ପିକ୍ ଅପ୍ ଭ୍ୟାନ୍ ସହ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ

Udaya_Labanya | March 14, 2023 | 4 views |0 | Breaking News , District


ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ)ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ପକ୍ଷରୁ ଚଢ଼ାଉ । ଗଞ୍ଜେଇ ଭର୍ତ୍ତି ପିକ୍ ଅପ୍ ଭ୍ୟାନକୁ ଜବତ କରିଥିବା ବେଳେ ଘଟଣାରେ ସମ୍ପୃକ୍ତ ଜଣେ ନାବାଳକକୁ ଗିରଫ କରିଛି ପୋଲିସ୍ । ଅନ୍ୟପଟେ ଘଟଣାସ୍ଥଳରୁ ଅନ୍ୟ ତିନି ଜଣ ମାଫିଆ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି । ଘଟଣା ପ୍ରକାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଧିକାରୀ ବାବାଶଙ୍କର ସରାଫଙ୍କ ନେତୃତ୍ୱରେ ପୋଲିସ୍ ଟିମ୍ ପେଟ୍ରୋଲିଂ କରୁଥିବା ବେଳେ ବୁଡାଗୁଡ଼ା ନିକଟରେ ପୋଲିସକୁ ଦେଖି ଏକ ପିକ୍ ଅପ୍ ଭ୍ୟାନ୍ ନଂ.ଓଡି-02-ସିସି 0226 ଦୃତ ଗତିରେ ଯାଉଥିବା ବେଳେ ଭ୍ୟାନକୁ ପିଛା କରି ତିଲୋରୀ ନିକଟରେ ଭ୍ୟାନକୁ କାବୁ କରିବାରେ ସକ୍ଷମ ହୋଇଥିଲା ପୋଲିସ୍ । ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ତିନି ଜଣ ମାଫିଆ ଫେରାର୍ ହୋଇଯାଇଥିବା ବେଳେ ଜଣେ ନାବାଳକକୁ ପୋଲିସ୍ ନିଜ ହେପାଜତକୁ ନେବାସହ ଗାଡ଼ି ଯାଞ୍ଚ୍ କରିଥିଲେ । ୮୧ କେଜି ୯୨୦ ଗ୍ରାମ ବେଆଇନ୍ ଗଞ୍ଜେଇ ସହ ଚାଲାଣରେ ବ୍ୟବହୃତ ପିକ୍ ଅପ୍ ଭ୍ୟାନ୍ ଜବତ କରିଛି ପୋଲିସ୍ । ଏନେଇ ବାଲିଗୁଡ଼ା ଥାନା କେସ୍ ନଂ -୬୯/୨୦୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ୍ । ସେପଟେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଚାରି ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବା ସହ ଜବତ ଗଞ୍ଜେଇ ଭୁବନେଶ୍ୱର ଅଞ୍ଚଳକୁ ଚୋରା ଚାଲାଣ ହେଉଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।

Share this

Related Posts

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର…

Udaya_Labanya | March 25, 2023 | 12 views |0

ଫୁଲବାଣୀ (ସୁନୀଲ ପଟନାୟକ )ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳ ର ଯୁବ ସମାଜସେବୀ ଦେବାଶିଷ ସାହାଣୀ lଦେବାଶିଷ ଙ୍କୁ ରାଜ୍ୟ ଶାଖା ତରଫରୁ ମନନୀତ କରାଯାଇଛି lଶନିବାର ଅନୁଷ୍ଠିତ ସଭାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories