁଡିବନ୍ଧ ହାଟପିଣ୍ଡିରେ କୁଢ଼ କୁଢ଼ ଗୋବର ଓ…

Udaya_Labanya | March 22, 2023 | 4 views |0

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ପଞ୍ଚାୟତ ସ୍ଥିତ ହାଟପଦା ସ୍ଥଳରେ ସୋମବାର ଦିନ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି କୁଡ଼ କୁଡ଼ ଅଳିଆ ଆବର୍ଜନା lସୋମବାର ଦିନ ତୁମୁଡିବନ୍ଧ ପଞ୍ଚାୟତ ରେ ସାପ୍ତାହିକ ହାଟ ଥିବା…

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ…

Udaya_Labanya | March 22, 2023 | 5 views | 0

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା…

Leave a Reply

Your email address will not be published. Required fields are marked *

Archives

Categories