#Breaking News #District #Slider #Tradition & Religion

ଆନ୍ତର୍ଜାତୀୟ ମହିଳା ଦିବସ ରେ ଶିକ୍ଷୟତ୍ରୀ ସମ୍ବର୍ଦ୍ଧିତ


ଫୁଲବାଣୀ /(ସୁନୀଲ ପଟନାୟକ )

ଆନ୍ତର୍ଜାତୀୟ ମହିଳା ଦିବସ ରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷୟତ୍ରୀ ସୁଶ୍ରୀ ସଞ୍ଜିତା ପ୍ରଧାନ ଙ୍କୁ ଆଦର୍ଶ ଶିକ୍ଷୟତ୍ରୀ ତଥା ଗୁଣାତ୍ମକ ଶିକ୍ଷା ର ପ୍ରଚାର ପ୍ରସାର କରିବା ସହ ଶିକ୍ଷକତାରେ ନିଜର ସଫଳତା ଓ ପାରଦର୍ଶିତା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଢୌକନ ସହ ମାନପତ୍ର ପ୍ରଦାନ କରାଯାଇଥିଲା l
ଶିକ୍ଷୟତ୍ରୀ ସୁଶ୍ରୀ ପ୍ରଧାନ ଦୀର୍ଘ ବର୍ଷ ଧରି ନିଷ୍ଠା ଓ ଆନ୍ତରିକତାର ସହ ଶିକ୍ଷାଦାନ କରିଆସୁଛନ୍ତି l
ଜିଲ୍ଲା ପ୍ରଶାସନ ପକ୍ଷରୁ ଜ଼ିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ସଭାରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଶ୍ରୀ ପୁଷ୍ପାଞ୍ଜଳି ମିଶ୍ର ସମ୍ବର୍ଦ୍ଧିତ କରିଥିଲେ l
ସମ୍ବର୍ଦ୍ଧିତ ହେବା ପରେ ସଞ୍ଜିତା ବେଶ ଖୁସି ଅନୁଭବକରିବା ସହ ଏହା ତାଙ୍କୁ ଆଗକୁ ଅଧିକଆଗ୍ରହ, ଦକ୍ଷତା ଓ ନିଷ୍ଠା ର ସହ କାର୍ଯ୍ୟ କରିବାକୁ ନିଶ୍ଚୟ ପ୍ରେରଣା ଯୋଗାଇବ ବୋଲି କହିବା ସହ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି l

march 5 to 11

Leave a comment

Your email address will not be published. Required fields are marked *