ବନାନୀ କଳା ସଙ୍ଗମ ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ ପାଳିତ

Udaya_Labanya | March 28, 2023 | 18 views |0 | District , Entertainment


ଫୁଲବାଣୀ (ସୁନୀଲ ପଟନାୟକ )
ଫୁଲବାଣୀ ର ଏକ ଅଗ୍ରଣୀ କଳା ଓ ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ନିଜସ୍ୱ କାର୍ଯ୍ୟାଳୟ ପରିସରରେ ୬ ୨ ତମ ବିଶ୍ୱ ନାଟ୍ୟ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ନାଟ୍ୟ କାର, ସାହିତ୍ୟିକ ଅବସରପ୍ରାପ୍ତ ସ୍ୱାସ୍ଥ୍ୟବିଭାଗ ଅଧିକାରୀ ପଣ୍ଡିତ ଅନନ୍ତ ଚରଣ ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ କମାଣ୍ଡାଣ୍ଟ ନବିନକିଶୋର ପଣ୍ଡା, ବରିଷ୍ଠ ଆଇନଜୀବୀ ତଥା ନାଟ୍ୟ ନିର୍ଦେଶକ, ବିଜୟ ପଟନାୟକ,ଅନୁଷ୍ଠାନ ର ସାଧାରଣ ସମ୍ପାଦକ, କଳାକାର, ବରିଷ୍ଠସା ମ୍ବାଦିକ, ନାଟ୍ୟପ୍ରେମୀ ଡ଼. ଅରୂପ ଜେନା, ସଭାପତି ତଥା ଆଇନଜୀବୀ ରବୀନ୍ଦ୍ର ନାଥ ମିଶ୍ର, ଓ ଅଧ୍ୟାପକ ମାର୍ଥା ଯୋଗ ଦେଇ ଦିନକୁ ଦିନ ନାଟକ ମଞ୍ଚସ୍ତ ହେବା ହ୍ରାସ ପାଉଛି, ଏଣୁ କଳା ଓ କଳାକାର ମାନଙ୍କୁ ଉତ୍ସାହିତ କରିବା ପାଇଁ ଅଧିକ ନାଟକ ମଞ୍ଚସ୍ତ ହେବା ଆବଶ୍ୟକ ବୋଲି କହିଥିଲେ l
ସେହିପରି ବନାନୀ କଳା ସଙ୍ଗମ ର ସଂଯୋଜକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ ପ୍ରାରମ୍ଭିକ ଭାଷଣ ମାଧ୍ୟମ ରେ ବନାନୀ କଳା ସଙ୍ଗମ ର ହାତକୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ମତ ବ୍ୟକ୍ତକରିବା ସହ ସରକାରୀ ସହାୟତା ଓ ସମସ୍ତଙ୍କ ସହଯୋଗ ରହିଲେ ନାଟକ ବଂଚିବ ବୋଲି କହିଥିଲେ l
ସମାଜ ସେବୀ ତଥା ସଂଗଠନ ର ଆବାହକ ଅଶୋକ ପରିଡା ସଭା ପରିଚାଳନା କରିଥିବା ବେଳେ ଆଇନଜୀବୀ ତଥା ସଂଗଠନ ର ସଦସ୍ୟ ବିରଜା ପ୍ରସାଦ ନାହାକ ଧନ୍ୟବାଦ ଅର୍ପଣ କରିଥିଲେ l
ଅନ୍ୟମାନଙ୍କମଧ୍ୟରେ ନାଟ୍ୟ ଗୁରୁ ବିନୋଦ ସାହୁ, କଳାକାର ବାଦ୍ୟନାଥଖଟୁ ଆ, ଙ୍କ ସମେତ ବହୁ କଳାକାର, ନାଟ୍ୟପ୍ରେମୀ, ସାମ୍ବାଦିକ, ବୁଦ୍ଧିଜୀବୀ ପ୍ରମୁଖ ଯୋଗ ଦେଇଥିଲେ l

Share this

Related Posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views |0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର…

Udaya_Labanya | June 8, 2023 | 8 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ…

Leave a Reply

Your email address will not be published. Required fields are marked *

Archives

Categories