ପ୍ରେସ କ୍ଲବ ପକ୍ଷରୁ ଡ଼ଃ. ଆମ୍ୱେଦକରଙ୍କ ୧ ୩ ୨ ତମ ଜୟନ୍ତୀ ପାଳିତ
Udaya_Labanya | April 15, 2023 | 25 views |0 | Breaking News , ରାଜ୍ୟ ଖବର
ଫୁଲବାଣୀ( ସୁନୀଲ ପଟନ।ୟକ)
ପ୍ରେସ କ୍ଲବ ପକ୍ଷରୁ ଶୁକ୍ରବାର ପ୍ରେସ କ୍ଲବ ଠାରେ ବାବା ସାହେବ ଆମ୍ବେଦକର ଙ୍କ ୧ ୩ ୨ ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଥିଲା ପ୍ରେସ କ୍ଲବ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ
ମୁଖ୍ୟ ଅତିଥି ଭାବେ ଫୁଲବାଣୀ ପୌର ନିର୍ବାହୀ ଅଧିକାରୀ ତଥା ସମାଜସେବୀ ବଳଦେବ ବେହେରା ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ଜାଗ୍ରତ କନ୍ଧମାଳ
ସଂପାଦକ,ତଥା ଆଇନଜୀବୀ ସମାଜସେବୀ ସତ୍ୟନାରାୟଣ ବେହେରା, ସମାଜସେବୀ ବବିତା ସାହାଣୀ , କଣ୍ଠ ଶିଳ୍ପୀ, ଅଭିନେତା, ତଥା ସମାଜସେବୀ ଜଳନ୍ଧର ବେହେରା, ପ୍ରମୁଖ ଯୋଗଦେଇ
ସମ୍ବିଧାନ ପ୍ରଣୟନ ଓ ସମାଜ ସୁଧାର ଦିଗରେ ଭାରତ ରତ୍ନ ଡଃ.ଭୀମରାଓ ଆମ୍ବେଦକରଙ୍କ ଗୁରୁତ୍ଵ ପୁର୍ଣ୍ଣ ଭୂମିକା ଉପରେ ଆଲୋଚନା କରିଥିଲେ । ଡ଼ଃ. ଆମ୍ୱେଦକର ସମ୍ବିଧାନ ପ୍ରଣୟନ ସହିତ କିପରି ପ୍ରତ୍ୟେକ ମଣିଷ ସୁଖ ସ୍ୱଛନ୍ଦରେ ଉଚିତ ନ୍ୟାୟୀକ ଅଧିକାର ପାଇପାରିବ ସେଥିପ୍ରତି ଦୃଷ୍ଟିଦେଇଥିଲେ ବୋଲି ମତ ବ୍ୟକ୍ତ ଦେଇଥିଲେ ।ଅନ୍ୟ ମାନଙ୍କମଧ୍ୟରେ ବରିଷ୍ଠ ସାମ୍ବାଦିକ ସନ୍ତୋଷ ଡିଗାଲ, ସମାଜ ସେବୀ ତଥା କଂଗ୍ରେସ ନେତା ଘନ ଶବର, ଜାଗ୍ରତ କନ୍ଧମାଳ ଉପସଭାପତି ବିଚିତ୍ର ପ୍ରଧାନ ପ୍ରମୁଖ ଡ଼ଃ ଆମ୍ବେଦକର ଙ୍କ ଜୀବନଦର୍ଶନ ଉପରେ ଆଲୋଚନା କରିଥିଲେ l
। ଶେଷରେ ପ୍ରେସ କ୍ଲବ ସମ୍ପାଦକ ପ୍ରଶାନ୍ତ ବେହେରା ସ୍ଵାଗତ ଭାଷଣ ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।