ବଢୁଛି ହରଡ଼ ଡାଲି ଦର, ୧୫ ଦିନରେ ପାଖାପାଖି ୧୦ ପ୍ରତିଶତ ବୃଦ୍ଧି

Udaya_Labanya | April 4, 2023 | 16 views |0 | Breaking News , District , State , ରାଜ୍ୟ ଖବର

ଭୁବନେଶ୍ୱର ( ଉଲ୍ଲାପ୍ର )ଖାଇବା ଥାଳିରେ ଡାଲି ନହେଲେ ନଚଳେ । ବିଶେଷ କରି ହରଡ଼ ଡାଲିର ଚାହିଦା ସବୁଠୁ ବେଶୀ । କିନ୍ତୁ ଡାଲି ଦର ଦିନକୁ ଦିନ ବଢ଼ିବାରେ ଲାଗିଛି । ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଛତିଶଗଡ଼ ଆଦି ରାଜ୍ୟରେ ଅଦିନିଆ ବର୍ଷା ଓ ଫସଲରେ ପୋକ ଲାଗିଯିବାରୁ ପ୍ରଭାବିତ ହୋଇଛି ଉତ୍ପାଦନ । ଆବଶ୍ୟକତାକୁ ମେଂଟାଇବା ପାଇଁ ବିଦେଶରୁ ଆମଦାନୀ କରାଯାଉଛି । ଏହାର ପ୍ରଭାବ ପଡ଼ିଛି ଖାଉଟି ବଜାର ଉପରେ ।

ଭଲ ହରଡ଼ ଡାଲି ଦର ଏବେ ପାଖାପାଖି ୧୩୦ ଟଙ୍କାରେ ପହଁଚିଗଲାଣି । ଯଦି ସ୍ଥିତି ସ୍ୱାଭାବିକ ନହୁଏ, ଏହି ଦର ଆହୁରି ବଢ଼ିବା ଆଶଙ୍କା ରହିଛି । ସବୁ ଦିନଆ ଖାଦ୍ୟ ହୋଇଥିବାରୁ ଗ୍ରାହକଙ୍କୁ ବାଧୁଛି ଦରବୃଦ୍ଧି ।

ଏସବୁ ଭିତରେ ଓଡ଼ିଶା ବ୍ୟବସାୟୀ ମହାସଂଘର ଯୁକ୍ତି ହେଉଛି –
କାହିଁକି ବଢୁଛି ଡାଲି ଦର?
ସହାୟକ ମୂଲ୍ୟ ବଢୁଛି, କିନ୍ତୁ ଉତ୍ପାଦନ କମୁଛି
ଗତବର୍ଷ ଅପେକ୍ଷା ଉତ୍ପାଦନ ୧୦ ପ୍ରତିଶତ ହ୍ରାସ ପାଇଛି
କର୍ପୋରେଟ୍ ସଂସ୍ଥା ଅଧିକ ସାମଗ୍ରୀ ହୋର୍ଡିିଂ କରୁଛନ୍ତି
ଦର ନିୟନ୍ତ୍ରଣ କ୍ଷମତା କର୍ପୋରେଟ୍ ସଂସ୍ଥା ହାତରେ ରହୁଛି
ଡାଲି ଜାତୀୟ ଖାଦ୍ୟଶସ୍ୟ ଉତ୍ପାଦନ ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉନାହାନ୍ତି

ଡାଲି ଦରବୃଦ୍ଧି ନେଇ ମାର୍ଚ୍ଚ ୨୯ ତାରିଖ ଦିନ ଉଚ୍ଚସ୍ତରୀୟ ବୈଠକ ଡାକିଥିଲା କେନ୍ଦ୍ର ଖାଉଟି ମନ୍ତ୍ରାଳୟ । ଦରବୃଦ୍ଧି ଉପରେ ନଜର ରଖିବାକୁ ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦିଆଯିବା ସହ ମିଲର୍, ଟ୍ରେଡର, ଷ୍ଟକିଷ୍ଟ ଓ ହେଲସେଲର କେତେ ଷ୍ଟକ୍ ରଖିଛନ୍ତି ଏ ନେଇ ତଦାରଖ କରିବାକୁ କୁହାଯାଇଛି ।

Share this

Related Posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views |0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର…

Udaya_Labanya | June 8, 2023 | 8 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ…

Leave a Reply

Your email address will not be published. Required fields are marked *

Archives

Categories