କୋଟଗଡ଼ ଯୁକ୍ତ ୨ କଲେଜ ଛାତ୍ର ଛାତ୍ରୀଙ୍କ ଧାରଣା

Udaya_Labanya | March 16, 2023 | 14 views |0 | Breaking News , District , Education & Job


ଫୁଲବାଣୀ (ସୁନୀଲ ପଟନାୟକ )
ବିଭିନ୍ନ ଦାବୀ ପୂରଣ ନେଇ କନ୍ଧମାଳ ଜିଲ୍ଲା କୋଟଗଡ଼ ଠାରେ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ଯୁକ୍ତ ୨ ଛାତ୍ର ଛାତ୍ରୀମାନେ ଗୁରୁବାର ଧାରଣା ରେ ବସିଛ ନ୍ତି l ଉତ୍ୟକ୍ତ ଛାତ୍ରଛାତ୍ରୀମାନେ କୋଟଗଡ଼ -ରାୟଗଡା, କୋଟଗଡ଼ -ଫୁଲବାଣୀ ମୁଖ୍ୟ ରାସ୍ତା ଅବରୋଧକରି ଧାରଣାରେ ବସିଥିବାରୁ ଦୀର୍ଘ ସମ ୟ ଧରି ଗାଡିମଟର ଚଳାଚଳ ବ୍ୟାହତ ହୋଇଛି l
ଖବର ପାଇ ତହସିଲଦାର ଥାନା ଅଧିକାରୀ, ସାଂସଦ ପ୍ରତିନିଧି ତଥା ବିଜେଡି ନେତା ମନୋଜ କୁମାର ସାବତ ପ୍ରମୁଖ ଘଟଣା ସ୍ଥଳ ରେ ପହଂଚି ବୁଝାସୁଝା କରୁଛନ୍ତି l ତେବେ ଏଯାଏଁ ଛାତ୍ର ଛାତ୍ରୀ ସେମାନଙ୍କ ଜିଦ ରେ ଅଟଳ ଅଛନ୍ତି l କଲେଜ କୁ ଆସୁଥିବା ଅର୍ଥ ଅନୁଦାନ ର ହେରଫେର, ହେଉଥିବା, ନିମ୍ନ ମାନର ଖାଦ୍ୟ ପ୍ରଦାନ, ପିଇବା ପାଣି ଅଭାବ, ଶୌଚାଳୟ ଠିକ ଠାକ ନଥିବା ନେଇ ଅଭିଯୋଗ କରିଛନ୍ତି ଛାତ୍ର ଛାତ୍ରୀ l ଏ ନେଇସେମାନେ ପୂର୍ବରୁ କଲେଜ କତୃପକ୍ଷ ଙ୍କୁ ଜଣାଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା, ଓଲଟା ସେମାନଙ୍କୁ ନାଲିଆଖି ଦେଖାଇ ଡ଼ରାଇବା ସହ ଇଚ୍ଛା ହେଲେ ପାଠ ପଢ଼ ନ ହେଲେ ଅନ୍ୟ ରାସ୍ତା ଦେଖ ବୋଲି କହିବା ଫଳରେ ଛାତ୍ର ଛାତ୍ରୀମାନେ ଶେଷରେ ରାଜରାସ୍ତା କୁ ଓଲ୍ଲହାଇଥିବା କହିଛନ୍ତିl
ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରି ଦୁର୍ନୀତିଗ୍ରସ୍ତକର୍ମଚାରୀ ମାନଙ୍କୁ ଏଠାରୁ ଅନ୍ୟତ୍ର ବଦଳୀ ଦାବୀ କରିଛନ୍ତି l

Share this

Related Posts

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର…

Udaya_Labanya | March 25, 2023 | 12 views |0

ଫୁଲବାଣୀ (ସୁନୀଲ ପଟନାୟକ )ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳ ର ଯୁବ ସମାଜସେବୀ ଦେବାଶିଷ ସାହାଣୀ lଦେବାଶିଷ ଙ୍କୁ ରାଜ୍ୟ ଶାଖା ତରଫରୁ ମନନୀତ କରାଯାଇଛି lଶନିବାର ଅନୁଷ୍ଠିତ ସଭାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories