ଭଙ୍ଗା ଘରେ ଗଢ଼ା ହେଉଛି ପିଲାଙ୍କ ଭବିଷ୍ୟତ

Udaya_Labanya | March 9, 2023 | 6 views |0 | Breaking News , District


ଫୁଲବାଣୀ (ସୁନୀଲ ପଟନାୟକ )ଫାଉଂଡେସନ ଭାଙ୍ଗି ଗଲାଣି, କାନ୍ଥ ପଲସ୍ତରା ହେଇନି, କବାଟ ଝରକା ବି ନାହିଁ,, ମାଟି ଚଟାଣ ତା ସାଙ୍ଗକୁ ବର୍ଷା ହେଲେ ପାଣି ଗଳୁଛି lବିଦ୍ୟୁତ ସଂଯୋଗ କଥା ଭୂଲି ଯାଆନ୍ତୁ l
ଏଭଳି ଭଙ୍ଗା ଅସମ୍ପୂର୍ଣ ଘରେ ଚାଲିଛି ଶିଶୁଙ୍କ ଭବିଷ୍ୟତ ଗଢ଼ା l ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଓରା ପଂଚାୟତ ର ଆଡା଼ରି ପ୍ରାଥମିକ ବିଦ୍ୟାଳୟ ରେ l
ସରକାର ପ୍ରାଥମିକ ଶିକ୍ଷା ର ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି ହେଲେ ପରିସ୍ଥିତି ରେ ସୁଧାର ଆସିପାରୁନି l୨0୧0ମସିହା ରେ ଏହି ସ୍କୁଲ ପ୍ରତିଷ୍ଠା ହୋଇଥିଲା lସ୍କୁଲ କୁ ଯିବା ଲାଗି ରାସ୍ତା ଟିଏ ବି ନାହିଁ l ସେହିପରି ସ୍କୁଲ ରେ ଜଣେ ମାତ୍ରଶିକ୍ଷକl ସେ ବି ନିୟମିତ ଆସୁନାହାନ୍ତି l ଗ୍ରାମବାସୀ ସ୍କୁଲ ନିର୍ମାଣ ପାଇଁ ବାରମ୍ବାର ଦାବୀ କରି ଆସୁଥିଲେ ମଧ୍ୟ ପ୍ରଶାସନ ଶୁଣୁନଥିବା
ଅଭିଯୋଗ କରିଛନ୍ତି l ପ୍ରଶାସନ ନ ଶୁଣିଲେ ଆଗାମୀ ଦିନରେ ବି ଇ ଓ ଅଫିସ ଘେରାଉ କରିବେ ବୋଲି ଶିକ୍ଷା କମିଟି ସଭାପତି ସୁରତ ପାଟମାଝୀ ଓ ଅଭିଭାବକ ମାନେ ଚେତାବନୀ ଦେଇଛନ୍ତି l

Share this

Related Posts

ତୁମୁଡିବନ୍ଧ ହାଟପିଣ୍ଡିରେ କୁଢ଼ କୁଢ଼ ଗୋବର ଓ…

Udaya_Labanya | March 22, 2023 | 4 views |0

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ପଞ୍ଚାୟତ ସ୍ଥିତ ହାଟପଦା ସ୍ଥଳରେ ସୋମବାର ଦିନ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି କୁଡ଼ କୁଡ଼ ଅଳିଆ ଆବର୍ଜନା lସୋମବାର ଦିନ ତୁମୁଡିବନ୍ଧ ପଞ୍ଚାୟତ ରେ ସାପ୍ତାହିକ ହାଟ ଥିବା…

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ…

Udaya_Labanya | March 22, 2023 | 5 views | 0

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା…

Leave a Reply

Your email address will not be published. Required fields are marked *

Archives

Categories