#Breaking News #District

ବିଜୁ ବାବୁ ଙ୍କ ତିରୋଧାନ ଦିବସ ପାଳନ ପ୍ରସ୍ତୁତି ବୈଠକ


ଫୁଲବାଣୀ (ସୁନୀଲ ପଟନାୟକ )
ମହାନ ଜନ ନାୟକ ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ୨ ୬ ତମ ତିରୋଧାନ ଦିବସ କୁଗ୍ରାମାଞ୍ଚଳ ରୁ ସହର ଯାଏ ବ୍ୟାପକଭାବେ ଆଡମ୍ବର ସହକାରେପାଳନ କରିବା ଲାଗି ଶନିବାର ଫୁଲବାଣୀ ଠାରେ ଜିଲ୍ଲା ବିଯୁଜନତା ଦଳ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l
ଏହି ଅବସରରେ ଜିଲ୍ଲା ବିଜୁ ଜନତା ଦଳ ସଭାପତି ତଥା ସମାଜସେବୀ ସରୋଜ କର୍ଣ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକ ରେ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ରାଜ୍ୟ ବରିଷ୍ଠ ବିଜେଡି ନେତା ବିଜୟ ନାୟକ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର,
ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର, ବିଜେଡି ଜିଲ୍ଲା ମହିଳା ସଭାନେତ୍ରୀ ପୁନମ କହଁର, ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ତଥା ଖଜୁରୀପଡା ବ୍ଲକ ଅଧ୍ୟକ୍ଷା ଅନିମା କହଁର, ଯୁବନେତା ପ୍ରମୁଖ ଯୋଗ ଦେଇ ବିଜୁ ବାବୁଙ୍କ ନୀତି ଆଦର୍ଶ,ବିଚାରଧାରା ଯେପରି ଅଧିକ ରୁ ଅଧିକ ପ୍ରଚାର ପ୍ରସାରହୋଇପାରିବ ସେ ନେଇ ନିଷ୍ଠା ଓ ଆନ୍ତରିକତାର ସହ ପ୍ରତ୍ୟେକ ସ୍ଥାନ ରେ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ l
ଏହି ବୈଠକ ରେ ବିଭିନ୍ନ ସ୍ଥାନ ରୁ ଦଳୀୟ ନେତା ଓ କର୍ମୀ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ l

Leave a comment

Your email address will not be published. Required fields are marked *