ବାଲିଗୁଡା : ନିମ୍ନ ମାନର ଖାଦ୍ୟ ଅଭିଯୋଗରେ ହଷ୍ଟେଲ ଛାଡ଼ିଲେ ୫୦ରୁ ଉର୍ଦ୍ଧ୍ବ ଅନ୍ତେବାସୀ

Udaya_Labanya | March 28, 2023 | 17 views |1 | Breaking News , District


ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ) ନିମ୍ନ ମାନର ଖାଦ୍ୟ ପରିବେଷଣ ଅଭିଯୋଗରେ ହଷ୍ଟେଲ ଛାଡ଼ିଲେ ୫୦ରୁ ଉର୍ଦ୍ଧ୍ବ ଅନ୍ତେବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଖମଣଖୋଲ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ । ସୂଚନା ପ୍ରକାରେ ଖମଣଖୋଲ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ହଷ୍ଟେଲରେ ପ୍ରାୟ ୮୦ଜଣ ଆଦିବାସୀ ଛାତ୍ରୀ ରହି ପାଠ ପଢୁଥିବା ଜଣାପଡ଼ିଛି । ସରକାର ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ମୁହାଁ କରିବା ସହ ଉଚ୍ଚ ଶିକ୍ଷିତ କରିବା ପାଇଁ ମାଗଣା ରହିବା, ପୁଷ୍ଟିକର ଖାଦ୍ୟ ଖାଇବା,ମାଗଣା ବହି,ଖାତା ଯୋଗାଇବା ସହ ବିଭିନ୍ନ ବ୍ୟବସ୍ଥା ମାଧ୍ୟମରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ କିଛି ହୀନ ମାନସିକ ଧାରୀ ସ୍କୁଲ କର୍ତ୍ତୃପକ୍ଷ ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଆସୁଥିବା ସରକାରୀ ଅର୍ଥକୁ ଚଳୁ କରିବା ସହ ଛାତ୍ରଛାତ୍ରୀଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଓ ଭବିଷ୍ୟତକୁ ପାଦରେ ଦଳିବାକୁ ପଛାଉ ନାହାନ୍ତି । ଏଭଳି ଅଭିଯୋଗ ଆସିଛି ଖମଣଖୋଲ ଅଞ୍ଚଳରୁ । ଦୀର୍ଘ ଦିନ ହେବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ହଷ୍ଟେଲ ପରିଚାଳକ ଅନ୍ତେବାସିଙ୍କୁ ନିମ୍ନ ମାନର ଖାଦ୍ୟ ପରିବେଷଣ କରିଆସୁଥିବା ବେଳେ ସ୍ଥିତିରେ ସୁଧାର ଆଣିବା ପାଇଁ ଅନ୍ତେବାସୀ କର୍ତ୍ତୁପକ୍ଷଙ୍କୁ ବାରମ୍ବାର ନିବେଦନ କରିଆସୁଥିଲେ ମଧ୍ୟ ଏଥିପ୍ରତି କର୍ଣ୍ଣପାତ କରିନଥିଲେ କର୍ତ୍ତୃପକ୍ଷ । ଶେଷରେ ଅତିଷ୍ଠ ହୋଇ ଗତ ରାତିରେ ୫୦ରୁ ଉର୍ଦ୍ଧ୍ବ ଅନ୍ତେବାସୀ ହଷ୍ଟେଲ ଛାଡ଼ି ଚାଲିଯାଇଥିବା ଅଞ୍ଚଳବାସୀଙ୍କ ନିକଟରୁ ଶୁଣିବାକୁ ମିଳିଛି । ବାଲିଗୁଡ଼ା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଏଥିପ୍ରତି ଧ୍ୟାନ ନଦେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ସଲାସୁତୁରା ହେଉଥିବା ଯୋଗୁଁ ଏଭଳି ଘଟଣା ଘଟୁଥିବା ସାଧାରଣରେ ଆଲୋଚନା ହେଉଛି । ଏଣୁ ବର୍ତ୍ତମାନ ସମୟରେ ଜିଲ୍ଲାପାଳ ଏଥିପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ହୋଇପଡ଼ିଛି ।

Share this

Related Posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views |0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର…

Udaya_Labanya | June 8, 2023 | 8 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ…

Leave a Reply

Your email address will not be published. Required fields are marked *

Archives

Categories