ଟିମ୍ ହ୍ୟୁମାନିଟି କନ୍ଧମାଳ ର ମହାନତା

Udaya_Labanya | March 5, 2023 | 8 views |0 | State , ରାଜ୍ୟ ଖବର


କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ ): ପୁଣିଥରେ ଟିମ୍ ହ୍ୟୁମାନିଟି କନ୍ଧମାଳ ନିଜର ମହାନତା ଦେଖାଇଛି। ସୂଚନା ପ୍ରକାରେ ଗତ ଜାନୁଆରୀ ୨୪ ତାରିଖ ଦିନ ଅନୁଗୋଳର ବଅଁରପାଳ ଠାରେ ଏକ ଦୁର୍ଘଟଣାରେ ଜଣେ ମହିଳା ଗୁରୁତର ଭାବେ ଆହତ ହୋଇଥିଲେ। ମହିଳା ଜଣକ ପୁରୀ ଜିଲ୍ଲା ବାସୁଦେବପୁର ଅଞ୍ଚଳର କିନ୍ତୁ ସେ ବଅଁରପାଳ ଷ୍ଟେଟ ବ୍ୟାଙ୍କରେ ବ୍ରାଞ୍ଚ ମ୍ୟାନେଜର ଭାବେ କାର୍ଯ୍ୟରତ ଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଆମ୍ରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଦୁଇ ୟୁନିଟ ରକ୍ତର ଆବଶ୍ୟକ ପଡୁଥିବା ଜାଣି ପରିବାର ଲୋକେ ରକ୍ତ ଖୋଜିବାକୁ ଲାଗିଲେ। ବି ନେଗେଟିଭ ଭଳି ବିରଳ ରକ୍ତର ଆବଶ୍ୟକ ପଡ଼ୁଥିବାରୁ ପରିବାର ଚିନ୍ତାରେ ପଡ଼ି ଯାଇଥିଲେ। ଏହି ଖବର ଶୁଣି କୋୖଣସି ପ୍ରକାରେ ଭୁବନେଶ୍ବର ବଡଗଡ ଥାନାଧିକାରୀ ତୃପ୍ତି ରଞ୍ଜନ ନାୟକ ମହୋଦୟ ଟିମ୍ ହ୍ୟୁମାନିଟି କନ୍ଧମାଳ ସଦସ୍ୟ ଭି.ଜଗନ୍ନାଥ ରାଜୁଙ୍କୁ ଯୋଗାଯୋଗ କରିଥିଲେ। ଖବର ପାଇବା ପରେ ଟିମ୍ ସଦସ୍ୟ ଜଗନ୍ନାଥ ରାଜୁ ଜିଲ୍ଲାର ସମସ୍ତ ଅଞ୍ଚଳର ରକ୍ତଦାତାଙ୍କ ସହ ଯୋଗାଯୋଗ କଲାପରେ ଉକ୍ତ ବ୍ଲଡ଼ ଗ୍ରୁପ ଥିବା ନିକଟସ୍ଥ ଫିରିଙ୍ଗିଆ ବ୍ଲକର ବ୍ରଜବନ୍ଧୁ ମଲ୍ଲିକ ଏବଂ ଫୁଲବାଣୀ ସହରର ଶିବପ୍ରସାଦ ପଣ୍ଡାଙ୍କୁ ଭେଟି ଏ ବିଷୟରେ ଜଣାଇଥିଲେ। ଟିମ୍ ସଦସ୍ୟ ଭି. ଜଗନ୍ନାଥ ରାଜୁ ଏବଂ ରବୀନ୍ଦ୍ର ମହାରଣା ମିଶି ଦୁଇ ରକ୍ତଦାତା ଡେରି ନ କରି ରୋଗୀଙ୍କ ଭାଇ ଜ୍ଞାନ ରଞ୍ଜନ ସାହୁଙ୍କୁ ଯୋଗାଯୋଗ କରି ଭୁବନେଶ୍ୱର ଆମ୍ରୀ ହସ୍ପିଟାଲରେ ପହଞ୍ଚି ଦୁଇ ୟୁନିଟ୍ ରକ୍ତ ଯୋଗାଇ ଦେଇ ସେହି ଅସହାୟ ମହିଳାଙ୍କ ଜୀବନ ବଞ୍ଚାଇବାକୁ ପ୍ରୟାସ କରିଛନ୍ତି।

Share this

Related Posts

ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ୩…

Udaya_Labanya | March 29, 2023 | 7 views |0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ଶୁଣାଇଛନ୍ତି ଦଣ୍ଡବିଧାନ । ବୁଧବାର ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାର ଅଭିଯୁକ୍ତ ବଶିଷ୍ଠ ଦିଗାଲ ୩୫ଵର୍ଷକୁ ଦୋଷୀ ସାବ୍ୟସ୍ତ କରି ୩ ଵର୍ଷ ସଶ୍ରମ କାରାଦଣ୍ଡ…

ଛତିଶଗଡ଼ ବିଧାନସଭାରେ ସାମ୍ବାଦିକ ସୁରକ୍ଷା ବିଲ ପାରିତ

Udaya_Labanya | March 26, 2023 | 23 views | 1

ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଛତିଶଗଡ଼ର କଂଗ୍ରେସ ସରକାର ପଦକ୍ଷେପ ନେଇଛନ୍ତି। ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଛତିଶଗଡ଼ର କଂଗ୍ରେସ ସରକାର ପଦକ୍ଷେପ ନେଇଛନ୍ତି। ଛତିଶଗଡ ବିଧାନସଭା ବୁଧବାର 'ଛତିଶଗଡ ମିଡିଆ ପର୍ସନ ସୁରକ୍ଷା ବିଲ୍ ୨୦୨୩' ପାରିତ କରିଛି। ଯାହା ଗଣମାଧ୍ୟମ ବ୍ୟକ୍ତିମାନଙ୍କୁ…

Leave a Reply

Your email address will not be published. Required fields are marked *

Archives

Categories