
ଆଠଗଡ ଆମ୍ବେଦକର ସଂଘର କର୍ମକର୍ତା ଚୟନ ଅନୁଷ୍ଠିତ
Udaya_Labanya | March 4, 2023 | 11 views |0 | Breaking News , District , State , ରାଜ୍ୟ ଖବର
ଆଠଗଡ (ଉଲ୍ଲାପ୍ର )ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଅନୁସୂଚିତ ଜାତି ଜନଜାତି ଉନ୍ନୟନ ପରିଷଦ, ଆଠଗଡ଼ର ଏକ ବାର୍ଷିକ ଅଧିବେଶନ ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ସେଠିଙ୍କ ଅଧ୍ୟକ୍ଷତାରେ ପରିଷଦର କାର୍ଯ୍ୟାଳୟ ଆମ୍ବେଦକର ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ବୈଠକରେ ଆଠଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମ ପଞ୍ଚାୟତରୁ ପ୍ରତିନିଧି ଏବଂ କର୍ମକର୍ତ୍ତା ମାନେ ଯୋଗଦାନ କରିଥିଲେ l ସର୍ବପ୍ରଥମେ ବାବା ସାହେବ ଆମ୍ବେଦକରଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ ଏବଂ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା l ଉକ୍ତ ସଭାରେ ସଭ୍ୟ ସଭ୍ୟା ମାନଙ୍କ ମତକୁ ପାଥେୟ କରି ପରିଷଦର ଏକ ଦକ୍ଷ କମିଟି ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା l ଉକ୍ତ କମିଟିରେ ସଭାପତି ରୁପେ ଶ୍ରୀ ବିଚିତ୍ରା ନନ୍ଦ ସେଠି, ଉପସଭାପତି ରୁପେ ପୀତବାସ ନାଏକ, ପ୍ରଫୁଲ୍ଲ ନାଏକ,ଅରୂପାନନ୍ଦ ସେଠି, ବିଷ୍ଣୁ ଚରଣ ନାଏକ, ଝୁମ୍ପେଇ ନାଏକ, ଝୁନୁବାଳା ନାଏକ, ସ୍ୱପ୍ନା ସେଠି,ସାଧାରଣ ସମ୍ପାଦକ ସତ୍ୟଜିତ ମଲ୍ଲିକ,ସହ ସମ୍ପାଦକ ରୁପେ କାମିନୀ ଦେହୁରୀ, ସ୍ମୃତିଧର ବେହେରା, ସୀତା ନାଏକ, ପାର୍ବତୀ ନାଏକ, ମମତା ନାଏକ, ଆଇନ ପରାମର୍ଶଦାତା ପ୍ରକାଶ ସେଠି, ମିଡ଼ିଆ ସେଲ ଅଶୋକ ମଲ୍ଲିକ ଏବଂ ପରିଶେଷରେ ପରାମର୍ଶଦାତା ରୁପେ ହରିଶ ଆଇବ୍ରୁ, ନିରଞ୍ଜନ ନାଏକ, ଧରଣୀଧର ଦେହୁରୀ, ପ୍ରମୋଦ ସେଠି, ରତିକାନ୍ତ ଦେହୁରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା l
