ଜିଲ୍ଲା ସ୍ତରୀୟ୮ ୮ ତମ ଉତ୍କଳ ଦିବସ ପାଳିତ

Udaya_Labanya | April 1, 2023 | 15 views |0 | Breaking News , District


ଫୁଲବାଣୀ (ସୁନୀଲ ପଟନାୟକ )
ଶନିବାର ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ୮ ୮ ତମ ପବିତ୍ର ଉତ୍କଳ ଦିବସ ପାଳିତ ହୋଇଥିଲା l
ସକାଳୁ ସକାଳୁ ସହରରେ ଥିବା ଗୋପବନ୍ଧୁ, ମଧୁବାବୁ ପ୍ରତି ମୂର୍ତ୍ତି ରେ ଜ଼ିଲ୍ଲାପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲିକ, ଜ଼ିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ପୌର ପରିଷଦ ନିର୍ବାହୀ ଅଧିକାରୀ ବଳଦେବ ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଭାକର ମହାରଣା, ପ୍ରେସ କ୍ଲବ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ ପ୍ରମୁଖ ଯୋଗ ଦେଇ ପୁଷ୍ପମାଲ୍ୟାର୍ପଣ କରିଥିଲେ l
ସନ୍ଧ୍ୟାରେ ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ଥାନୀୟ ସଭାଗୃହ ଠାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷl ସୁଶ୍ରୀ ନନ୍ଦିନୀ ମଲିକ, ସମ୍ମାନିତ ଅତିଥି ଭାବେ ଏସ ଡି ସି ଅଧ୍ୟକ୍ଷ ରଦନ ମଲିକ, ଜ଼ିଲ୍ଲା ପରିଷଦ ମୁଖ୍ୟକାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ୱ ରଞ୍ଜନ ନାୟକ ପ୍ରମୁଖ ଯୋଗ ଦେଇ ଠିକ ୮ ୮ ବର୍ଷ ତଳେ ଆଜିର ଦିନରେ ଓଡିଶା ଏକ ସ୍ୱତନ୍ତ୍ର ରାଜ୍ୟ ଭାବେ ପରିଗଣିତ ହୋଇଥିଲା ଓ ଓଡ଼ିଆ ଭାଷା ର ପ୍ରଚଳନ ହୋଇଥିଲା l ଏଣୁ ଆମର ରାଜ୍ୟ, ଆମ ଭାଷା ସାହିତ୍ୟ ଓ ସଂସ୍କୃତି କୁ ବଜାୟ ରଖିବା ଲାଗି ଆଜିର ଦିନରେ ଶପଥ ନେବା ଲାଗି ଅନୁରୋଧ କରିଥିଲେ l ଜିଲ୍ଲା ସୂଚନା ଅଧିକାରୀ ପ୍ରଭାକର ମହାରଣା ସ୍ଵାଗତ ଭାଷଣ ଦେଇଥିଲେ l
ପରେ ଏହି ଅବସରରେ ଅୟୋ ଜିତ ବିଭିନ୍ନ କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ l
ଏହା ପରେଅଗ୍ରଣୀ କଳା ଓ ସଂସ୍କୃତି ଅନୁଷ୍ଠାନ ନଟରାଜ କଳାମନ୍ଦିର, ବନାନୀ କଳା ସଙ୍ଗମ ଓ ଡ୍ୟାନ୍ସ ଏକାଡେମୀ ର କଳାକାର ମନେ ଆକର୍ଷଣୀୟ ନୃତ୍ୟ ପରିବେଷଣ କରିଥିଲେ l
ଅଶୋକ ମହାନ୍ତି କାର୍ଯ୍ୟ କ୍ରମ ପରିଚାଳନା କରିଥିଲେ l
ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ l
ଅନ୍ୟ ମାନଙ୍କ ମଧ୍ୟରେ ଏ ଡି ପିଆର ଓ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ ଷଡ଼ଙ୍ଗୀ ଙ୍କ ସମେତ ବହୁ ବୁଦ୍ଧିଜୀବୀ, ସ୍ଥାନୀୟ ଜନ ସାଧାରଣ ଉପସ୍ଥିତ ଥିଲେ l

Share this

Related Posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views |0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର…

Udaya_Labanya | June 8, 2023 | 8 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ…

Leave a Reply

Your email address will not be published. Required fields are marked *

Archives

Categories