କଟକରେ ବିଜେପି ର ବିକ୍ଷୋଭ

Udaya_Labanya | March 4, 2023 | 13 views |0 | Breaking News , District , Politics

ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଗତ ଫେବୃଆରୀ 28 ତାରିଖରେ ଭାଜପା ଯୁବମୋର୍ଚା ତରଫରୁ ହୋଇଥିବା ଶୋଭାଯାତ୍ରାରେ ପୋଲିସ ଆକ୍ରମଣ ପରଠାରୁ ଆଜି ଯାଏଁ ଦୋଷୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ତଥା ଏସବୁ ବିଷୟକୁ ନେଇ ଗତକାଲି କଟକର ସମସ୍ତ ଥାନାରେ ପୋଲିସ ଡିଜି, ଭୁବନେଶ୍ୱର କଟକ ପୋଲିସ କମିଶନର ଓ ଭୁବନେଶ୍ୱର ଡିସିପି ଙ୍କ ବିରୁଦ୍ଧରେ ଦିଆଯାଇଥିବା ଏତାଲା ବର୍ତମାନ ମାନ ଯାଏ ଗ୍ରହଣ ନହେବା ପ୍ରତିବାଦ ରେ ଆଜି ମାର୍ଚ୍ଚ 4 ତାରିଖରେ ଦିନ 11 ଟା ସମୟରେ କଟକ ଏସ ପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଟକ ଜିଲ୍ଲା ଭାଜପା ତରଫରୁ ଏକ ପ୍ରତିବାଦ ସଭା ଓ ଗଣ ଧାରଣା ହୋଇଥିଲା । କଟକ ନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ ଓ କଟକ ସଦର ଜିଲ୍ଲା ସଭାପତି ଶ୍ରୀ ପ୍ରକାଶ ବେହେରାଙ୍କ ନେତୃତ୍ୱରେ ହୋଇଥିବା ଏହି ଗଣ ଧାରଣା ତଥା ପ୍ରତିବାଦ ସଭାରେ ବରିଷ୍ଠ ନେତା ନୟନ କିଶୋର ମହାନ୍ତି,ଦିଲ୍ଲୀପ ମଲ୍କିକ,ଶାରଦା ପ୍ରସାଦ ପ୍ରଧାନ,ବିଜୟ ଦଳ ବେହେରା, ସିକନ୍ଦର ଅଲି,ଛବି ମଲ୍କିକ,ତୁଷାର ଚକ୍ରବର୍ତ୍ତୀ, ବ୍ରଜେନ୍ଦ୍ର ରାୟ, ବିଭୁଦତ୍ତ ପଟ୍ଟନାୟକ,ରଶ୍ମିରେଖା ଦାସ,ଯାଜ୍ଞସେନୀ ଜେନା,ସତ୍ୟବ୍ରତ ମିଶ୍ର,ପ୍ରଦୀପ ପଟ୍ଟନାୟକ, ରାମନାରାୟଣ ମହାନ୍ତି,ଆଲୋକ କୁମାର ମହାନ୍ତି,କୀର୍ତି ପଟ୍ଟନାୟକ ପ୍ରମୁଖ ବକ୍ତବ୍ୟ ରେ ନବୀନ ସରକାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ସଜାଡିବା ନେଇ ଚରମ ବିଫଳ ହୋଇ ପୋଲିସ ଦ୍ୱାରା ଆତଙ୍କ ରାଜ ଚଳାଇଛନ୍ତି ବୋଲି କହିଥିଲେ। ମିଥ୍ୟା ସଂଗୀନ ଦଫାରେ ଗିରଫ କରିଥିବା ଭାଜପା ଯୁବନେତାଙ୍କୁ ନିସର୍ତ୍ତ ଖଲାସ ନକଲେ ପରିଣତି ଭୟାବହ ହେବ ବୋଲି ଚେତାଇଥିଲେ। ଏହି କାର୍ଯ୍ୟକ୍ରମରେ ଦେବଦତ୍ତ କର,ନିତାଇ ଚରଣ ନନ୍ଦ,ମହମ୍ମଦ ସବୀର,ଗୋପାଳ ବେହେରା, ଲକ୍ଷ୍ମୀଧର ବେହେରା, ଗଗନ ଓଝା,ସୁବାଷ ମହାନ୍ତି, ଶରତ ଭୋଳ, ୱାଇ ୱାଣି ,ରତନ ମହାନ୍ତି,ସୁଶାନ୍ତ ମହାନ୍ତି,ଦେବାନନ୍ଦ ସିଂ,ପ୍ରମୋଦ ଓଝା, ନିତାଈଗୋର ମହାନ୍ତି,ଅମ୍ରିତ ଆଚାର୍ଯ୍ୟ,ବିକ୍ରମ ଦାଶ, ଭାଗିରଥି ଦଳେଇ, ଚିରଞ୍ଜୀବ ଖଣ୍ଡାୟତ ରାୟ, ଅନିଲ ଦଳେଇ, ସବ୍ୟସାଚି ମହାପାତ୍ର, ବିଚିତ୍ରାନନ୍ଦ ଜେନା,ପ୍ରଶାନ୍ତ ଦାସ,ଧୀର ମହାନ୍ତି, ଅମିତ ମିତ୍ର, ସଂଗ୍ରାମ ସିଂ,ସୁଶାନ୍ତ ସାହୁ,ବିଲୁ ପ୍ରଧାନ,ଅନୁପମ ଦାସ ,କଲ୍ୟାଣୀ ମହଲା, ସଂଜୀବ ମହାପାତ୍ର, ମାମିନା ମହାନ୍ତି, ସୋନିଆ ଶର୍ମା,ନଳିନୀ ରାୟ, ତପନ ଲେଙ୍କା, ପ୍ରଭାତ ମହାପାତ୍ର,ବିଶ୍ୱଜିତ ଦାସ, ଦୀପକ କାହାଳୀ,ରମେଶ ପ୍ରଧାନ ଆଦିଙ୍କ ସହିତ ଚାରିଶହ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସ୍ମାରକ ପତ୍ର ଏସପି ମହୋଦୟ ଙ୍କୁ ଦେଇଥିଲେ ।

Share this

Related Posts

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର…

Udaya_Labanya | March 25, 2023 | 12 views |0

ଫୁଲବାଣୀ (ସୁନୀଲ ପଟନାୟକ )ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳ ର ଯୁବ ସମାଜସେବୀ ଦେବାଶିଷ ସାହାଣୀ lଦେବାଶିଷ ଙ୍କୁ ରାଜ୍ୟ ଶାଖା ତରଫରୁ ମନନୀତ କରାଯାଇଛି lଶନିବାର ଅନୁଷ୍ଠିତ ସଭାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories