ମନେ ପଡନ୍ତି ବିଜୁବାବୁ

Udaya_Labanya | March 5, 2023 | 57 views |0 | District , Exclusive , Headlines , Politics , Special Story

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ସହିତ କିଛି ଅନୁଭୂତି 1996 ମସିହାରେ, ସେତେବେଳେ ମୁଁ ସାମ୍ବାଦିକ ଥିଲି ପ୍ରଗତିବାଦୀ ରେ ଆଉ ଆଜି ସମ୍ପାଦକ ଉଦୟ ଲାବଣ୍ୟ, ଜଣେ ସାମ୍ବାଦିକ ଭାବେ ବିଜୁ ବାବୁଙ୍କୁ ଜାଣିଥିଲି ଓ ମୋ ବାପା ଚୌଦ୍ୱାର କଳିଙ୍ଗ ପବ୍ଲିକ ସ୍କୁଲରେ ଚାକିରୀ କରିଥିଲେ,କଳିଙ୍ଗ ପବ୍ଲିକ ସ୍କୁଲ କୁ ଗଢ଼ିଥିଲେ ପ୍ରବାଦ ପୁରୁଷ ବିଜୁ ବାବୁ, କାଳ କ୍ରମେ କଳିଙ୍ଗ ଟ୍ୟୁବସ ବନ୍ଦ ହୋଇଯାଇଥିଲେ ମଧ୍ୟ ରାଜ୍ୟର ଏକମାତ୍ର ସ୍କୁଲ କଳିଙ୍ଗ ପବ୍ଲିକ ସ୍କୁଲ କୁ ରାଜ୍ୟ ସରକାର ହାତକୁ ନେଇ ସାରିଥିଲେ, ବିଜୁ ବାବୁଙ୍କ ସହିତ ଅନେକ ଥର ମୋ ବାପାଙ୍କ ଦେଖା ହୋଇଛି ଚୌଦ୍ୱାର ରେ ଏବଂ ବାପାଙ୍କ ଠାରୁ ବିଜୁବାବୁଙ୍କ ସମ୍ପର୍କରେ ଅନେକ ତଥ୍ୟ ମୁଁ ଶୁଣିଛି ହେଲେ ବିଜୁ ବାବୁଙ୍କୁ ପାଖରୁ ଦେଖିବାର ସୁଯୋଗ କେବେହେଲେ ପାଇ ଥିଲି,1996 ମସିହା ବିଜୁ ବାବୁ ନଗଦା ନଗଦି ମୁଖ୍ୟମନ୍ତ୍ରୀ ପଦରୁ ଯାଇଥାନ୍ତି,1995 ନିର୍ବାଚନ ରେ ବଡମ୍ବା ରୁ ନୂଆକରି

