ଫୁଲବାଣୀ ରୋଟାରୀ ପ୍ରତିଷ୍ଠା ଦିବସ ପାଳିତ

Udaya_Labanya | March 28, 2023 | 14 views |0 | Breaking News , District


ଫୁଲବାଣୀ (ସୁନୀଲ ପଟନାୟକ )
ଫୁଲବାଣୀ ସ୍ଥିତ ସାଲକୀ ହୋଟେଲ ସମ୍ମିଳନୀ କକ୍ଷ ଠାରେ ଫୁଲବାଣୀ ରୋ ଟା ରୀ କ୍ଲବ ର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l
ଏହି ଅବସରରେ ଆୟୋଜିତ ସଭାରେ ରୋ ଟା ରୀ ସଭାପତି, ବରିଷ୍ଠ ଆଇନଜୀବୀ ତଥା ସମାଜସେବୀ ହରିଶ୍ଚନ୍ଦ୍ର ମହାରଣା ସଭାପତିତ୍ୱ କରି ଥିବାବେଳେ ସମ୍ପାଦକ ମନୋରଞ୍ଜନ ପଟନାୟକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ l
ମୁଖ୍ୟ ଅତିଥି ଭାବରେ ପୁରୀ ରୋ ଟା ରୀ ଡିଜି ପ୍ରଭୁଦତ୍ତ ସୁବୁଧି ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ମଞ୍ଜୁଷା ସୁବୁଧି, ଆସିଷ୍ଟାଣ୍ଟ ଗଭ ର୍ଣ୍ଣର ପି କେ ପାଣିଗ୍ରାହୀ, ଯୋଗଦେଇ ଦୀର୍ଘ ବୟlଳସି ବର୍ଷ
ଧରି ଫୁଲବାଣୀ ରୋ ଟା ରୀ କ୍ଲବ ବିବିନ୍ନସେବାମୂଳକ କାର୍ଯ୍ୟ କରି ପ୍ରଶଂସା ସାଉଁଟି ଥିବା ରୁ ମୁଖ୍ୟ ଅତିଥି ଡିଜି ସୁବୁଧି ଭୁୟସୀ ପ୍ରଶଂସା କରିଥିଲେ l
ଆଗାମୀ ଦିନରେ ସଦସ୍ୟ ମାନେ ମିଳିମିଶି ନିଷ୍ଠା ଓ ଆନ୍ତରିକତାର ସହ
ସେବା ମନୋବୃତି ନେଇଲୋକଙ୍କ ପାଇଁ କାର୍ଯ୍ୟ କରିବାପାଇଁ ପରାମର୍ଶ ଦେଇଥିଲେ l
ଆନ୍ତର୍ଜାତୀୟ ସ୍ତରରେ ରୋଟାରୀ କ୍ଳବ ର ଯଥେଷ୍ଟ ନାଁ ରହିଛି lସେବାକାର୍ଯ୍ୟ ରେ ରେଟିଙ୍ଗ ଚାରି ଷ୍ଟାର ରେଟିଙ୍ଗ ରହିଥିବା କହିଥିଲେ l
ଏହି ଅବସର ରେ ବରିଷ୍ଠସାମ୍ବାଦିକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ ଓ ସମାଜ ସେବୀ ତଥା ଅବସରପ୍ରାପ୍ତ ସେନା କର୍ମଚାରୀ ମୁକ୍ତି କାନ୍ତ ମହାନ୍ତି ଙ୍କୁ ରୋ ଟା ରୀ ଡ଼ି ଜି ପ୍ରଭୁଦତ୍ତ ସୁବୁଧି ନୂତନ ସଦସ୍ୟ ଭାବେ ପୁଷ୍ପ ଗୁଛ ଓ ବ୍ୟାଚ ପିନ୍ଧାଇ ସ୍ଵାଗତ କରି ଥିଲେ l
ଶ୍ରିମତିହର ପ୍ରୀୟା ପଣ୍ଡା ସ୍ଵାଗତ ଭାଷଣ ଦେଇଥିବା ବେଳେ ରୋଟାରୀଆନ ଶ୍ରୀମତୀ ବିରାଜିନୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l
ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠସମାଜସେବୀ ତଥା ରୋ ଟା ରୀ ଫାଉଣ୍ଡର ବିପ୍ର ଚରଣପା ତ୍ର, ରବିନାରାୟଣ ସୁବୁଧି, ପଦ୍ମଚରଣ ସ୍ୱାଇଁ, ପଦ୍ମ ଚରଣ ମହାନ୍ତି, ପ୍ରସନ୍ନ ପଣ୍ଡା, କୁନ୍ଦନ ସିଂହ, ଉର୍ମିଳା ପଣ୍ଡା, ଶରତ ସୁବୁଧି, ସାମ୍ବାଦିକ ଆଦିତ୍ୟ ତ୍ରିପାଠୀ, ଅନିତା ପଟନାୟକ, ଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ l

Share this

Related Posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views |0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର…

Udaya_Labanya | June 8, 2023 | 8 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ…

Leave a Reply

Your email address will not be published. Required fields are marked *

Archives

Categories