ଜଙ୍ଗଲ ଜଳୁଛି, ନାକେଦମ ବନବିଭାଗ

Udaya_Labanya | April 19, 2023 | 17 views |0 | Breaking News , District


ଫୁଲବାଣୀ (ସୁନୀଲ ପଟନାୟକ )
ମଂଗଳବାର ଫୁଲବାଣୀ ବନଖଣ୍ଡ ଅଧୀନ ଫିରିଙ୍ଗିଆ ରେଞ୍ଜ ର ମୁସୁଲି ପାଙ୍ଗା ବିଟ ଅନ୍ତର୍ଗତ କରାଣ୍ଡିବାଲି ପୂର୍ବ ସଂରକ୍ଷିତ ଜଙ୍ଗଲ ରେ ନିଆଁ ଲାଗିବା ଖବର ପାଇ ରେଞ୍ଜ ଅଫିସର ରବି ପାତ୍ର ଙ୍କ ନେତୃତ୍ୱରେ ଜଙ୍ଗଲ ବିଭାଗ କର୍ମଚାରୀ, ବନ ସରଂ କ୍ଷଣ ସମିତି ସଦସ୍ୟ ସଦସ୍ୟା, ମହିଳା ସଂଗଠନ ଓ ଗ୍ରାମବାସୀ ମିଶି ଲାଗିଥିବା ଜଙ୍ଗଲ ନିଆଁ କୁ ଆୟତ୍ତ କରିଥିଲେ lଫଳରେ ଧନ୍ୟବାଦ ଜଣାଇଛି ବନ ବିଭାଗ l
ତେବେ, ଏଠାରେ ପ୍ରଶ୍ନ ଉଠୁଛି ବ୍ୟାପକ ଜନସଚେତନତା ସତ୍ୱେ ଜଙ୍ଗଲ ରେ ନିଆଁ ଲାଗୁଛି କିପରି l
ଏଣୁ, ଅଧିକ ସଚେତନତାର ଆବଶ୍ୟକତା ରହିଛି ନିଶ୍ଚୟ l
ନୂତନ ରେଞ୍ଜର ଭାବେ ଯୋଗଦେଇଥିବା ରବି ପାତ୍ର ବିଶେଷ କରି ବୃକ୍ଷ ରୋପଣ. ଜଙ୍ଗଲ ସୁରକ୍ଷା, ବନ୍ୟପ୍ରାଣୀ ସୁରକ୍ଷା, ଜଙ୍ଗଲ ରେ ନିଆଁ ଯେପରି ନ ଲାଗିବ ସେ ଦିଗରେ ଅଧିକ ଗୁରୁତ୍ୱ ଦେଇ କାର୍ଯ୍ୟ କରୁ ଥିବା ଦେଖାଯାଉଛି l
ସେହିପରି ବନ ବିଭାଗ ପକ୍ଷରୁ ହାତକୁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ରେ ଯେପରି ଲୋକେ ସୁଫଳ ପାଇବେ ଆଉ ଆତ୍ମ ନିର୍ଭରଶୀଳ ହୋଇ ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ ହେବେ ସେଥିପାଇଁ ରେଞ୍ଜର ପାତ୍ର ନିଷ୍ଠା ଓ ଆନ୍ତରିକତା ର ସହ କାର୍ଯ୍ୟକରୁଥିବାରୁ ଲୋକେ ବେଶ ଖୁସି ଅନୁଭବ କରୁଥିବା ଦେଖିବାକୁମିଳିଛି l

Share this

Related Posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views |0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର…

Udaya_Labanya | June 8, 2023 | 8 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ…

Leave a Reply

Your email address will not be published. Required fields are marked *

Archives

Categories