ଫୁଲବାଣୀ ପୌର ପରିଷଦ ପକ୍ଷରୁ ରକ୍ତଦାନ ଶିବିର, ୪୯ ୟୁନିଟ୍ ରକ୍ତ ସଂଗୃହିତ

Udaya_Labanya | March 16, 2023 | 22 views |0 | Breaking News , District

ଫୁଲବାଣୀ(,ସୁନୀଲ ପଟନାୟକ )
ଫୁଲବାଣୀ ପୌରପରିଷଦ ଓ କନ୍ଧମାଳ ଜିଲ୍ଲା ରେଡକ୍ରସ୍ ସମିତିର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରକୁ ଫୁଲବାଣୀ ପୌରାଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି ଉଦଘାଟନ କରିଥିଲେ। ଏହି ଅବସରରେ ଅନ୍ଯତମ ଅତିଥି ଭାବେ ପୌର ଉପାଧ୍ୟକ୍ଷା ଶ୍ରୀମତୀ ପାୟଲ ବେହେରା, ପୌରନିର୍ବାହୀ ଅଧିକାରୀ ବଳଦେବ ବେହେରା,ଜିଲ୍ଲା ଆପାଦ କାଳୀନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ,ତହସିଲଦାର ଦିନମଣି ନାୟକ,ଫୁଲବାଣୀ ଆଦର୍ଶ ଥାନା ଅଧିକାରୀ ଅଶୋକ କୁମାର ଗିରି, ବରିଷ୍ଠ ରକ୍ତଦାତା ତଥା ସାମ୍ବାଦିକ ପ୍ରଶାନ୍ତ କୁମାର ବେହେରା, ଟିମ୍ ହ୍ୟୁମାନିଟି ର ଆବାହକ ଭି. ଲୋକନାଥ ରାଜୁ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ରେ ଫୁଲବାଣୀ ପୌରପରିଷଦ ର କାଉନସିଲର ରାଜେନ୍ଦ୍ର କୁମାର ପାଢ଼ୀ,ଟୁକୁନି ସେଠୀ,ମାଧବୀ ମିଶ୍ର,ବାବୁଜାନ,ଶ୍ରୀବତ୍ସ ବେହେରା,ବିକ୍ରମ ବେହେରା, ଟୁକୁନ୍ଦର ସେଠୀ ଏବଂ ଅନ୍ୟ କାଉନସିଲର ମାନେ ଯୋଗଦେଇ ଶିବିରରେ ନିଜେ ରକ୍ତଦାନ କରିବା ସହ ସହାୟତା କରିଥିଲେ। ଶିବିରରକୁ ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ଜୟଦିପ ଘୋଷ ପରିଚାଳନା କରିଥିଲେ। ରକ୍ତଭଣ୍ଡାରର କର୍ମଚାରୀ ପ୍ରଶାନ୍ତ କୁମାର ରତ୍ନାଲୁ, ଅର୍ଚ୍ଚନା ପ୍ରଧାନ ଓ ବରୁଣ ବେହେରା ପ୍ରମୁଖ ଶିବିରରେ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ। ଏଥିରେ ମୋଟ ୪୯ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।

Share this

Related Posts

ତୁମୁଡିବନ୍ଧ ହାଟପିଣ୍ଡିରେ କୁଢ଼ କୁଢ଼ ଗୋବର ଓ…

Udaya_Labanya | March 22, 2023 | 4 views |0

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ପଞ୍ଚାୟତ ସ୍ଥିତ ହାଟପଦା ସ୍ଥଳରେ ସୋମବାର ଦିନ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି କୁଡ଼ କୁଡ଼ ଅଳିଆ ଆବର୍ଜନା lସୋମବାର ଦିନ ତୁମୁଡିବନ୍ଧ ପଞ୍ଚାୟତ ରେ ସାପ୍ତାହିକ ହାଟ ଥିବା…

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ…

Udaya_Labanya | March 22, 2023 | 5 views | 0

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା…

Leave a Reply

Your email address will not be published. Required fields are marked *

Archives

Categories