#Breaking News #Crime #District #State #Viral #ରାଜ୍ୟ ଖବର

ଆଠଗଡ ପାଲଟିଛି ଲୁଟେରା ଙ୍କ ଚରାଭୂଇଁ

ଆଠଗଡ ( ଉଲ୍ଲାପ୍ର )ରାଜ୍ୟରେ ଯଦି କେହି ଲୁଟିବାକୁ ପାଉ ନାହଁ ତେବେ ଆଠଗଡ ଚାଲି ଆସ, ଦିନ ଦୁଇ ପହରରେ ଆଠଗଡ ବ୍ଲକ ଗୋବରା ପଞ୍ଚାୟତ ର ମୁଣ୍ଡା ସାହିକୁ ଯାଇ ଲୁଟିଛନ୍ତି ଗରିବ ଆଦିବାସୀଙ୍କୁ ଦୁଇ ଜଣ ଯୁବକ, ନିଜକୁ ଆଠଗଡ ବ୍ଲକର ପଦାଧିକାରୀ କହି ଆଦିବାସୀ, ମୁଣ୍ଡା ଲୋକଙ୍କ ଠାରୁ ଆବାସ ଘର କରାଇ ଦେବାକୁ କହି ଆଧାର କାର୍ଡ ଓ ବ୍ୟାଙ୍କ ପାସ ବହି ଜେରକ୍ସ ନେବାପରେ ଆକାଉଣ୍ଟ ଖାଲି କରିଦେଇଛନ୍ତି ମୁଣ୍ଡାସାହିର କିଛି ଲୋକଙ୍କର, ଗତ କଲି ଦୁଇଜଣ ଯୁବକ ମୁଣ୍ଡାସାହିକୁ ଯାଇ ନିଜର ପରିଚୟ ଦେଇଥିଲେ ଆଠଗଡ ବ୍ଲକର କର୍ମଚାରୀ ମାନେ ବୋଲି ମୁଣ୍ଡାସାହିର ଲୋକମାନେ କହିଛନ୍ତି,ସେହି ବିଶ୍ୱାସକୁ ପାଥେୟ କରି ମୁଣ୍ଡାସାହି ଲୋକେ ଆଧାର କାର୍ଡ଼ର ଫଟୋ ଓ ବ୍ୟାଙ୍କ ଆକାଉଣ୍ଟ ପ୍ରଭୁତି ସେହି ଲୋକମାନଙ୍କୁ ପ୍ରଦାନ କରିଥିଲେ, ଆଉ ସନ୍ଧ୍ୟା ବେଳକୁ ସେହି ଲୋକଙ୍କର ଆକାଉଣ୍ଟ ରେ ଥିବା ଟଙ୍କା ଖାଲି ହୋଇଯାଇ ଥିଲା, ଆଉ ଆଜି ଦଶ ରୁ ଅଧିକ ମୁଣ୍ଡାସାହି ଲୋକେ ଗୁରୁଦିଝାଟିଆ ଥାନାରେ ଅଭିଯୋଗ କରିଛନ୍ତି, କାହାର ନ ହଜାର, କାହାର ସାତ ହଜାର ଏମିତି ପ୍ରାୟ ପଚାଶ ହଜାର ଟଙ୍କା ଆଦିବାସୀଙ୍କ ପାସ ବହିରୁ ଉଠିଯାଇ ଥିବା ପୋଲିସ କହିଛି, ଯଦି ଓଡିଶା ଗ୍ରାମ୍ୟ ବ୍ୟାଙ୍କ ପୋଲିସକୁ ସହଯୋଗ କରିବ ତେବେ ଏହି ଜାଲିଆତି ଘଟଣାର ପରଦା ଫାସ ହୋଇପାରିବ ବୋଲି ପୋଲିସ ଆଶା ରଖିଛି, ତେବେ ଆଠଗଡ ବ୍ଲକର ବିଭିନ୍ନ ଆଦିବାସୀ ଗ୍ରାମରେ ଏବେ ଏହିଭଳି ଲୁଟ ହେବା ଆରମ୍ଭ କଲାଣି, ତେବେ ଏହାର ପଛରେ କିଏ ତାହା ତଦନ୍ତ ହେଲେ ଜଣାପଡିବ, କିନ୍ତୁ ଗୋଟିଏ କଥା ହେଲା ଯଦି ଲୁଟିବାକୁ ଅଛି ତେବେ ଆଠଗଡ କୁ ଆସ ବୋଲି ଲୋକେ ଚର୍ଚ୍ଚା କଲେଣି, ଲୁଟରେ ବୋଧେ ଆଠଗଡ ଏକ ନମ୍ବର ହେବାକୁ ଯାଉଛି,

Leave a comment

Your email address will not be published. Required fields are marked *