ବିଜେଡି ପକ୍ଷରୁ ବିଜୁ ଜୟନ୍ତୀ
Udaya_Labanya | March 6, 2023 | 7 views |0 | Breaking News , District , Politics
ଫୁଲବାଣୀ(ଉଲ୍ଲାପ୍ର )
ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧ 0୭ ତମ ଜୟନ୍ତୀ ଏବଂ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ଆଜି ଫୁଲବାଣୀ ସଦର ମହକୁମା ନାରାୟଣି ଯାତ୍ରା ପଡିଆ ଠାରେ ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ତଥା କନ୍ଧମାଳ ବିଜୁ ଜନତା ଦଳ ପର୍ଯ୍ୟବେକ୍ଷକ ବିଜୟ ନାୟକ, ଫୁଲବାଣୀ ବିଧାୟକଅଙ୍ଗଦ କହଁର, ଜିଲ୍ଲା ସଭାପତି ସରୋଜ କର୍ଣ,ମହିଳାବିଜେଡି ଜିଲ୍ଲା ସଭାନେତ୍ରୀପୁନମ କହଁର ଓ ବହୁ ବରିଷ୍ଠ ନେତା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ସଶକ୍ତ, ସମୃଦ୍ଧ, ସ୍ୱାଭିମାନୀ ‘ ଓଡିଶା’ ଗଢିବାକୁ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀରେ ସଭିଏଁ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ ଦେଇ ଶପଥ ପାଠ କରିଥିଲେ l
ସେହିପରି ବିଜୁବାବୁ ଙ୍କପ୍ରତିମୁର୍ତି ରେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ସ୍ମୃତିଚାରଣ କରିଥିଲେ କର୍ମୀ ଓ ନେତା l
ସେହିପରି ଜିଲାର ପ୍ରତି ବ୍ଲକ ରେ ବିଜୁ ଜୟନ୍ତୀ ପାଳନ ହୋଇଥିଲା l