ସୈ ତାନସାଜିଲେ ପୁଅ ବୋହୁ
ପୁଅ ବୋହୁର ମରଣାନ୍ତକ ଆକ୍ରମଣରେ ମା ମୃତ

Udaya_Labanya | April 16, 2023 | 20 views |0 | Breaking News , District


ଫୁଲବାଣୀ-( ଉଲ୍ଲାପ୍ର )
ପୁଅ ଜନମ କରିଥିଲା ବୁଢୀକାଳରେ ପୋଷିବ ଆଉ ସେବା କରିବ ଟିକିଏ ବୋଲି ।
ନିଜେ ନ ଖାଇ ନପିନ୍ଧି ଏଡେରୁ ଏଡେକରିଥିଲା ମା’। ଆଉ ପୁଅକୁ ବିବାହ କରି ବୋହୁ ମଧ୍ୟ ଘରକୁ ଆଣିଲା। ବୋହୁ ରାନ୍ଧି କି ଗଣ୍ଡେ ଖାଇବାକୁ ଦେବ ବୋଲି। ହେଲେ ଶେଷରେ ସେହି ପୁଅ ଆଉବୋହୁର ମାଡରେ ମାର ଜୀବନ ଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲାର ଦାରିଙ୍ଗ ବାଡି ଥାନା ଅନ୍ତର୍ଗତ ପାଙ୍ଗାଲିଗ୍ରାମ ରେ । ମୃତକ ଜଣଙ୍କ ହେଲେ ପାଡ଼େନ କେତା ଗ୍ରାମର ପୁଷ୍ପାଞଳୀ ପରୀଚ୍ଛାବୋଲି ଜଣାପଡିଛି ।
ସୂଚନାଯୋଗ୍ୟଯେ,ପୁଷ୍ପାଞ୍ଜଳୀ ଏକ ଶୁଦ୍ଧଭୋଜୀରେ ଯୋଗଦେବାପାଇଁ ‘ ପାଙ୍ଗାଲି ଗ୍ରାମ ର ସଂପର୍କୀୟଘରକୁ ଯାଇଥିଲେ।ସେଠାରେ ଥିବା ପୁଅ ବୋହୁଙ୍କ ସହ ପାଟି ତୁଣ୍ଡ ଝଗଡ଼ାହୋଇଥିଲା ଏଥିରେ ଉତ୍ୟକ୍ତ ହୋଇ ପୁଅ ବୋହୂ ମିଶି ମା ପୁଷ୍ପାଞଳୀକୁ ମାଡ଼ମାରିଥିଲେ ଫଳରେ ପୁଷ୍କା ଞଳୀର ମୃତ୍ୟୁ ଘଟିଥିଲା। ଏନେଇ ପୁଷ୍ପାଞ୍ଜଳୀ ର ସ୍ଵାମୀ ଦାରିଙ୍ଗବାଡିଥାନାରେ ଏତଲା ଦେଇଥିଲେ।
ଏତଲା ପାଇ ଦାରିଙ୍ଗ ବାଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ କରୁଛି ।
ଅଭିଯୁକ୍ତ ପୁଅ ବୋହୁ ଗିରଫ ଭୟରେ ଫେରାର ଥିବା କୁହାଯାଉଛି।

Share this

Related Posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views |0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର…

Udaya_Labanya | June 8, 2023 | 8 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ…

Leave a Reply

Your email address will not be published. Required fields are marked *

Archives

Categories