ଖରା ନ ହେଉଣୁ ଜଳ କଷ୍ଟ
ପ୍ରଶାସନ ଶୁଣିଲାନି, ନିଜେ ଚାନ୍ଦା କରି ଚୁଆ ଖୋଳି ଲେ

Udaya_Labanya | March 14, 2023 | 93 views |0 | Breaking News , District , ରାଜ୍ୟ ଖବର


ଫୁଲବାଣୀ -06/03(ସୁନୀଲ ପଟନାୟକ )
ଖରା ନ ଆରମ୍ଭହେଉଣୁ ଦେଖା ଦେଲାଣି ପାଣି ସମସ୍ୟା। ଆଗକୁ ଆହୁରି ଖରା ହେବ। ପରିସ୍ଥିତ କଣ ହେବ କହିବା ମୁସ୍କିଲ ।
ପାଣିପାଇଁ ଲୋକେ ମାଇଲ ମାଇଲ ବାଟ ଯିବାକୁ ପଡୁଛି ତଥାପି ପାଣି ମିଳୁନି । ସରପଞ୍ଚ ଠୁ ଆରମ୍ଭ କରି ଜିଲ୍ଲାପ୍ରଶାସନକୁ ଜଣାଇଥିଲେ ବିଫଳ ଶୁନ ।
ଫଳରେ ବାଧ୍ୟହୋଇ ଗାଁ ଲୋକେ ଚାନ୍ଦା କରି ପୋଖରୀ ର ପୁନରୁଦ୍ଧାର କରି ପାନୀୟ ଜଳ ବ୍ୟବସ୍ଥା କରୁଛନ୍ତି ।
ସରକାର ଗ୍ରାମାଞ୍ଚଳ ଲୋକଙ୍କ ସୁବିଧା ପାଇଁ ବିଭିନ୍ନ ଯୋଜନା ମାଧ୍ଯମରେ କୋଟି କୋଟି ଟଙ୍କା ବ୍ୟୟ କରୁଥିଲେ ମଧ୍ୟ ସ୍ଵାଧୀନତାର ବହୁ ବର୍ଷ ପରେ ବି ଏଯାଏଁ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି ଫିରିଙ୍ଗିଆ ବ୍ଳକର ପବିଙ୍ଗିଆ ପଞ୍ଚାୟତର ଉଣାଏଜୁ ଗ୍ରାମରେ। ଏହି ଗ୍ରାମରେ
୧୫୦ ଜଣ ଲୋକ ବସବାସ କରୁଛନ୍ତି । ହେଲେ ଗ୍ରାମରେ ପାନୀୟ ଜଳ, ରାସ୍ତା, କି ଶିକ୍ଷା ବ୍ୟବସ୍ଥା ନାହିଁ। ପାନୀୟ ଜଳ କହିଲେ ବିଲ ମଝିରେ ଥିବା ଚୁଆ ପାଣି ବ୍ୟବହାର କରୁଛନ୍ତି । ଏହି ଗୋଟିଏରେ ଲୋକେଗାଧୋଇବା ସହ ଗାଇଗୋରୁ ମଧ୍ୟ ପାଣି ପିଉଥିବା ଦେଖିବାକୁ ମିଳିଛି । ଗ୍ରାମରେ ଦୁଇଟି ନଳ କୁପ ହେଲେ ଗୋଟିଏ ଅଚଳ ହୋଇ ପଡିଥିବାବେଳେ ଅନ୍ୟଟି ଖରା ଦିନ ନ ଆସୁଣୁ କୁଆଡେ ଶୁଖିଗଲାଣି।
ଏପରି ସ୍ଥଳେ ଗ୍ରାମବାସୀ ବୈଠକ କରି ଚାନ୍ଦା କରି ଚୁଆଖୋଳୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଏନେଇ ପବିଙ୍ଗିଆ ସରପଞ୍ଚ ଲଲମୋହନ କହଁରଙ୍କୁ ପଚାରିବାରେ ସେ ଗ୍ରାମରେ ଅତି ଶିଘ୍ର ପାନୀୟ ଜଳ ବ୍ୟବସ୍ଥା କରାଯିବ ବୋଲି କହିଥିଲେ।
ତେବେ କେବଳ ପାନୀୟ ଜଳ ସମସ୍ୟା ଏକ ନାହିଁ ଗ୍ରାମକୁ ସ୍ଥାୟୀ ରାସ୍ତା ମଧ୍ୟ ନାହିଁ। ଫଳରେ ସୁବିଧା ଅସୁବିଧାରେ ଆମ୍ବୁଲାନସ ଆସିପାରୁନି ।
ଗ୍ରାମଠୁ ବହୁ ଦୁରରେ ଅଙ୍ଗନବାଡି କେନ୍ଦ୍ର ରହିଥିବାରୁ କୋମଳମତି ପିଲାମାନେ ସେଠାକୁ ଯାଇ ପାଠ ପଢିବା ମୁସ୍କିଲ ହୋଇ ପଡୁଛି।
ଏନେଇ ଫିରିଙ୍ଗିଆ ବିଡିଓ ରଶ୍ମିରଂଜନ ମହନ୍ତଙ୍କୁ ପଚାରିବାରେ ସେ ଗ୍ରାମକୁ ରାସ୍ତା ଓ ପାନୀୟ ଜଳ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।
ଅନ୍ୟପଟେ ଉଣାଏଜୁଗ୍ରାମକୁ ଅତି ଶିଘ୍ର ପାନୀୟ ଜଳ ଓ ରାସ୍ତାଘାଟ ସମସ୍ୟା ଦୁର କରିବା ଲାଗି ଗ୍ରାମର ମହେନ୍ଦ୍ର କହଁର, ସାଧୁକହଁର, ଶିବ କହଁର, ସାମନ୍ତି କହଁର, ବବିତା କହଁର, ପ୍ରତିମା କହଁର ପ୍ରମୁଖ ପ୍ରଶାସନ ନିକଟରେ ଦାବୀ କରିଛନ୍ତି।
ତେବେ ବିଡିଓ କିପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 2 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 7 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories