ବିଜୁ ଜନତା ଦଳ ପକ୍ଷରୁ ବିଜୁ ବାବୁଙ୍କ ତିରୋଧାନ ଦିବସ

Udaya_Labanya | April 18, 2023 | 21 views |0 | Breaking News , District


ଫୁଲବାଣୀ
କନ୍ଧମାଳ ଜିଲ ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ, ମହାନ ଜନନାୟକ .ବିଶିଷ୍ଟ ରାଜନିତୀ ଜ୍ଞ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟନାୟକଙ୍କ ୨୬ତମ ତିରୋଧାନ ଦିବସ ପାଳନ କରାଯାଇଥିଲା।ଏହି ଅବସରରେ ସୋମବାର ସକାଳୁ ଫୁଲବାଣୀ ନିର୍ବାଚନମଣ୍ଡଳୀ ବିଜେଡି ପକ୍ଷରୁ ପ୍ରଭାତଫେରୀ କାର୍ଯ୍ୟକ୍ରମ ତାପରେ ନଦୀ ଖଣ୍ଡିସାହୀ ସ୍ଥିତ ଦେହରୁ ପାର୍କ ନିକଟପିଲା ସାଲୁକୀସାଲୁକୀ ନଦୀ ଘାଟରେ ଜିଲ୍ଲା ସଭାପତି ସରୋଜ କର୍ଣ୍ଣଙ୍କ ନେତୃତ୍ଵର ତୀଳ ତର୍ପଣ କରାଯାଇଥିଲା। ଏହାପରେ ଫୁଲ ବାଣୀ ସହରରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତୀ
ରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା।
ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ସଫେଇ କାର୍ଯ୍ୟକ୍ରମ, ଓ ବିଜୁ ଯୁବ ଜନତା ଦଳ ସଭାପତି ବିଷ୍ଣୁ ଚରଣ ମଲିକ ଓ ଛାତ୍ର ବିଜୁ ଜନତା ଦଳ ସଭାପତି ସୁନୀଲ ସେଠୀଙ୍କ ନେତୃତ୍ଵରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି ରକ୍ତଦାନ ଶିବୀର ରେ ୪୨ୟୁନୀଟ ରକ୍ତ ସଂଗ୍ରହ ହୋଇଥିଲା ସଂଧ୍ୟାରେ ସମୂହ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା
ଏ ସବୁ କାର୍ଯ୍ୟକ୍ରମରେ ରାଜ୍ୟ ବରୀଷ୍ଠ ବିଜେଡି ନେତା ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ମହିଳା ସଭାନେତ୍ରୀ ପୁନମ କହଁର,ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର, ଖଜୁରୀପଡ଼ା ବ୍ଳକ ଅଧକ୍ଷା ତଥା ବିଜେଡି ନେତ୍ରୀ ସୁଶ୍ରୀଅନୀମା କହଁର, ପୌରାଧକ୍ଷା ପାୟଲ ବେହେରା, ଫୁଲ ବାଣୀ ବ୍ଳକ ଅଧ୍ୟକ୍ଷା ସଶ୍ଳୀତା କହଁର, ବିଜେଡି କାଉନସିଲର ଯୁବନେତା ତଥା ମିଡ଼ିଆସଂଯୋଜକ ରାଜେନ୍ଦ୍ର ପାଢୀ, ନଗର ସଭାପତି ବିମଳ ପାଢୀଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ଯୋଗ ଦେଇଥିଲେ।

Share this

Related Posts

ନୂଆପାଟଣା ବୌଦ୍ଧ ସଂଘ ଦ୍ୱାରା ଶାନ୍ତିପୂର୍ଣ କ୍ୟାଣ୍ଡେଲ…

Udaya_Labanya | June 10, 2023 | 17 views |0

l ନୂଆପାଟଣା ( ଉଲ୍ଲାପ୍ର )ଶୁକ୍ରବାର ସନ୍ଧ୍ୟା ୭ ଘଟିକା ୩୦ ମିନିଟ ସମୟରେ ଐତିହାସିକ ବୋଧିବୃକ୍ଷ ବୋଧିଦ୍ରୁମ ବୁଦ୍ଧ ବିହାର ଠାରେ ନୂଆପାଟଣା ବୋୖଦ୍ଧ ସଂଘ ତରଫରୁ ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ସ୍ମୃତିଚାରଣ ଓ…

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views | 0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

Leave a Reply

Your email address will not be published. Required fields are marked *

Archives

Categories