ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ
ଇନ୍ଦୋର ଫେରନ୍ତା ଆଦିବାସୀ ଯୁବକ ଯୁବତୀ ଙ୍କୁ ସମ୍ବର୍ଧନା

Udaya_Labanya | March 29, 2023 | 29 views |0 | Breaking News , District , Others


ଫୁଲବାଣୀ(ସୁନୀ ଲ ପଟନାୟକ )
ସ୍ଥାନୀୟ ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ମଧ୍ୟ ପ୍ରଦେଶ ଇନ୍ଦୋର ରୁ କୃତିତ୍ୱ ହାସଲ କରି ଫେରିଥିବା ଜିଲ୍ଲାରଦୁର୍ଗମ ତୁମୁଡିବନ୍ଧ ବ୍ଲକ ଅଂଚଳ ର କୋଡିଏ ଜଣ ଯୁବକ ଯୁବତୀ ଙ୍କୁ ସମ୍ବର୍ଧିତ କରାଯାଇଥିଲା l
ଏହି ଅବସର ରେ ସ୍ଥାନୀୟ ବନାନୀ କଳା ସଙ୍ଗମ ପରିସରରେ ନେହୁରୁଯୁବ କେନ୍ଦ୍ରର ବରିଷ୍ଠ ସ୍ବେଛାସେବୀ ସତ୍ୟ ବାନ ଦଳ ବେହେରା ଙ୍କ ସଭାପତିତ୍ୱ ରେଅନୂଷ୍ଠିତ ସଭାରେ
ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ, ପ୍ରେସ କ୍ଲବ ସଭାପତି ରୋଟାରୀଆନ ସୁନୀଲ ପଟନାୟକ
ଯୋଗଦେଇ କନ୍ଧ ମାଳ ଜିଲ୍ଲା ର ଦୁର୍ଗମ ତଥା ମାଓ ଇଲାକା ଭାବେ ପରିଚିତ ତୁମୁଡିବନ୍ଧ ଅଂଚଳ ରୁ ସୁଦୂର ମଧ୍ୟ ପ୍ରଦେଶ ର ଇନ୍ଦୋର ଯାଇ ସେଠାରେ ନିଜର ପ୍ରତିଭା ପ୍ରଦର୍ଶନ କରି ଲୋକ ନୃତ୍ୟ ରେ ପ୍ରଥମ ଓ ବକ୍ତୃତା ପ୍ରତଯୋଗିତରେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଅଣିଥିବାରୁ ସାଧୁ ବାଦ ଜଣାଇବା ସହ ୭ ଦିନ ଧରି ଇନ୍ଦୋର ଗସ୍ତ ଓ ସେଠାରେ ଅନ୍ୟ ରାଜ୍ୟ ରୁ ଆସିଥିବା ଯୁବକ ଯୁବତୀ ମାନଙ୍କସହ ହୋଇଥିବା କଳା, ସଂସ୍କୃତି, ସାହିତ୍ୟ, ଓ ଭାବ ର ଆଦାନ ପ୍ରଦାନ ର ଅନୁଭୂତି ଭବିଷ୍ୟତ ରେ ଆଗକୁ ବଢିବା କୁ ପ୍ରେରଣାଦେବବୋଲି କହିଥିଲେ lସେହିପରି ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ନାରାୟଣ ସାହୁ, କଣ୍ଠ ଶିଳ୍ପୀ, ସିନେ କଳାକାର, ସମାଜ ସେବୀ ଜଳନ୍ଧର କହଁର, ପୂର୍ବତନ ବ୍ଲକ ଅଧକ୍ଷ ତଥା ବରିଷ୍ଠ ଆଦୀବାସିନେତା ସମାଜସେବୀ, ନାଟ୍ୟପ୍ରେମୀ, କ୍ରୀଡ଼ାବିତ ବୀରେନ୍ଦ୍ର କହଁର, ସି ଆର ପିଏଫ ଅଧିକାରୀ ସିମରନ ପାଠକ, ମହିଳା କର୍ମଚାରୀ ଲିଲି ଭୋଇ ,ଶିବ ନାୟକ ପ୍ରମୁଖ ଯୋଗ ଦେଇ ଆଜୀରଯୁବ ସମାଜ ଆସନ୍ତା କାଲି ର ଭବିଷ୍ୟତ lଯୁବସମାଜ ପଥ ଭ୍ରଷ୍ଟ ନ ହୋଇ ସୁପଥରେ କାର୍ଯ୍ୟକଲେ ଏକ ସୁସ୍ଥ ଓ ସ୍ଵଛ ସମାଜ ଗଠନ ହୋଇପାରିବ ବୋଲି କହିବାସହ କୃତିତ୍ୱ ଲାଭ କରିଥିବାରୁ ଅଭିନନନ୍ଦନ ଜଣାଇଥିଲେ l
ବକ୍ତୃତା ପ୍ରତିଯୋଗିତାରେ ଗଙ୍ଗାଧର ମାଝୀ ପ୍ରଥମ ସ୍ଥାନ ଅଧିକାର କରିଥିଲେ l

Share this

Related Posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views |0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର…

Udaya_Labanya | June 8, 2023 | 8 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ…

Leave a Reply

Your email address will not be published. Required fields are marked *

Archives

Categories