ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ କୁ ୨0ବର୍ଷ କାରାଦଣ୍ଡ, ୨0ହଜାର ଜୋରିମାନା

Udaya_Labanya | March 6, 2023 | 21 views |0 | Breaking News , Crime , Exclusive , Headlines


ଫୁଲବାଣ(ସୁନୀଲ ପଟନାୟକ )
ଏକ ୬ ବର୍ଷ ର ନାବାଳିକା ଦୁଷ୍କର୍ମ ମାମଲା ର ସାଖ୍ୟ ପ୍ରମାଣ, ଡାକ୍ତରୀ ମାଈନା ରିପୋର୍ଟ କୁ ଭିତ୍ତି କରି ସୋମବାର ଫୁଲବାଣୀ ପୋକସୋ କୋର୍ଟ ବିଚାରପତି ରାୟଗଡା ଜିଲ୍ଲା ଆମ୍ବା ଦୋଳା ଥାନା ଅନ୍ତର୍ଗତ ବଡମୁଦ୍ରା ଗ୍ରାମର ଅଭିଯୁକ୍ତ ବିଦୁ ସେପାକ ରପୁଅ ସୁନୀଲ ସେପାକ କୁ କୋଡିଏ ବର୍ଷ ସଶ୍ରମ କାରାଦଣ୍ଡ ସହ କୋଡିଏ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି l
ଜୋରିମାନା ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ l
ସୂଚନା ଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅଂଚଳ ର ଜଣେ ନାବାଳିକା କୁ ସୁନୀଲ ଦୁଷ୍କର୍ମ କରିଥିବା ନେଇ
ତୁମୁଡିବନ୍ଧ ଥାନାରେ ପରିବାର ଲୋକେ ଅଭିଯୋଗ କରିଥିଲେ l ତୁମୁଡିବନ୍ଧ ପୋଲିସ ୬ ୧ /୨0ରେ ମାମଲା ରୁଜୁ କରି ଅଭିଯୁକ୍ତ କୁ ଗିରଫ କରିଥଲା l ଆଜି ସୋମବାର ମାମଲା ର ବିଚାର କରି ପୋକସୋ କୋର୍ଟ ଉପରୋକ୍ତ ରାୟ ଶୁଣାଇଛନ୍ତି l ସରକାରଙ୍କ ପକ୍ଷରୁ ଆଇନଜୀବୀ ଅସୀମ ପ୍ରହରାଜ ମକ ଦମା ପରିଚାଳନା କରୁଥିଲେ l
ସେହିପରି ନାବାଳିକା ପରିବାରକୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାଲାଗି କୋର୍ଟ ଆଦେଶ ଦେଇଛନ୍ତି l
.

Share this

Related Posts

ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ୩…

Udaya_Labanya | March 29, 2023 | 8 views |0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ଶୁଣାଇଛନ୍ତି ଦଣ୍ଡବିଧାନ । ବୁଧବାର ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାର ଅଭିଯୁକ୍ତ ବଶିଷ୍ଠ ଦିଗାଲ ୩୫ଵର୍ଷକୁ ଦୋଷୀ ସାବ୍ୟସ୍ତ କରି ୩ ଵର୍ଷ ସଶ୍ରମ କାରାଦଣ୍ଡ…

ନେହୁରୁ ଯୁବ କେନ୍ଦ୍ର ପକ୍ଷରୁଇନ୍ଦୋର ଫେରନ୍ତା ଆଦିବାସୀ…

Udaya_Labanya | March 29, 2023 | 18 views | 0

ଫୁଲବାଣୀ(ସୁନୀ ଲ ପଟନାୟକ )ସ୍ଥାନୀୟ ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ମଧ୍ୟ ପ୍ରଦେଶ ଇନ୍ଦୋର ରୁ କୃତିତ୍ୱ ହାସଲ କରି ଫେରିଥିବା ଜିଲ୍ଲାରଦୁର୍ଗମ ତୁମୁଡିବନ୍ଧ ବ୍ଲକ ଅଂଚଳ ର କୋଡିଏ ଜଣ ଯୁବକ ଯୁବତୀ ଙ୍କୁ ସମ୍ବର୍ଧିତ କରାଯାଇଥିଲା lଏହି ଅବସର…

Leave a Reply

Your email address will not be published. Required fields are marked *

Archives

Categories