ଆଠଗଡ ସାହିତ୍ୟ ସମାଜ ତରଫରୁ ହୋଲି ଉତ୍ସଭ ଅନୁଷ୍ଠିତ, ଜନପ୍ରିୟ ପୁରସ୍କାର ପାଇଥିବା ମାୟାଧର ସ୍ବାଇଁକୁ ପ୍ରଦାନ କରାଗଲା ଭାବ ବିନୋଦିଆ ସମ୍ମାନ

Udaya_Labanya | March 14, 2023 | 62 views |0 | Breaking News , District , Entertainment , State , Tourism & Cultire , ରାଜ୍ୟ ଖବର

ଆଠଗଡ(ଉଲ୍ଲାପ୍ର )ଆଠଗଡ ସାହିତ୍ୟ ସମାଜ ତରଫରୁ ହୋଲି ଉତ୍ସବ ସ୍ଥାନୀୟ ଶୁଭଦୀପା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି, ସଭାପତି ପ୍ରାଣକୃଷ୍ଣ ଦାଶଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଜାତୀୟ ଜନପ୍ରିୟ ପୁରସ୍କାର ପାଇଥିବା ବିଜ୍ଞାନ କବି ମାୟାଧର ସ୍ୱାଇଁ ଯୋଗଦେଇ କହିଲେ ବିଜ୍ଞାନ ଆଜି ବିଶ୍ୱକୁ ଦିଗଦର୍ଶନ ଦେଇଛି, ବିଜ୍ଞାନ କୁ ଛାଡି ମାନବ ସମାଜ ଆଗକୁ ଯାଇ ପାରିବ ନାହିଁ ବୋଲି ସଭାରେ ମତବ୍ୟକ୍ତ କରିଥିଲେ ଶ୍ରୀଯୁକ୍ତ ସ୍ୱାଇଁ, ଏହି ଉତ୍ସଭ ରେ ମୁଖ୍ୟବକ୍ତା ଭାବେ ଆଠଗଡ ଶିଳା ଧାମ ଆଶ୍ରମ ର ମହନ୍ତ ସାଧୁ ଯଶୋଦା ନନ୍ଦନ ମହାରାଜ ଯୋଗଦେଇ କହିଲେ ରାଧା କୃଷ୍ଣଙ୍କ ମିଳନ ଉତ୍ସବ କୁ ହୋଲି ଉତ୍ସବ କୁହାଯାଇ ଥାଏ, ଆଜି ଭକ୍ତିର ମାର୍ଗ ପଡିଛି ଏବଂ ରାଧା କୃଷ୍ଣ ଙ୍କ ପଦାଙ୍କ ଅନୁସରଣ କଲେ ଜୀବନ ସର୍ବବ୍ୟାପି ହୋଇପାରିବ ବୋଲି ମତ ଦେଇଥିଲେ ସାଧୁ ମହାରାଜ, ଏହି ଉତ୍ସବ ରେ ସମ୍ପାଦକ ଲଲାଟେନ୍ଦୁ ସେନାପତି ଅତିଥି ପରିଚୟ ପ୍ରଦାନ କରିବା ସହିତ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ, ଜାତୀୟ ଜନପ୍ରିୟ ପୁରସ୍କାର ପାଇଥିବା ମାୟାଧର ସ୍ବାଇଁକୁ ଆଠଗଡ ସାହିତ୍ୟ ସମାଜ ତରଫରୁ ଭାବ ବିନୋଦିଆ ସମ୍ମାନ ପ୍ରଦାନ କରିଥିଲେ, ଶେଷରେ ଉପ ସଭାପତି ସୁରେଶ ଚନ୍ଦ୍ର ପରିଡା ଧନ୍ୟବାଦ ପ୍ରଦାନ କରିଥିଲେ, ସଭ୍ୟା ଦୀପାଳି ଦାଶ ସମସ୍ତ ଅତିଥି ଓ ସଭ୍ୟ, ସଭ୍ୟା ମାନଙ୍କୁ ଅଭିର ପ୍ରଦାନ କରିଥିଲେ,

Share this

Related Posts

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର…

Udaya_Labanya | March 25, 2023 | 12 views |0

ଫୁଲବାଣୀ (ସୁନୀଲ ପଟନାୟକ )ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳ ର ଯୁବ ସମାଜସେବୀ ଦେବାଶିଷ ସାହାଣୀ lଦେବାଶିଷ ଙ୍କୁ ରାଜ୍ୟ ଶାଖା ତରଫରୁ ମନନୀତ କରାଯାଇଛି lଶନିବାର ଅନୁଷ୍ଠିତ ସଭାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories