ବନ ବିଭାଗ ର ନା..
ରାସ୍ତା ନିର୍ମାଣ ନେଇ ସନ୍ଦେହ, କୋଡିଏ କୋଟି ଫେରିଯିବ!

Udaya_Labanya | April 16, 2023 | 20 views |0 | Breaking News , District , State , ରାଜ୍ୟ ଖବର


ଫୁଲବାଣୀ (ସୁନୀଲ ପଟନାୟକ )
ଗମନା ଗମନ ହିଁ ଏକ ମାତ୍ରମାଧ୍ୟମ
ଯାହା କି ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ଉନ୍ନତି ସମ୍ଭବ ହୋଇଥାଏ l ଫଳରେ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଗ୍ରାମ କୁ ସ୍ଥାୟୀ ରାସ୍ତା ନିର୍ମାଣ କରିବା ଉପରେ ଯଥେଷ୍ଟ ଗୁରୁତ୍ୱ ଦେଇ ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଅନୁଦାନ ଦେଇଥାନ୍ତି l
ହେଲେ କେତକ ସ୍ଥାନ ରେ ଗ୍ରାମ୍ୟ ରାସ୍ତା ନିର୍ମାଣ ବେଳେ ଜଙ୍ଗଲ ବିଭାଗ ବାଧକ ସାଜିବା ଫଳରେ କେଉଁଠି ରାସ୍ତାକାମ ଅଯଥା ବିଳମ୍ବ ହେଉଛି ତ ଆଉ କେଉଁଠି ଆରମ୍ଭ ମଧ୍ୟ ହୋଇପାରୁନି ଫଳରେ ରାସ୍ତା ନିର୍ମାଣ ନ ହୋଇ ଅନୁଦାନ ଅର୍ଥ ମଧ୍ୟ ଫେରିଯାଉଛି l
ଏଭଳି ଏକ ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଅଂଚଳରୁ l
ଲୋକଙ୍କ ଦୀର୍ଘ ବର୍ଷ ର ଦାବୀ କୁ ଦୃଷ୍ଟିରେ ରଖି ଗ୍ରାମ୍ୟନିର୍ମାଣ ଡିଭିଜନ ପକ୍ଷରୁ ଖଜୁରୀପଡା ବ୍ଲକ ଅନ୍ତର୍ଗତ ସୁଡ଼ରେ ଜୁ ଠାରୁ ବାଣ ମେରୁ ଦଶ କିମି ସ୍ଥାୟୀ ପିଚୁ ରାସ୍ତା ନିର୍ମାଣ ପାଇଁ ଆରଡ଼ି ବିଭାଗ ପକ୍ଷରୁ ଟେଂଡର କରାଯାଇ କାମ ଆରମ୍ଭ କରିବା ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା l ରାସ୍ତା ନିର୍ମାଣ ହେବା କଥା ଶୁଣି ଗ୍ରାମବାସୀ ବେଶ ଖୁସିଥିଲେ ହେଲେ କାମ ଆରମ୍ଭ ହେଲା ବେଳକୁ ଜଙ୍ଗଲ ବିଭାଗ ଜଙ୍ଗଲ ରାସ୍ତା କହି ଏଠାରେ କାମ ନ କରିବା ଲାଗି କହିବା ସହ ମାମଲା ରୁଜୁ କରିବେ ବୋଲି ବନ କର୍ମଚାରୀ କୁଆଡେ ଧମକ ଦେଉଥିବା ରୁ କାମ ଆରମ୍ଭ କରିପାରୁନି ଠିକାଦାର l
ଏହି ରାସ୍ତା ନିର୍ମାଣ ହେଲେ ଭେଟଖୋଲ, ଜ୍ୱାର୍ଗିସରୁ, ସଂଵିପଦା, କୁଣ୍ଡରୁଗୁଡ଼ା, ଗୋଦାବରୀ ବା ଣା ମେରୁ ଆଦି ଅନେକ ଗ୍ରାମର ଲୋକେ ଉପକୃତ ହେବେ ବୋଲି ସରପଞ୍ଚ ଳକ୍ଷ୍ମୀ ପ୍ରଧାନ ଓ ନାଏବ ସରପଞ୍ଚ ଗଣେଶ ପ୍ରଧାନ କହିଛନ୍ତି lତେବେ ବନ ବିଭାଗ ର ଟାଳଟୁଳ ନୀତି ଯୋଗୁଁ ଆସିଥିବା ଅର୍ଥ ଅନୁଦାନ ଫେରିଯିବାର ସମ୍ଭାବନା କୁ ଏଡାଇଦିଆଯାଇନ ପାରେ l
ଏହି ଗୋଟିଏ ରାସ୍ତା ନୁହେଁ ଏହି ବ୍ଲକ ଅନ୍ତର୍ଗତ ରାଣୀପଥର ଠୁ ଅ ରା ପା ଜୁ ରାସ୍ତା ଅବସ୍ଥା ବି ସେଇୟା l ପ୍ରଧାନ ମନ୍ତ୍ରୀ ଗ୍ରାମସଡ଼କ ଯୋଜନା ରେ ରାସ୍ତା ନିର୍ମାଣ ପାଇଁ ଅର୍ଥ ଅନୁଦାନ ଆସିଥିଲା ଆଉ ଆରଡ଼ି ବିଭାଗ ପକ୍ଷରୁ ଟେଂଡର ବି ହେଲା, ଠିକାଦାରଙ୍କ କର୍ମଚାରୀ ମାନେ କାମ ଆରମ୍ଭ କରିବାକୁ ସେଠାକୁ ଯାଇ ଥିବାବେଳେ
ବନ ବିଭାଗ ଫରେଷ୍ଟର କୁଆଡେ କର୍ମଚାରୀମାନଙ୍କୁ ଧମକ ଦେବାସହବନ ବିଭାଗ କାର୍ଯ୍ୟାଳୟକୁ ନେଇ ଅଟକ ରଖିଥିଲା l
ଏଭଳି ପରିସ୍ଥିତି ରେ ଦୁଇଟି ରାସ୍ତା ନିର୍ମାଣ ପାଇଁ ଆସିଥିବା କୋଡିଏ କୋଟି ରୁ ଊର୍ଧ୍ଵ ଟଙ୍କା ଫେରିଯିବା ଆଶଙ୍କା ସୃଷ୍ଟିହେଲାଣି l
ଏହି ଦୁଇଟି ରାସ୍ତାନିର୍ମାଣ ହେଲେ ଅଂଚଳ ର ପନ୍ଦରରୁ ଉର୍ଧ ଗ୍ରାମ ର ୨ ହଜାର ରୁ ଊର୍ଧ୍ଵ ଲୋକ ଗମନା ଗମନ ର ସୁବିଧା ପାଇଥାନ୍ତେ ଆଉ ସେମାନଙ୍କର ସାମାଜିକ ଓ ଅର୍ଥ ନୈତିକ ଉନ୍ନତି ସଂଭଵ ହୋଇଥାନ୍ତା l
ତେବେ ଯେ କୌଣସି ପରିସ୍ଥିତିରେ ରାସ୍ତା ନିର୍ମାଣ ହେବ, ଏହାକୁ କେହି ବନ୍ଦ କରିପାରିବେ ନାହିଁ, ଆବଶ୍ୟକ ସ୍ଥଳେ ଆମେ ସମସ୍ତେ ରାଜ ରାସ୍ତାକୁ ଓଲ୍ଲl ଇ ବୁ, ଆନ୍ଦୋଳନ କରିବୁ, ଆବଶ୍ୟକ ସ୍ଥଳେସାଧାରଣ ନିର୍ବାଚନ ରେ ଭୋଟ ବର୍ଜନ କରିବୁ ବୋଲି ସୁଡ଼ରେ ଯୁ ଓ ରାଣୀ ପଥର ଗ୍ରାମ୍ୟ ଉନ୍ନୟନ କମିଟି ଚେତାବନୀ ଦେଇଛି l
ଏଣୁ, ଲୋକଙ୍କ ବୃହତର ସ୍ୱାର୍ଥ ଦୃଷ୍ଟିରୁ ଜିଲ୍ଲାପ୍ରଶାସନ ଓ ଡ଼ିଏଫଓବେଳ ଥାଉ ଥାଉ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟା ର ସମଧାନକରିବା ଜରୁରୀ ବୋଲି ସାଧାରଣ ରେ ମତପ୍ରକାଶ ପାଉଛି l

Share this

Related Posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views |0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର…

Udaya_Labanya | June 8, 2023 | 8 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ…

Leave a Reply

Your email address will not be published. Required fields are marked *

Archives

Categories