
ଆମ୍ବେଦକରଙ୍କ ୧ ୩ ୨ ତମ ଜୟନ୍ତୀ ପାଳିତ
Udaya_Labanya | April 15, 2023 | 110 views |0 | Breaking News , District
ଫୁଲବାଣୀ( ଉଲ୍ଲାପ୍ର )
ବାବାସାହେବ ଡ଼ଃ ଭୀମ ରାଓ ଆମ୍ବେଦକର ଙ୍କ ୧ ୩ ୨ ତମ ପୁଣ୍ୟ ଜନ୍ମ ତିଥି ଅବସରରେ ସ୍ଥାନୀୟ ଫୁଲବାଣୀ ସାହି ଠାରେ ଥିବା ଆମ୍ବେଦକର ଙ୍କ ପ୍ରତିମୁର୍ତି ଠାରେ ଜିଲ୍ଲା ଏସ ସି ଫେଡେରେସନ ପକ୍ଷରୁ ଆୟୋଜିତ ସଭାରେମୁଖ୍ୟ ଅତିଥି ଭାବେ ପୌର ନିର୍ବାହୀ ଅଧିକାରୀ ବଳଦେବ ବେହେରା, ଯୋଗ ଦେଇ ପ୍ରତି ମୂର୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେl ଅନ୍ୟ ମାନଙ୍କ ମଧ୍ୟରେ ସଭାପତିସୋମନାଥ ବାଘ, ଜାଗ୍ରତ କନ୍ଧମାଳ ସମ୍ପାଦକ ତଥା ସମାଜସେବୀ ସତ୍ୟ ନାରାୟଣ ବେହେରା, ପ୍ରେସ କ୍ଲବ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ, ବରିଷ୍ଠ ସାମ୍ବାଦିକ ଗୋପାଳ କୃଷ୍ଣ ପଟନାୟକ,ରୋ ଟା ରୀ ସଭାପତି ତଥା ବରିଷ୍ଠ ଆଇନଜୀବୀ ହରିଶ୍ଚନ୍ଦ୍ର ମହାରଣା, ପୂର୍ବତନ ନଗରପାଳ ତଥା ସରକାରୀ ଓକିଲ ପ୍ରତାପ ପାତ୍ର, ଶ୍ରମିକ ନେତା ଘନ ଶବର, ଯୁବକଂଗ୍ରେସ ସଭାପତି ବସନ୍ତ କୁମାର ପାଢ଼ୀ, ବରିଷ୍ଠ ଆଇନଜୀବୀ ବିଜୟ ମହାନ୍ତି,କନିଷ୍ଠ ମହାବିଦ୍ୟାଳୟ ଅଧ୍ୟକ୍ଷା ଜ୍ୟୋତିର୍ମୟୀ କହଁର, ସମାଜସେବୀ ବବିତା ସାହାଣୀ, ପୂର୍ବତନ କାଉନ୍ସିଲର ଶିବ ସଙ୍କର ସାହାଣୀ, ବେଣୁଧର ସେଠୀ, ଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ, ବୁଦ୍ଧିଜୀବୀ, ସମାଜସେବୀ, ପ୍ରମୁଖ ଯୋଗ ଦେଇ ପୁଷ୍ପମାଲ୍ୟାର୍ପଣ କରିବା ସହସମ୍ବିଧାନ ପ୍ରଣେତା ଭାରତରତ୍ନ ଡ଼ଃ ବାବାସାହେବ ବି ଆର ଆମ୍ବେଦକରଂକ ସ୍ମୃତିଚାରଣ କରିବାସହ ସମ୍ବିଧାନ କୁ ସମ୍ମାନ ଜଣାଇବା ସହ ନୀତିନିୟମ ମାନୀ ଚଳିଲେ ଏକ ସୁସ୍ଥ ସମୃଧ ତଥା ବିକଶିତ ଭାରତ ଗଠନ ହୋଇପାରିବ ବୋଲି ମତ ବ୍ୟକ୍ତ କରିଥିଲେl
ଏହି ଅବସର ରେ ଏସ ସି ଫେଡେରେସନ ପକ୍ଷରୁ ଆମ୍ବେଦକର ଙ୍କ ନୀତି ଓ ଆଦର୍ଶ ପ୍ରଚାର କରିବା ଉଦେଶ୍ୟରେ ଏକ ସୁସଜିତ ରଥ ପ୍ରତିମୁର୍ତି ନିକଟରୁ ବାହାରି ପ୍ରେସ କ୍ଲବ ଠାରେ ପହଂଚିବା ପରେ ପ୍ରେସ କ୍ଲବ ପକ୍ଷରୁ ସ୍ଵାଗତ କରାଯାଇଥିଲା l
