ଶିବ ତାଣ୍ଡବ ନୃତ୍ୟ ପରିବେଷଣ କରି ବନବାସୀ ସେବାସମିତି ଶିଶୁ କଳାକାର ପୁରସ୍କୃତ

Udaya_Labanya | April 8, 2023 | 16 views |0 | Breaking News , District


ଫୁଲବାଣୀ (ସୁନୀଲ ପଟନାୟକ )
ଆକର୍ଷଣୀୟ ତଥା ନିଖୁଣ ଭାବେ ଶିବ ତାଣ୍ଡବ ନୃତ୍ୟ ପରିବେଷଣ କରି କନ୍ଧମାଳ ଜିଲ୍ଲା ବାଲିଗୁଡା ର ଅଗ୍ରଣି ସ୍ଵେଛା ସେବୀ ଅନୁଷ୍ଠାନ ବନବାସୀ ସେବା ସମିତି ର ଚିଲଡ୍ରେନ୍ସ ହୋମ ର ଶିଶୁ କଳାକାର ମାନେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ବାଲିଗୁଡା ବାସୀ ତଥା ସଂଗଠନ ପାଇଁ ଗୌରବ ଆଣିଦେଇଛନ୍ତି l ବନବାସୀ ସେବାସମିତି ର ଏହି ଶିଶୁ କଳାକାର ମାନେ ରାଜଧାନୀ ଭୁବେନେଶ୍ୱର ରେ ଅନୁଷ୍ଠିତ ମହକ ଫେଷ୍ଟିଭାଲ ରେ ଅଂଶ ଗ୍ରହଣକରି ଉପସ୍ଥିତ ଦର୍ଶକ ଓ ଜୁରୀ ଙ୍କ ମନ ମୋହି ଥିଲେ l
କରତାଳି ରେ ଫାଟିପଡୁଥିଲା ଅ ଡ଼ିଟରିୟମ l ଏହି କାର୍ଯ୍ୟକ୍ରମ କୁ ଓ ଏସ ସି ପି ଏସ ଆୟୋଜନ କରିଥିଲା l
ପୁରସ୍କୃତ ହେବା ପରେ କଳାକାରମାନେ ବନବାସୀ ସେବା ସମିତି ସମ୍ପାଦକତଥା ବରିଷ୍ଠ ସମାଜସେବୀ ଉତ୍ସଵ କୁମାର ଜେନା, ଓ ଅନୁଷ୍ଟlନ ର ସହ ସମ୍ପାଦକ ତଥା ସମା ଜସେବୀ,କଳାପ୍ରେମୀ, ରବୀନ୍ଦ୍ର କୁମାର ପଣ୍ଡା ଙ୍କୁ କୃତଜ୍ଞତା ଜଣାଇବା ସହ ଆଗକୁ
ଏହା ଆମକୁ ଅଧିକ ନୃତ୍ୟ କଳା ପ୍ରତି
ଉତ୍ସାହିତ କରିବ ବୋଲି କହିଛନ୍ତି l

Share this

Related Posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views |0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର…

Udaya_Labanya | June 8, 2023 | 8 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ…

Leave a Reply

Your email address will not be published. Required fields are marked *

Archives

Categories