ଫିରିଙ୍ଗିଆ ବ୍ଲକ
ପଵିଙ୍ଗିଆ ଠାରେ ଗଂଜେଇ ଚାଷ ବିରୋଧ ରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ

Udaya_Labanya | March 27, 2023 | 14 views |0 | Breaking News , District


ଫୁଲବାଣୀ( ଉଲ୍ଲାପ୍ର )
କନ୍ଧମାଳ ଜିଲାରେ ଦିନକୁଦିନ ବେଆଇନ ଗଂଜେଇ ଚାଷ ଓ ଚୋରାଚାଲାଣ ବଢିଚାଲିଥିବା ରୁ ଏହାକୁ ରୋକିବା ପାଇଁ ଜିଲ୍ଲା ଅବକାରୀ ବିଭାଗ ସହଯୋଗ ରେ ଅଗ୍ରଣୀ କଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳାସଙ୍ଗମ ପକ୍ଷରୁ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପଵିଙ୍ଗିଆ ପଂଚାୟତ କାର୍ଯ୍ୟାଳୟ ପରିସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା l ଅନୁଷ୍ଠାନ ର ସଂଯୋଜକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ଫିରିଙ୍ଗିଆ ବ୍ଲକ ବିଡିଓ ରଶ୍ମି ରଞ୍ଜନ ମହନ୍ତ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବାବେଳେ ସ ରପଞ୍ଚଲାଲ ମୋହନ କହଁର, ସମିତି ସଭ୍ୟା ମାନସି କହଁର, ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକନାରାୟଣ ସାହୁ , ଅବକାରୀ ବିଭାଗସବ ଇନ୍ସପେକ୍ଟର ସାଗର ଭୋଇ, ଅବକାରୀ ବିଭାଗ ବରିଷ୍ଠ ଅଧିକାରୀ ନାରାୟଣ ସାହୁ, ଆଇ ଟି ଡ଼ି ଏ ମିଶନଜୀବିକା ର ଜି ବିକା ବିଶେଷଜ୍ଞବାଦ୍ୟନାଥ ଖଟୁଆ, ପଂଚାୟତ ନିର୍ବହୀଅଧିକାରୀ ତ୍ରିଲୋଚନ ଖମାରି, ଶିବରାମ ନାୟକ ପ୍ରମୁଖ ଯୋଗ ଦେଇ ବେଆଇନ ଗଂଜେଇ ଚାଷ ଓ କାରବାର ରୁ ନିବୃତ୍ତହୋଇ ସରକାରଙ୍କ ବିଭି ନ୍ନଜନକଲ୍ୟାଣ ଯୋଜନା ରେ ସାମିଲହେବା ଲାଗି ପରାମର୍ଶ ଦେଇଥିଲେ l
କମ ସମୟ ରେ କମ ପରିଶ୍ରମ ରେ ଅଧିକ ଉପାର୍ଜନ କରିବା ନିଶା ରେ
ଏହି ବେଆଇନ ଗଂଜେଇ ଚାଷ କୁ ଆପଣାଉଛନ୍ତି ପରେ ପୋଲିସ ଓ ଅବକାରୀ ବିଭାଗ ଦ୍ୱାରା ଧରାପଡ଼ି ଜେଲ କୁ ଯାଉଛନ୍ତି ଆଉ ସେମାନଙ୍କୁ ମୁକୁଳାଇବାଲାଗି ପରିବାର ସର୍ବସ୍ୱାନ୍ତ ହେଉଛନ୍ତି ଏଥିସହ ନିଜ ଗାଁ, ଓଜିଲା ମଧ୍ୟ ବଦନାମ ହେଉଥିବା କହିଥିଲେ l
ଏଣୁ ଏହିଚାଷ ଠୁ ଦୁରେଇ ରହିବାକୁ ଶପଥ ନେବା ଲାଗି ପରାମର୍ଶ ଦେଇଥିଲେ ଅତିଥିମାନେ l
ଏହାପରେ ବରିଷ୍ଠ ଆଇନଜୀବୀ ତଥା ନାଟ୍ୟକାର ବିଜୟ ପଟନାୟକ ଙ୍କ ଦ୍ୱାରା ଲିଖିତ ଓ ନିର୍ଦେଶିତ ସଚେତନ ଧର୍ମୀ ପଥ ପ୍ରାନ୍ତ ନାଟକ’ ନୀଳ ଜହର’ ପ୍ରଦର୍ଶିତହୋଇଥିଲା l
ସାମ୍ବାଦିକ ତଥା କଳାକାର ସଙ୍ଘ ଉପସଭାପତି ପ୍ରମୋଦ ଦଣ୍ଡସେନା ଙ୍କ ନେତୃତ୍ୱରେ ନିଳ ଜହର ପ୍ରଦର୍ଶିତ ହୋଇଥିଲା l
ପଂଚାୟତ ର ଲୋକପ୍ରତିନିଧି ଙ୍କ ସମେତ ଏସଏଚଜି ମହିଳା,ଆଶା କର୍ମୀ ସ୍ବେଛାସେବୀ, ସ୍ଥାନୀୟ ଜନସାଧାରଣ ବହୁସଂଖ୍ୟାରେ ଯୋଗ ଦେଇଥିଲେ l

Share this

Related Posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views |0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର…

Udaya_Labanya | June 8, 2023 | 8 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ…

Leave a Reply

Your email address will not be published. Required fields are marked *

Archives

Categories