ବାଇକ୍ ସହ ଧରାପଡ଼ିଲା ପୁଅ, ବିଡିଓ ଗଣିଲେ ୨୫ ହଜାର ଟଙ୍କା ଜୋରିମାନା

Udaya_Labanya | April 3, 2023 | 276 views |0 | Breaking News , District , Special Story , State , ରାଜ୍ୟ ଖବର


କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): ପୁଅର ଭୁଲ ପାଇଁ ଜରିମାନା ଗଣିଲେ ବାପା। ଏହି ବାପା ଜଣକ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡିଓ) ଅର୍ଜୁନ ପ୍ରଧାନ। ପୁଅ ନାବାଳକ। ହେଲେ ବାଇକ୍‌ ଧରି ରାସ୍ତାରେ ସାଙ୍ଗ ସହ ବୁଲୁଥିବା ବେଳେ ପୁଲିସ ଓ ପରିବହନ ଅଧିକାରୀ ଚଳାଇଥିବା ଚେକିଂ ହାବୁଡ଼ରେ ପଡ଼ି ଯାଇଥିଲେ। ଏହି ଟିମ୍ ନାବାଳକକୁ ରୋକିବା ପରେ ଗାଡ଼ି ଜବତ କରିଥିଲେ। ତାଙ୍କୁ ପଚରାଉତରା କରିବା ପରେ ଠିକଣା ପଚାରିଥିଲେ। ପରେ ଖବର ପାଇ ନାବାଳକର ବାପା ତଥା ବିଡିଓ ଅର୍ଜୁନ ପ୍ରଧାନ ଘଟଣାସ୍ଥଳରେ ସରକାରୀ ଗାଡ଼ିରେ ପହଞ୍ଚିଥିଲେ। ଜରିମାନା ଦେବା ପରେ ପୁଅକୁ ନେଇ ଘରକୁ ଯାଇଥିଲେ। ସୂଚନା ମୁତାବକ, କନ୍ଧମାଳ ସଦର ଥାନା ପୁଲିସ ଓ ପରିବହନ ବିଭାଗ ପକ୍ଷରୁ ମିଳିତ ଭାବେ ବିଶିପଡା ଛକ ଠାରେ ଗାଡ଼ି ଯାଞ୍ଚ ଚାଲିଥିଲା। ଦୁଇ ନାବାଳକ ଗାଡି ଚଳାଇ ଆସୁଥିବା ବେଳେ ଏହି ଟିମ୍ ହାତରେ ଧରାପଡିଥିଲେ। ଏନେଇ ପରିବହନ ଅଧିକାରୀ ଶିଶିର କୁମାର ସାହୁ କହିଛନ୍ତି, ନାବାଳକଙ୍କୁ ଗାଡ଼ି ଚଲାଇବାକୁ ଦେବା ଅଭିଯୋଗରେ ଏହି ଫାଇନ ଆଦାୟ କରାଯାଇଛି। ନାବାଳକ ଚଳାଉଥିବା ସ୍କୁଟି ମଧ୍ୟ ଜବତ କରାଯାଇଛି। କିନ୍ତୁ ଏ ବାବଦରେ ଜରିମାନା ଗଣିଥିବା ବିଡିଓଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ସୂଚନା ଥାଉକି, ରାଜ୍ୟରେ ଏବେ ଯାନବାହନ ଯାଞ୍ଚ କଡାକଡି ଚାଲିଛି। କାରଣ ପରିବହନ ବିଭାଗ ପକ୍ଷରୁ ଏପ୍ରିଲ ପହିଲାରୁ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଜିରୋ ଫାଟାଲିଟି ସପ୍ତାହ ପାଳନ କରାଯାଉଛି। ବିଶେଷ କରି ୧୮ ବର୍ଷରୁ କମ୍ ପିଲାଙ୍କ ଗାଡି ଚାଳନା ଉପରେ ନଜର ରଖାଯାଇଛି। ଦୁର୍ଘଟଣାରେ ଅଧିକାଂଶ ୧୮ ବର୍ଷରୁ କମ୍ ପିଲାଙ୍କ ଜୀବନ ଯାଉଥିବାରୁ ଏହି ସ୍ୱତନ୍ତ୍ର ଚଢ଼ଉ ଅଭିଯାନ ଚାଲୁଛି।

Share this

Related Posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views |0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର…

Udaya_Labanya | June 8, 2023 | 8 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ…

Leave a Reply

Your email address will not be published. Required fields are marked *

Archives

Categories