ଢେଙ୍କାନାଳ ସାତ ଦୋଳ ଉତ୍ସବ , ଲଉଡି ଖେଳରେ ଦୁଲୁକିଲା ସହର

Udaya_Labanya | March 14, 2023 | 45 views |0 | Breaking News , State , Tourism & Cultire , Tradition & Religion , ରାଜ୍ୟ ଖବର

ଢେଙ୍କାନାଳ (ଉଲ୍ଲାପ୍ର )ଢେଙ୍କାନାଳ ଜିଲ୍ଲା ଯାଦବ ମହାସଭା ତରଫରୁ ସାତଦୋଳ ଉତ୍ସବ ମଙ୍ଗଳବାର ମହାସମାରୋହରେ ପାଳିତ ହୋଇଯାଇଅଛି । ଏହି ଅବସରରେ ଲଉଡିଖେଳ ଓ ନାଚଗୀତରେ ଢେଙ୍କାନାଳ ସହର ଦୁଲୁକି ଉଠିଥିଲା । ଜିଲ୍ଲା ଯାଦବ ମହାସଭା ପକ୍ଷରୁ ଆୟୋଜିତ ଏହି ଶୋଭାଯାତ୍ରାରେ ୧୦ଟି ଲଉଡି ଦଳ ଯୋଗଦେଇ ଲଉଡିଖେଳ ପ୍ରଦର୍ଶନ କରିଥିଲେ । ସ୍ଥାନୀୟ ବାଜିଚୌକି ଛକ ଠାରୁ ଏହି ଶୋଭାଯାତ୍ରା ବାହାରି ଢେଙ୍କାନାଳ ଆରାଧ୍ୟ ଦେବ ଶ୍ରୀଶ୍ରୀ ବଳରାମ ମନ୍ଦିର ପାର୍ଶ୍ୱ ଦେଇ ପରିକ୍ରମା କରିବା ସହ ଜୁବୁଲିଟାଉନ୍‌ସ୍ଥିତ ଯଦୁପତି ବିହାର ମନ୍ଦିର ଠାରେ ପହଁଚିଥିଲା । ମନ୍ଦିର ଠାରେ ସମସ୍ତ ଲଉଡି ଦଳ ଚିତାକର୍ଷକ ଖେଳ ପ୍ରଦର୍ଶନ କରିଥିଲେ । ଏହି ସାତଦୋଳ ଉତ୍ସବରେ କରମୂଳ – କ , କରମୂଳ – ଖ , ଆମ୍ବପଡା , ଜଙ୍ଗିରା , ପିଙ୍ଗୁଆ – ଜକିଆ , ଗହମଝୁଟି , ଟଭାପାଳ , ଦୁଦୁକାଟେଣୀ , ଖଣ୍ଡିଆବନ୍ଧ ଆଦି ଅଂଚଳରୁ ଗୋପାଳଭାଇମାନେ ଯୋଗଦେଇ ଲଉଡି ଖେଳ ପରିବେଷଣ କରିଥିଲେ । ସଂଧ୍ୟା ୮ଟାରୁ ୧୧ଟା ପର୍ଯ୍ୟନ୍ତ ଯଦୁପତି ବିହାର ଠାରେ ଏକ ବିରାଟ ସମାବେଶ ହେବା ସହ ଲଉଡିଖେଳ ପ୍ରତିଯୋଗିତା ଆୟୋଜନ ହୋଇଥିଲା । ଜିଲ୍ଲା ଯାଦବ ମହାସଭାର ଉପଦେଷ୍ଟା ଦେବୀ ପ୍ରସାଦ ଭୁତିଆ , ଯାଦବ ମହାସଭା ସଭାପତି ପ୍ରମୋଦ କୁମାର ବେହେରା , ସାଧାରଣ ସଂପାଦକ ସଚିନ୍ ଦାସ , ଯାତ୍ରା କମିଟି ସଭାପତି ବିଜୟ କୁମାର ବେହେରା , ସଂପାଦକ ବିଷ୍ଣୁ ଚରଣ ବେହେରା , ଯୁବ ଯାଦବ ସଭାପତି ଦେବାଶିଷ ବେହେରା , ସନାତନ ବେହେରା , ସବ୍ୟସାଚୀ ମହାଖୁଡ , ସନ୍ତୋଷ ମହାଖୁଡ ( ପବନା ) , ମିଲନ୍ ବେହେରା , ପୂର୍ଣ୍ଣଚନ୍ଦ୍ର ରାଉତ , ଶ୍ରୀକାନ୍ତ ଭୁତିଆ , ଜ୍ଞାନରଞ୍ଜନ ଭୂତିଆ , ରାମଚନ୍ଦ୍ର ବେହେରା , ଅଭିମନ୍ୟୁ ଖିଲାର ଓ ଯାଦବ ମହାସଭାର ମିଡିଆ ପ୍ରଭାରୀ ଗଙ୍ଗାଧର ରାଉତ ପ୍ରମୁଖ ଯାତ୍ରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 2 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 7 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories