#Breaking News #District #State #ରାଜ୍ୟ ଖବର

ମାଧବ ସାମନ୍ତ ସିଂହାର ବିଦ୍ୟାପୀଠ ଯୋରନ୍ଦା ମହାମହିମ ରାଜ୍ୟପାଳ ଙ୍କ ଦ୍ଵାରା ପୁରସ୍କୃତ

ଭୁବନେଶ୍ୱର ( ଉଲ୍ଲାପ୍ର ରାଜଭବନ ର ଅଭିଷେକ ହଲ ରେ ଆୟୋଜିତ ସ୍କାଉଟ ଗାଇଡ ର ରାଜ୍ୟପୁରସ୍କାର ଉତ୍ସବ ରେ ଆଠଗଡ ର ମାଧବ ସାମନ୍ତ ସିଂହାର ବିଦ୍ୟାପୀଠ,ଯୋରନ୍ଦା ର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଦୀପ୍ତିମୟୀ ନାୟକ ଏବଂ ସ୍କାଉଟ୍ ମାଷ୍ଟର ଶ୍ରୀ ସନ୍ତୋଷ କୁମାର ତ୍ରିପାଠୀ ମହାମହୀମ ରାଜ୍ୟପାଳ ପ୍ରଫେସର୍ ଡକ୍ଟର ଗଣେଶୀ ଲାଲ୍ ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି ।ଏହି ପୁରସ୍କାର ଶିବାଜୀ ସ୍କାଉଟ୍ ଟ୍ରୁପ୍ ର ଛାତ୍ର ମାନେ ୨୦୨୨ ବର୍ଷରେ ବିଦ୍ୟାଳୟ ତଥା ଗ୍ରାମାଞ୍ଚଳରେ ବିଭିନ୍ନ ପ୍ରକାର ସଚେତନତା ( ବୃ୍ଷରୋପଣ,ତମାଖୁ ବର୍ଜନ, ବନ୍ୟ ଜନ୍ତୁ ରକ୍ଷଣ,ବାଦୁଡ଼ି କ୍ଳବ୍,ଜଳଛତ୍ର,ବାଲ୍ୟ ବିବାହ
ବିରୋଧ) ଭଳି ଅନେକ କାର୍ଯ୍ୟକ୍ରମ କରି ଜାତୀୟ ସ୍ତରୀୟ ପ୍ରଧାନ ମନ୍ତ୍ରୀ ଫଳକ ପ୍ରତିଯୋଗିତା ରେ ଭାଗ ନେଇଥିଲେ । ଏହା ଜାତୀୟ ସ୍ତରରେ
ମନୋନୀତ ହେବା ପରେ ରାଜ୍ୟ ମୁଖ୍ୟାଳୟ ଦ୍ଵାରା ଆୟୋଜିତ ରାଜ୍ୟପୁରସ୍କାର ଉତ୍ସବ ରେ ଏହା ପ୍ରଦାନ କରାଯାଇଛି । ଏହି ଉତ୍ସବ ରେ ବିଦ୍ୟାଳୟ ର ୧୦ ଜଣ ସ୍କାଉଟ୍ ଓ ୫ ଜଣ ଗାଇଡ ଯୋଗ ଦେଇ ଥିଲେ ।

Leave a comment

Your email address will not be published. Required fields are marked *