ଜଙ୍ଗଲର ନିଆଁ ନିରାକରଣ ପାଇଁ ପାରମ୍ପରିକ ନୃତ୍ୟ ଗୀତ ମାଧ୍ୟମରେ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Udaya_Labanya | March 4, 2023 | 23 views |0 | Breaking News , District , State , ରାଜ୍ୟ ଖବର

ବାଲିଗୁଡା (ଉଲ୍ଲାପ୍ର )ଜଙ୍ଗଲ ର ନିଆଁକୁ ନିରାକରଣ ପାଇଁ ପାରମ୍ପରିକ ନୃତ୍ୟ ଗୀତ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l ବନାଗ୍ନୀ ରୋକିବା କୁ ଖରା ଦିନ ପୂର୍ଵରୁ ସଜାଗ ହେଉଛି ବନ ବିଭାଗ lବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବନାଞ୍ଚଳ ଅଧିକାରୀ ଲଳିତ ମୋହନ ନାୟକ ଏବଂ ଲଙ୍କାଗଡ଼ ସେକ୍ସନ ଫରେଷ୍ଟର ଜ୍ୟୋତି ରାଜ ମଳିକ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଲଙ୍କାଗଡ଼ ଅଞ୍ଚଳ ରେ ପୋଡୁଚାଷ ରୁ ନିବୃତ ବେ ଆଇନ ଶିକାର ଏବଂ ମହୁଲ ସଂଗ୍ରହ ସମୟ ରେ

ଗଛତଳେ ନିଆଁ ନଲଗାଇ ସଠିକ ଉପାୟରେ ମହୁଲ ଫୁଲ ସଂଗ୍ରହ ଏବଂ ବନ୍ୟପ୍ରାଣୀ ଙ୍କ ସୁରକ୍ଷା ନିମନ୍ତେ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା l ଉପସ୍ଥିତ ରହି ଜଙ୍ଗଲ କୁ କିଭଳି ନିଆଁ ଦାଉରୁ ରକ୍ଷାକରି ଗ୍ରାମ୍ୟ ଜଙ୍ଗଲ କୁ ସୁରକ୍ଷା ଦେବା ପାଇଁ ସମୂହ ଶପଥ ପାଠ କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ବନର କ୍ଷୀ ଲୋକନାଥ ପ୍ରସାଦ ପ୍ରଧାନ ଯୁଧିଷ୍ଠିର ଦିଗାଳ ଖଗେଶ୍ୱର ମଳିକ ଉପସ୍ଥିତି ଥିଲେ lପ୍ରମୋଦ କୁମାର ଦଣ୍ଡସେନା ଙ୍କ ନେତୃତ୍ୱ ରେ କନ୍ଧମାଳ କଳା

ବିକାଶ କେନ୍ଦ୍ରର କଳାକାର ମାନେ ଗୀତ ନୃତ୍ୟ ନିଖୁଣ ଅଭିନୟ ମାଧ୍ୟମ ରେ ଜନ ସଚେତନକରିଥିଲେ l ଗ୍ରାମବାସୀ ମାନେ ବନବିଭାଗ ର ଏହି ସଚେତନଧର୍ମୀ ପଥ ପ୍ରାନ୍ତ ନାଟକ ମାଧ୍ୟମରେ ଅନେକ କିଛି ଶିକ୍ଷା ଅର୍ଜନ କଲୁ ଏବଂ ଆଗକୁ ସଚେତନ ହେବୁ ବୋଲି ପ୍ରକାଶ କରିଥିଲେ lକାର୍ଯ୍ୟକ୍ରମ ରେ ବିଭିନ୍ନ ସ୍କୁଲ ଛାତ୍ର ଛାତ୍ରୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଟୀ ସମେତ ଗ୍ରାମବାସୀ ସାମିଲ ହୋଇଥିଲେ l

Share this

Related Posts

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର…

Udaya_Labanya | March 25, 2023 | 12 views |0

ଫୁଲବାଣୀ (ସୁନୀଲ ପଟନାୟକ )ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳ ର ଯୁବ ସମାଜସେବୀ ଦେବାଶିଷ ସାହାଣୀ lଦେବାଶିଷ ଙ୍କୁ ରାଜ୍ୟ ଶାଖା ତରଫରୁ ମନନୀତ କରାଯାଇଛି lଶନିବାର ଅନୁଷ୍ଠିତ ସଭାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories