୬0କିଲୋ ଗଂଜେଇ ସହ ଗ୍ରାମରକ୍ଷୀ
ଗିରଫ
Udaya_Labanya | March 16, 2023 | 27 views |0
| Breaking News
, Crime
, District
ଫୁଲବାଣୀ ( ଉଲ୍ଲାପ୍ର )
ଷାଠିଏ କେଜି ଗଂଜେଇ ସହ ଗ୍ରାମ ରକ୍ଷୀ ଗିରଫ lଗଞ୍ଜେଈ ବସ୍ତାରେ ଭର୍ତ୍ତି କରି ରାସ୍ତାରେ ଗାଡି କୁ ଅପେକ୍ଷା କରିଥିବାବେଳେ କୌଣସି ସୂତ୍ରରୁ ଖବରପାଇ ଅବକାରୀ ବିଭାଗ ସ୍କ୍ୱାଡ଼ ଗଂଜେଇ ସହ ଗ୍ରାମରକ୍ଷୀ କୁ ଗିରଫ କରିଥିବା ନେଇ ଅବକାରୀ ଇନ୍ସ୍ପେକଟର ଶ୍ରୀଧର ହେମ୍ରମ ସୂଚନା ଦେଇଛନ୍ତି l
ଗିରଫ ଗ୍ରାମ ରକ୍ଷୀ ର ନାମ ଉଦୟ ମାଝୀ ସେ ଫିରିଙ୍ଗିଆ ଥାନା ଅଧୀନ ରେ ଗ୍ରାମରକ୍ଷୀ ଥିବା କୁହାଯାଉଛି l ଉଦୟ ର ଘର ଜଜେଶପଙ୍ଗl ପଂଚାୟତ ର କା ମ୍ବପଡ଼ା ଗ୍ରାମ ର ବୋଲି ଅବକାରୀ ଇନିସ୍ପେକଟର ହେମ୍ରମ କହିଛନ୍ତି l
ଅବକାରୀ ସୁପରିଟେଣ୍ଡେଣ୍ଟ ପ୍ରବୀର କୁମାର ସାମଲ ଙ୍କ ନିର୍ଦେଶ କ୍ରମେ ଅବକାରୀ ସ୍କ୍ୱାଡ଼ ପେଟ୍ରୋଲିଙ୍ଗ କରିବାବେଳେ ସନ୍ଦେହ ରେ ଯାଞ୍ଚ କରିବାବେଳେ ଧରାପଡିଥିଲା l
ଅବକାରି ବିଭାଗ 145/23ରେ ମାମଲା ରୁଜୁ କରିଥିବା ଜଣାପଡିଛି l