ମାଓ ଇଲାକା କୁ ଗମନାଗମନ ସୁବିଧା ଯୋଗାଇବାରେ ଫୁଲବାଣୀ ପୂର୍ତ୍ତ ବିଭାଗ ର ଗୁରୁତ୍ୱ ପୂର୍ଣ୍ଣ ଭୂମିକା

Udaya_Labanya | March 14, 2023 | 14 views |0 | Breaking News , District


ଫୁଲବାଣୀ (ସୁନୀଲ ପଟନାୟକ )
ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ବିଭିନ୍ନ ମାଓ ଅଂଚଳ କୁ ସ୍ଥାୟୀପ୍ରଶସ୍ତ ପିଚୁ ରାସ୍ତା ନିର୍ମାଣ କରି ଯୋଗାଯୋଗ କୁ ସୁଦୃଢ କରିବାରେ ପୂର୍ତ୍ତ ବିଭାଗ ର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି lପୂର୍ତ୍ତ ବିଭାଗ ଫୁଲବାଣୀ ଡିଭିଜନ ଦ୍ୱାରା ଅନେକ ଅଂଚଳ କୁ ସ୍ଥାୟୀ, ମଜଭୁତ ପିଚୁ ରାସ୍ତା ନିର୍ମାଣ କରାଯିବl ସହ ଆବଶ୍ୟକତା କୁ ଉପଲବ୍ଧି କରି ତୁରନ୍ତ ମରାମତି ମଧ୍ୟ କରାଯାଉଛିl
ଫଳରେ ଲୋକେ ସୁ ବିଧା ଓ ଆରାମ ରେ ଯିବା ଆସିବା କରୁଥିବା ଦେଖା ଯାଉଛି l
ସହର ମଧ୍ୟରେ ମୁଖ୍ୟ ରାସ୍ତା ମରାମତିଓ ପିଚୁ କରଣ ସରିବା ପରେ ଏବେ ସରକୁଲାର ରାସ୍ତା ର କିଛି ସ୍ଥାନରେ ପିଚୁ ଉଠିଯାଇଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା ଜାଣି ସମ୍ପୃକ୍ତ ସ୍ଥାନ ଗୁଡିକ ପିଚୁ ପକାଇ ମରାମତି କରାଯାଉଛି lତା ସାଙ୍ଗକୁ ପଥଚାରୀ ଙ୍କ ପାଇଁ ଫେ ବର ବ୍ଲକ ମଧ୍ୟ ପକାଯାଉଛି l ସେହିପରି କୋଟି କୋଟି ଟଙ୍କା ଖର୍ଚ୍ଚକରାଯାଇ ସମଗ୍ର ସରକୁଲା ର ରାସ୍ତା ଦୁଇପାଖ ଉଚ୍ଚା ମଜଭୁତ କଂକ୍ରିଟ ଡ୍ରେନ ନିର୍ମାଣ ଚାଲିଛି l ଅଗାମୀବର୍ଷା ପୂର୍ବରୁ ଡ୍ରେନ କାମ ସାରିବାକୁ ଲଖ୍ୟ ରଖାଯାଇଛି l
ସେହିପରି ଫୁଲବାଣୀ ଖଜୁରୀପଡା ମା ଧ ପୁର ରାଜ୍ୟ ରାଜପଥ ର ବିଭିନ୍ନ ସ୍ଥାନ ରେ ମରାମତି ସହ ରାସ୍ତା କଡ଼ ଡ୍ରେନ ନିର୍ମାଣ କରାଯାଉଥିବା ବେଳେମାଓ ପ୍ରବଣ ଅଂଚଳ ଭାବେ ପରିଚିତ ଗୋଛାପଡା ଠୁ ଫିରିଙ୍ଗିଆ ରାସ୍ତାର ପୂର୍ତ୍ତ ବିଭାଗ ପକ୍ଷରୁ ଉନ୍ନତିକରଣ ଚାଲିଛି l
ପୂର୍ତବିଭାଗ ଦାୟିତ୍ୱରେ ଥିବା ଅଧିକ୍ଷଣ ଯନ୍ତ୍ରୀ ଇଂ. ପ୍ରିୟ ବ୍ରତ ସାମନ୍ତରାୟ ଙ୍କ କାର୍ଯ୍ୟ ଦକ୍ଷତା, ବ୍ୟକ୍ତିଗତ ନିଷ୍ଠା ପର ଉଦ୍ୟମ, ବିଶେଷ ଜ୍ଞାନ କୌଶଳ, ସଚୋଟତା ଯୋଗୁଁ ସମ୍ଭବ ହୋଇପାରୁଥିବା କହିଛନ୍ତି l
ଇଂ. ସାମନ୍ତରାୟ ଦାଇତ୍ୱ ଗ୍ରହଣ କରିବାପରେ ବିଭାଗ ପକ୍ଷରୁ ଅନେକ ନୂତନ ରାସ୍ତା ନିର୍ମାଣ କରାଯିବା ସହ
ମରାମତି ହୋଇଥିବା ଯୋଗୁଁ ଗମନା ଗମନ ରେ ଯଥେଷ୍ଟ ଉନ୍ନତି ଘଟିଛି l
ସେହିପରି ଅନେକ ସ୍ଥାନରେ ପୋଲ ମାନ ନିର୍ମାଣ ହୋଇଛି l
କେବଳ ସେତିକି ନୁହେଁ ବହୁ ସରକାରୀ କ୍ୱାର୍ଟର, ସରକାରି କାର୍ଯ୍ୟାଳୟ, ସ୍ମାର୍ଟ ସ୍କୁଲ, ପ୍ରେସ କ୍ଲବ, ସମେତ ଉପଜିଲାପାଳ ଙ୍କ ଚାମ୍ବର ମଧ୍ୟ ବେଶ ଆକର୍ଷଣୀୟ ଭାବେ ନିର୍ମାଣ ହୋଇଛି l
ଏ ସବୁ ସମ୍ଭବ ହୋଇଛି ଏସ ଇ. ଇଂ. ସାମନ୍ତରାୟ ଓ ଯନ୍ତ୍ରୀ ସ୍ୱାଇଁ ଙ୍କ ବ୍ୟକ୍ତିଗତ ନିଷ୍ଠାପର ଉଦ୍ୟମ ଓ ଆଗ୍ରହ ଯୋଗୁଁ ବୋଲି କୁହାଯାଉଛି l
ଆଗକୁ ଆହୁରି ଅନେକ କାର୍ଯ୍ୟ ହାତକୁ ନିଆଯିବ ବୋଲି ଏସ ଇ ଇଂ. ପ୍ରିୟବ୍ରତ ସାମନ୍ତରାୟ କହିଛନ୍ତି l

Share this

Related Posts

ତୁମୁଡିବନ୍ଧ ହାଟପିଣ୍ଡିରେ କୁଢ଼ କୁଢ଼ ଗୋବର ଓ…

Udaya_Labanya | March 22, 2023 | 4 views |0

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ପଞ୍ଚାୟତ ସ୍ଥିତ ହାଟପଦା ସ୍ଥଳରେ ସୋମବାର ଦିନ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି କୁଡ଼ କୁଡ଼ ଅଳିଆ ଆବର୍ଜନା lସୋମବାର ଦିନ ତୁମୁଡିବନ୍ଧ ପଞ୍ଚାୟତ ରେ ସାପ୍ତାହିକ ହାଟ ଥିବା…

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ…

Udaya_Labanya | March 22, 2023 | 5 views | 0

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା…

Leave a Reply

Your email address will not be published. Required fields are marked *

Archives

Categories