ଆଦିବାସୀ ମହାବିଦ୍ୟାଳୟରେ ଓଡ଼ିଆ ଭାଷାର ଶାସ୍ତ୍ରୀୟ ଦିବସ ପାଠଚକ୍ର

Udaya_Labanya | March 12, 2023 | 6 views |0 | Breaking News , Education & Job , State


ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଆଜି ଓଡ଼ିଆ ଭାଷାର ଶାସ୍ତ୍ରୀୟ ଦିବସ ଉପଲକ୍ଷେ ଏକ ପାଠଚକ୍ର ଆୟୋଜିତ ହୋଇଯାଇଛି। ଉକ୍ତ ପାଠଚକ୍ର ରେ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡ଼.ବିଭୂତି ଭୂଷଣ ଆଚାର୍ଯ୍ୟ ସଭାପତି ଅଭିଭାଷଣ ପ୍ରଦାନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଭାରପ୍ରାପ୍ତ ଅଧ୍ୟକ୍ଷ ନୀଳାଚଳ ମହାରଣା ଉଦବୋଧନ ଛଳରେ ଓଡ଼ିଆ ଭାଷା ଓ ସାହିତ୍ୟର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିବା ସମସ୍ତଙ୍କ ଦାୟିତ୍ଵ ବୋଲି କହିଥିଲେ। ସମ୍ବଳ ବ୍ୟକ୍ତିତ୍ଵଭାବେ ଅବସର ପ୍ରାପ୍ତ ଅଧ୍ୟକ୍ଷ ଡ଼.ମଧୁସୂଦନ ମହାପାତ୍ର ଓଡ଼ିଆ ଭାଷାର ମାଧୁର୍ଯ୍ୟକୁ ବଖାଣି ଥିଲେ। ଜଗନ୍ନାଥ ଦାସଙ୍କ ଭାଗବତ ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ ଆଦିର ମହିମା ବର୍ଣ୍ଣନା କରିଥିଲେ। ଆନ୍ତରୀଣ ଗୁଣବତ୍ତା କକ୍ଷ ସଂଯୋଜକ ସରୋଜକୁମାର ପାଠୀ, ରସାୟନ ବିଜ୍ଞାନ ବିଭାଗର ପ୍ର୍ରାଧ୍ୟାପକ ଲଲାଟେନ୍ଦୁ ଦଳପତି, ବିଭାଗୀୟ ଅଧ୍ୟାପକ ରୂପେଶ କୁମାର ତ୍ରିପାଠୀ, ଅଧ୍ୟାପିକା ସୁଲୋଚନା କହଁର ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ସହ ଆମେ କିଭଳି ଯୋଡ଼ି ହୋଇ ରହିଛେ ତାହାର ପ୍ରାଞ୍ଜଳ ବ୍ୟାଖ୍ୟା କରିଥିଲେ। ଛାତ୍ରଛାତ୍ରୀ ମାନେ ସମ୍ମାନ ଶ୍ରେଣୀର ହେତୁ ନିଜର ସନ୍ଦେହ ମୋଚନ କରିଥିଲେ। ଶେଷରେ ଟିକେରାମ ବିବର ଧନ୍ୟବାଦ ଅର୍ପଣ କରିଥିଲେ।

Share this

Related Posts

ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ୩…

Udaya_Labanya | March 29, 2023 | 7 views |0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ଶୁଣାଇଛନ୍ତି ଦଣ୍ଡବିଧାନ । ବୁଧବାର ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାର ଅଭିଯୁକ୍ତ ବଶିଷ୍ଠ ଦିଗାଲ ୩୫ଵର୍ଷକୁ ଦୋଷୀ ସାବ୍ୟସ୍ତ କରି ୩ ଵର୍ଷ ସଶ୍ରମ କାରାଦଣ୍ଡ…

ନେହୁରୁ ଯୁବ କେନ୍ଦ୍ର ପକ୍ଷରୁଇନ୍ଦୋର ଫେରନ୍ତା ଆଦିବାସୀ…

Udaya_Labanya | March 29, 2023 | 17 views | 0

ଫୁଲବାଣୀ(ସୁନୀ ଲ ପଟନାୟକ )ସ୍ଥାନୀୟ ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ମଧ୍ୟ ପ୍ରଦେଶ ଇନ୍ଦୋର ରୁ କୃତିତ୍ୱ ହାସଲ କରି ଫେରିଥିବା ଜିଲ୍ଲାରଦୁର୍ଗମ ତୁମୁଡିବନ୍ଧ ବ୍ଲକ ଅଂଚଳ ର କୋଡିଏ ଜଣ ଯୁବକ ଯୁବତୀ ଙ୍କୁ ସମ୍ବର୍ଧିତ କରାଯାଇଥିଲା lଏହି ଅବସର…

Leave a Reply

Your email address will not be published. Required fields are marked *

Archives

Categories