ପର୍ଜଙ୍ଗ ବ୍ଲକରେ ଆପ୍ ର ପଂଚାୟତ ପ୍ରତିନିଧି ସମ୍ମିଳନୀ

Udaya_Labanya | March 16, 2023 | 8 views |0 | Breaking News , District

ପର୍ଜଙ୍ଗ : ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକର ପାଣି ପଂଚାୟତ ପରିସରରେ ଆମ୍ ଆଦମୀ ପାର୍ଟି ର ସମସ୍ତ ପଂଚାୟତ ଇନଚାର୍ଜ ମାନଙ୍କୁ ନେଇ ଏକ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଆବାହକ ପଙ୍କଜ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଂଚାୟତ ଅଧିକାରୀ ମାନଙ୍କୁ ପ୍ରତ୍ୟେକ ଗାଁ ରେ କିପରି ସଂଗଠନ କରାଯାଇପାରିବ ତାର ସୂତ୍ରପାତ କରିଥିବା ବେଳେ ପର୍ଯ୍ୟବେକ୍ଷକ ଭାବେ ଅନୁଗୁଳ ଜିଲ୍ଲା ସଭାପତି ଜ୍ୟୋତିରଞ୍ଜନ ପଣ୍ଡା ଏବଂ ଅନୁଗୁଳ ଜିଲ୍ଲା ସଂଗଠନ ସମ୍ପାଦକ ରଂଜିତ ମହାପାତ୍ର ଯୋଗଦେଇ ଦିଲ୍ଲୀ ଓ ପଞ୍ଜାବରେ ଦଳର ଯୋଜନା ଗୁଡିକ ଉପରେ ଆଲୋଚନା କରିଥିଲେ l ଜିଲ୍ଲା ପୂର୍ବତନ ସମ୍ପାଦକ ତଥା ପର୍ଜଙ୍ଗ ବିଧାନସଭା ପର୍ଯ୍ୟବେକ୍ଷକ ବିଷ୍ଣୁ ପ୍ରସାଦ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ ଏବଂ ପର୍ଜଙ୍ଗ ବ୍ଲକ ସଭାପତି ପ୍ରକାଶ ବିଶ୍ୱାଳ ଅତିଥି ପରିଚୟ କରିଥିଲେ l ଜିଲ୍ଲା ମିଡ଼ିଆ ପ୍ରଭାରୀ ଜିତେନ୍ଦ୍ର ବେହେରା ମିଡ଼ିଆ ସମ୍ପର୍କରେ ପ୍ରଶିକ୍ଷଣ ଦେଇ ଏକ ମିଡ଼ିଆ ଟିମ୍ ଗଠନ କରିଥିଲେ ଓ ବ୍ଲକକୁ ସଂଚାଳନ କରିବାପାଇଁ ପାଞ୍ଚ ଜଣିଆ ପ୍ରଚାର କମିଟି ଗଠନ କରାଯାଇଛି l ଏହି ସମ୍ମିଳନୀରେ ବିଭିନ୍ନ ପଂଚାୟତରୁ ୱାର୍ଡ ମେମ୍ବର ପ୍ରକାଶ ଭୁତିଆ, ଅଜୟ ସାହୁ,ଫକୀର ଦାସ, ସଂଗ୍ରାମ ପ୍ରଧାନ, ପଙ୍କଜ ବିଶ୍ୱାଳ, ସୌମ୍ୟରଞ୍ଜନ ସାହୁ, ରୋହିତ ସାହୁ, ସୁବ୍ରତ ପାତ୍ର, ସନ୍ୟାସୀ ନାଏକ, ଲିକୁନ ସାହୁ, ଅଜୟ ଭୁତିଆ,ରୋହିତ ଜେନା,ଦଣ୍ଡଧର ଜେନା, ସୁବ୍ରତ ପ୍ରଧାନ, ମାମୁଲା ଭୁତିଆ, ଅମର ଭୁତିଆ ପ୍ରମୁଖଙ୍କ ସହିତ ଅନ୍ୟ ପଂଚାୟତ କର୍ମୀମାନେ ଯୋଗଦେଇଥିଲେ l କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ବିଭୁ ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

Share this

Related Posts

ତୁମୁଡିବନ୍ଧ ହାଟପିଣ୍ଡିରେ କୁଢ଼ କୁଢ଼ ଗୋବର ଓ…

Udaya_Labanya | March 22, 2023 | 4 views |0

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ପଞ୍ଚାୟତ ସ୍ଥିତ ହାଟପଦା ସ୍ଥଳରେ ସୋମବାର ଦିନ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି କୁଡ଼ କୁଡ଼ ଅଳିଆ ଆବର୍ଜନା lସୋମବାର ଦିନ ତୁମୁଡିବନ୍ଧ ପଞ୍ଚାୟତ ରେ ସାପ୍ତାହିକ ହାଟ ଥିବା…

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ…

Udaya_Labanya | March 22, 2023 | 5 views | 0

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା…

Leave a Reply

Your email address will not be published. Required fields are marked *

Archives

Categories