#Breaking News #District

ଫୁଲବାଣୀ ପୋଷ୍ଟ ଅଫିସ ରେ ଜାଲ ସାର୍ଟିଫିକେଟ ରେ ଚାକିରୀ ଅଭିଯୋଗ


ଫୁଲବାଣୀ,ରାଜ୍ୟରେ ବିଭିନ୍ନ କାର୍ଯ୍ୟାଳୟ ରେ ଜାଲ ସାର୍ଟିଫିକେଟ ବଳରେ ଚାକିରୀ କରୁଥିବା ଅଭିଯୋଗ ରେ ମାମଲା ରୁଜ୍ଜୁ ହୋଇଥିବାବେଳେ
କନ୍ଧମାଳ ମଧ୍ୟ ବାଦ ପଡିନି l ପୂର୍ବରୁ ଜିଲାରେ ଶିକ୍ଷା ବିଭାଗ ରେ ଜାଲ ଶିକ୍ଷାଗତ ଯୋଗ୍ୟତା ସାର୍ଟିଫିକେଟ ରେ ଚାକିରୀ କରିଥିବା ଅଭିଯୋଗ ରେ କେତେଜଣ ଧରାପଡିଥିବା ବେଳେ ଜାଲ ଜାତିଗତ ପ୍ରମାଣ ପତ୍ର ମାଧ୍ୟମ ରେ ବି ଚାକିରୀ କରିଥିବା ଶତାଧିକ କର୍ମଚାରୀ ଧରା ପଡି ଜେଲ ଯାଇଛନ୍ତି l ଏବେ କେନ୍ଦ୍ର ସରକାର ଙ୍କ ପୋଷ୍ଟ ଅଫିସ ରେ ଚାକିରୀ କରିବା ପାଇଁ ମନୋନୀତ ହୋଇଥିବା ପ୍ରାୟ ୫ ୬ ଜଣ ଙ୍କ ମଧ୍ୟରୁ ସାର୍ଟିଫିକେଟ ଯାଞ୍ଚ ବେଳେ ୬ ଜଣ ଜାଲ ସାର୍ଟିଫିକେଟ ବଳରେ ଚାକିରୀ ଆବେଦନ କରିଥିବା ନେଇ ସନ୍ଦେହ ସୃଷ୍ଟି ହେବା ଫଳରେ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ପୋଷ୍ଟଅଫିସ ସୁପରିଟେଣ୍ଡେଣ୍ଟ ଟାଉନଥାନା ରେ ଏତେଲା ଦେଇଥିବା ନେଇ ଟାଉନ ଥାନା ଅଧିକାରୀ ଅଶୋକ କୁମାର ଗିରି କହିଛନ୍ତି l
ଏତେଲା ପାଇବା ପରେ ତଦନ୍ତପ୍ରକ୍ରିୟା କୁ ଜୋରଦାର କରିଛି ଟାଉନ ପୋଲିସ l
ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ଗିରୀ କହିଛନ୍ତି l

Leave a comment

Your email address will not be published. Required fields are marked *