#Breaking News #Crime #District

ଗଞ୍ଜେଇ ଭର୍ତ୍ତି ଟ୍ରକ୍ ସହ ସହଯୋଗୀ କାର୍ ଜବତ: ତିନି ଜଣ ଗଞ୍ଜେଇ ମାଫିଆ ଗିରଫ


ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା ।ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ୍ । ୧୭୫କେଜି ୬୦୦ ଗ୍ରାମ ଓଜନର ବେଆଇନ୍ ଗଞ୍ଜେଇ ସହ ଗୋଟିଏ ଟ୍ରକ୍ ଓ ଗୋଟିଏ କାର୍ କୁ ଜବତ କରିଛି ବାଲିଗୁଡ଼ା ପୋଲିସ୍ । ଘଟଣାରେ ସଂପୃକ୍ତ ତିନିଜଣ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ସୂଚନା ପ୍ରକାରେ ବାଲିଗୁଡ଼ା ଥାନା ପୋଲିସ୍ ପାଟ୍ରୋଲିଂ କରୁଥିବା ବେଳେ ବିପୁଳ ପରିମାଣର ବେଆଇନ୍ ଗଞ୍ଜେଇ ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଥିବା ଖବର ପାଇବା ପରେ ପେଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଥିଲା । ଗଞ୍ଜେଇ ଭର୍ତ୍ତି ଟ୍ରକ୍ ନଂ.ଜେଏଚ-୦୯-ବିବି- ୭୨୮୧ ଟି ଦୃତ ଗତିରେ ଯାଉଥିବା ବେଳେ ମହାସିଙ୍ଗି ଗାଁ ନିକଟସ୍ଥ ଖଡ଼ଗ ନଦୀ ନିକଟରେ ଟ୍ରକ ଟିକୁ କାବୁ କରିଥିବା ବେଳେ ସହଯୋଗୀ ଫର୍ଡ ଆଇକନ୍ କାର ନଂ. ଓଆର -୦୧-ଆର-୨୬୬୨ କୁ ମଧ୍ୟ କାବୁ କରିବାରେ ସକ୍ଷମ ହୋଇଥିଲା ପୋଲିସ୍ । ସେଥିରୁ ୧୭୫ କେଜି ୬୦୦ ଗ୍ରାମ ବେଆଇନ୍ ଗଞ୍ଜେଇ ଜବତ କରିବା ସହ ତିନିଜଣ ମାଫିଆଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ୍ । ଜବତ ଗଞ୍ଜେଇ ବାଲିଗୁଡ଼ା ଥାନା ଅଞ୍ଚଳରୁ ବାହାର ରାଜ୍ୟକୁ ଚୋରା ହେଉଥିବା ବେଳେ ଗିରଫ ତିନି ଜଣଙ୍କ ମଧ୍ୟରୁ ଦୁଇଜଣ ହେଲେ ଝାଡ଼ଖଣ୍ଡ ର ତେତୁଲମାରି ଅଞ୍ଚଳର ଉମେଶ ସିଂ ଓ ପ୍ରତାପ ସିଂ ହୋଇଥିବା ବେଳେ ଅନ୍ୟ ଜଣେ ରାଇକିଆ ଅଞ୍ଚଳର ଇସାକ୍ ନାୟକ ହୋଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୯ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଏନେଇ ବାଲିଗୁଡ଼ା ଥାନା କେଶ୍ ନଂ.୯୬/୨୦୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବିଷୟ ବାଲିଗୁଡ଼ା ଥାନା ଅଧିକାରୀ ବାବାଶଙ୍କର ସରାଫ୍ ପ୍ରକାଶ କରିଛନ୍ତି ।

Leave a comment

Your email address will not be published. Required fields are marked *