ବିଧାୟକ ହୋଇଥାନ୍ତି ଦେବି ଭାଇନା,ଆଉ ଏହି ସମୟରେ ବଡମ୍ବା ପରଜା ପଡା ଓ ଇଚ୍ଛାପୁର ମଧ୍ୟରେ ଏକ ଗଣ୍ଡଗୋଳ ଘଟି କାଳିଆ ନାମକ ଯୁବକର ମୃତୁ ଘଟିଥିଲା, କାଳିଆ ଜନତା ଦଳର ସଦସ୍ୟ ଥିବାରୁ ବିଜୁବାବୁ ବଡମ୍ବା ଆସିବାକୁ ଚାହିଁଲେ, ସେତେବେଳେ ଆଠଗଡ ନିର୍ବାଚନ ମଣ୍ଡଳୀର ୯ ଟି ପଞ୍ଚାୟତ ବଡମ୍ବା ନିର୍ବାଚନ ମଣ୍ଡଳୀରେ ଥିବାରୁ ଆଠଗଡ ବିଧାୟକ ରାଜା ସ୍ୱାଇଁ ଙ୍କ ଦବ ଦବା ମଧ୍ୟ ଥାଏ, ବିଜୁ ବାବୁ ବଡମ୍ବା ଆସିବେ ବୋଲି ସ୍ଥିର ହେଲା ଏବଂ ଆଠଗଡ ବିଧାୟକ ରାଜା ସ୍ବାଇଁକୁ ଧରି ବିଜୁବାବୁ ବଡମ୍ବା ଆସିଲେ ତାଙ୍କ କଳିଙ୍ଗ ରଥରେ, ଆଠଗଡ ରେ ସେ ସମୟରେ ସାମ୍ବାଦିକ ଙ୍କ ସଂଖ୍ୟା କମ ଥିବା ବେଳେ ବଡମ୍ବା ରେ ମଧ୍ୟ କେତେଜଣ ହାତ ଗଣତି ସାମ୍ବାଦିକ କାର୍ଯ୍ୟ କରୁଥାନ୍ତି, ସେମାନଙ୍କ ମଧ୍ୟରୁ ମୁଁ କେବଳ ସୁଦର୍ଶନ ବେଉରାଙ୍କୁ ଭଲ ଭାବେ ଜାଣିଥିଲି, ବିଜୁ ବାବୁ ବଡମ୍ବା ଆସୁଥିବାରୁ ଆଠଗଡ ବିଧାୟକ ରାଜା ଭାଇ ମୋତେ ଫୋନ କଲେ ସାନଭାଇ ଆସନ୍ତାକାଲି ବିଜୁବାବୁ ବଡମ୍ବା ଆସୁଛନ୍ତି ତମେ ରତ୍ନାକର ବେଉରାଙ୍କ ସାଙ୍ଗରେ ଏକାଠି ହୋଇ ଆମ ସାଙ୍ଗରେ ବଡମ୍ବା ଯିବ, ସେଇଠି ଗୋଟିଏ ସୁଯୋଗ ମିଳିଥିଲା ମୋତେ ବିଜୁବାବୁଙ୍କୁ ଅତି ନିକଟରୁ ଦେଖିବା ପାଇଁ, ପ୍ରଥମେ ବଡମ୍ବା ରେ ଇଚ୍ଛାପୁର ପଡିଆ ରେ ଏକ ସଭାକରି କାଳିଆ ଘରକୁ ଯାଇ ବିଜୁବାବୁ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ପରେ ବଡମ୍ବା ଚିନିକଳ ମଧ୍ୟରେ ମଧ୍ୟାନ ଭୋଜନ ଖାଇବାପାଇଁ ଆମେମାନେ ତାଙ୍କ ସହିତ ଗେଷ୍ଟ ହାଉସକୁ ଯାଇଥିଲୁ, ବିଜୁବାବୁ ଯେତେବେଳେ କଳିଙ୍ଗ ରଥରୁ ଓଲ୍ହାଇ ଗେଷ୍ଟ ହାଉସ କୁ ଚାଲି ଚାଲି ଗଲେ ସେ ସମୟରେ ମୁଁ 28 ବର୍ଷର ଯୁବକ ଟିଏ, ସାମ୍ବାଦିକ ସାତ ବର୍ଷ ହେଲା ଆରମ୍ଭ କରିଛି, ବିଜୁବାବୁ ଙ୍କ ପାଖେ ପାଖେ ଚାଲିକି ଗଲେ ସେ କାଳେ କଣ ଭାବିବେ ସେ ଡରରେ ତଥାବି ମୁଁ ତାଙ୍କ ନିକଟକୁ ଯାଇ ବିଜୁବାବୁଙ୍କ ଉଚ୍ଚତା ସହିତ ମୋ ଉଚ୍ଚତା ମାପିବାକୁ ଚେଷ୍ଟାକଲି, ମୁଁ ଦେଖିଲି ବିଜୁବାବୁଙ୍କ ଅଣ୍ଟା ପର୍ଯ୍ୟନ୍ତ ଦେଖାଯାଉଛି, ସେଠୁ ଗେଷ୍ଟ ହାଉସକୁ ଯାଇ ଖାଇବାପାଇଁ ଟେବୁଲରେ ଅଳ୍ପ କିଛି ବ୍ୟକ୍ତିଙ୍କ ମଧ୍ୟରେ ବିଜୁବାବୁ, ରାଜାଭାଇ, ବଡମ୍ବା ଚିନିକଳର ନିର୍ଦେଶକ ମୁରୁଗାନ, ମୁଁ, ରତ୍ନାକର ବେଉରା, ସୁଦର୍ଶନ ବେଉରା ଏମିତି କିଛି ହାତ ଗଣତି ବ୍ୟକ୍ତି ଖାଇବାକୁ ବସିଲୁ, ବିଜୁବାବୁ ବଡମ୍ବା ଚିନି କଳ ରେ ମଧ୍ୟାନ ଭୋଜନ କରିବେ ବୋଲି ଖାସି ମାଂସ, କୁକୁଡ଼ା, ମାଛ, କଙ୍କଡା,ଅନ୍ୟନ୍ୟ ସାଧା ତରକାରୀ ଟେବୁଲ ଉପରେ ପରସା ଗଲା, ହେଲେ ମୋର ହାତ ଚାଲିଲା ନାହିଁ ଯୁବକ ଅବସ୍ଥାରେ ଏତେବଡ଼ ବିରାଟକାୟ ଲୋକ ପୁଣି ପ୍ରବାଦ ପୁରୁଷ, ତତ୍କାଳୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଜନ ନାୟକ, ଏଭଳି ଜଣେ ଲୋକଙ୍କ ଅତି ନିକଟରେ ବସି ଖାଇବା ବୋଧେ ମୋ ପାଇଁ ଦିବାସ୍ବପ୍ନ ଭଳି ଲାଗୁଥାଏ, ହେଲେ ଖାଇବା ଆରମ୍ଭ କଲୁ, ବେଶୀ କିଛି ଖାଇ ପାରିଲୁ ନାହିଁ, ରାଜା ଭାଇଙ୍କ ମୁହଁକୁ ମୁଁ ଅନାଉ ଥାଏ ସେ କିନ୍ତୁ ଭୟଭୀତ ଥିଲା ପରି ମୁଁ କାହିଁକି ଅନୁଭବ କଲି, ସେ ମଧ୍ୟ ଖାଇ ପାରିଲେ ନାହିଁ,ରତ୍ନାକର ବେଉରା ଜଣେ ଖାଇବା ଲୋକ ସେ ମଧ୍ୟ ଖାଇ ପାରିଲେ ନାହିଁ,ଆଉ ମୁଁ କଣ ଛୁଆଟା ଖାଇବି, ସେମାନେ ଯେତେବେଳେ ଖାଇବା ବନ୍ଦ କଲେ ମୁଁ ମଧ୍ୟ ଖାଇବା ବନ୍ଦ କରିଦେଲି, ସେଠୁ ବିଜୁବାବୁ ଆମ ଆଡକୁ ଅନାଇ ରାଜା ଭାଇଙ୍କ ଆଡକୁ ଅନାଇ ସଂଗେ ସଂଗେ କହିଲେ ଆରେ ମୂର୍ଖ ଗୁଡାକ କିରେ ମୁଁ ବୁଢା ହେଲିଣି ମାଂସ କଣ୍ଟା ଗୁଡାକୁ ଚୋବାଉଛି ତୁମେ ଛୁଆ ଗୁଡାକ ଖାଉ ନାହଁ, ବିଜୁବାବୁ ଯେତେ ଯାହା କହିଥିଲେ ମଧ୍ୟ ଆଉ କିଏ ଖାଇବ ଆମେମାନେ ବିଜୁବାବୁଙ୍କ ଖାଇବାକୁ ଅପେକ୍ଷା କଲେ ମଧ୍ୟ ସେ କହିଥିଲେ ତୁମେମାନେ ଉଠିଯାଅ ମୋର ଖାଇବା ନ ସରିଲା ପର୍ଯ୍ୟନ୍ତ ମୁଁ ଉଠିବି ନାହିଁ, ଏଭଳିଆ ଜଣେ ଦୃଢ଼ ମନା ବିଶାଳ ବ୍ୟକ୍ତିତ୍ୱ ବିଜୁବାବୁଙ୍କ ସହିତ ଅତି ନିକଟତର ଭାବେ ମୁଁ ମିଶିବାର ସୁଯୋଗ ପାଇବା ବୋଧେ ମୋ ପାଇଁ ବଡ଼କଥା, ସେହି ମହାପୁରୁଷଙ୍କ 107 ତମ ଜନ୍ମ ଜୟନ୍ତୀରେ ଉଦୟ ଲାବଣ୍ୟ ର ଏହି ସମ୍ପାଦକ ଆପଣଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି,
ସମ୍ପାଦକ
ଲଲାଟେନ୍ଦୁ ସେନାପତି

ଉଦୟ ଲାବଣ୍ୟ

Share this

Related Posts

ଅଷ୍ଟପ୍ରହରୀରେ ସମିତିସଭ୍ୟଙ୍କର ଯୋଗଦାନ

Udaya_Labanya | March 25, 2023 | 17 views |0

ଚମ୍ପେଶ୍ୱର( ଉଲ୍ଲାପ୍ର )ବାଗଧରିଆ ଅଷ୍ଟପ୍ରହରୀରେ ସମିତି ସଭ୍ୟ ବିପିନ ପଣ୍ଡାଙ୍କର ଯୋଗଦାନ । ପ୍ରଭୁ ଙ୍କର ଏହି ଅପୂର୍ବ ଲୀଳା ରେ ଯୋଗଦେଇ ବିଭୁ କୃପା ଲାଭ କଲେ ସମିତି ସଭ୍ୟ ବିପିନ ବିହାରୀ ପଣ୍ଡା। ବାଗଧରିଆ ରେ ଶୁକ୍ରବାର ଠାରୁ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories