ଇତିହାସ ସୃଷ୍ଟି କଲା ଉତ୍କଳ ଶିବଶକ୍ତି ମନ୍ଦିର ପୂଜକ ସଂଘ।
ସ୍ୱାସ୍ଥ୍ୟ ସେବାରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ
ଚିକିତ୍ସକ ମାନଙ୍କୁ କଲା ସମ୍ବର୍ଦ୍ଧିତ।
ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ସଂଘକୁ ମିଳିଲା ଦୃଢ଼ ପ୍ରତିଶୃତି

Udaya_Labanya | April 22, 2023 | 179 views |0 | Breaking News , District , State

ଭୁବନେଶ୍ୱର ( ଉଲ୍ଲାପ୍ର )ଓଡ଼ିଶାର ଶୈବ ଓ ଶାକ୍ତ ପୂଜଳ ମାନଙ୍କର ସୁରକ୍ଷା ତଥା ସେମାନଙ୍କର ଶିକ୍ଷା, ସଂସ୍କାର,ଏବଂ ହିନ୍ଦୁସନାତନ ଧର୍ମର ସୁରକ୍ଷା ସହିତ ଗୋ ସୁରକ୍ଷା ଓ ସମାଜ ସେବା ପାଇଁ କାର୍ଯ୍ୟ କରୁଥିବା ଓଡିଶାର ଅଗ୍ରଣୀ ସାମାଜିକ ତଥା ଆଧ୍ୟାତ୍ମିକ ସଂଗଠନ ଉତ୍କଳ ଶିବଶକ୍ତି ମନ୍ଦିର ପୂଜକ ସଂଘ ଆଜି ସୃଷ୍ଟି କରିଛି ଇତିହାସ।ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ସେବା ଓ ସହଯୋଗ ପାଇଁ ଭୁବନେଶ୍ବର ର ହାଇଟେକ ମେଡ଼ିକାଲ ଆଣ୍ଡ କଲେଜର ଚିକିତ୍ସକ ମାନଙ୍କୁ ପ୍ରଦାନ କରିଛି ଭବ୍ୟ ସମ୍ବର୍ଦ୍ଧନା।ଏହି କ୍ରମରେ ଆଜି ହାଇଟେକ ମେଡ଼ିକାଲ ଏବଂ କଲେଜର ସ୍ନାୟୁ ଏବଂ ମସ୍ତିଷ୍କ ବିଭାଗର ବିଭାଗୀୟ ମୁଖ୍ୟ / M.S.M.CH(NEUROSURGERY) ତଥା Sr.consultant Neurosurgery ଡ଼ଃ ସୀମାଞ୍ଚଳ ମହାପାତ୍ରଙ୍କ ସମେତ
Deputy Nursing superident ଉଷାରାଣୀ ରାଉତ , Corporate Manager ମାନସ ବିଶ୍ୱାସ ଏବଂ Chief admin ମଲକୀନ ବେହେରାଙ୍କୁ ସଂଗଠନ ପକ୍ଷରୁଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ସଂଘର ରାଜ୍ୟ ସମ୍ପାଦକ ଆଚାର୍ଯ୍ୟ ବ୍ୟୋମକେଶ ମହାପାତ୍ର ଏବଂ ରାଜ୍ୟ ସଭାପତି ପରମଶୈବ ଲଳିତ ମହାପାତ୍ର ଓ ରାଜ୍ୟ ଉପସଭାପତି ଅଜୟ କୁମାର ମହାପାତ୍ର, ଝୁଷ୍ଟିର ମହାପାତ୍ର, ଉମାକାନ୍ତ ମହାପାତ୍ର ଯୋଗଦାନ କରି ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ସମର୍ଦ୍ଧିତ କରିଥିଲେ।ପ୍ରକାଶ ଥାଉକି,ଏକ ଆକସ୍ମିକ ଦୁର୍ଘଟଣାର ଶୀକାର ହୋଇ ମସ୍ତିଷ୍କରେ ଗଭୀର ଆଘାତ ପାଇ ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିବା ଉତ୍କଳ ଶିବଶକ୍ତି ମନ୍ଦିର ପୂଜକ ସଂଘର ଖୋର୍ଦ୍ଧା ଜିଲ୍ଲା ଶାଖାର ସଭାପତି ଶରତ ମହାପାତ୍ର ସମ୍ପୂର୍ଣ୍ଣ ସୁସ୍ଥ ତଥା ଆରୋଗ୍ୟ ଲାଭ କଲା ପରେ ସଂଗଠନ ପକ୍ଷରୁ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।ଅପର ପକ୍ଷରେ ହାଇଟେକ ମେଡ଼ିକାଲ ଏବଂ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆଗାମୀ ଦିନରେ ସଂଘକୁ ସମସ୍ତ ପ୍ରକାର ସହଜ,ସୁଲଭ ତଥା ସୁବିଧା ଜନକ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ମଧ୍ୟ ଦିଆଯାଇଥିବା ଦୃଢ଼ ପ୍ରତିଶୃତିକୁ ସଂଘର ପ୍ରତ୍ୟେକ ମହଲରେ ସ୍ୱାଗତ କରାଯାଇଛି।ତେବେ ସଂଘ ସହ ଯୋଡି ହୋଇ ରହିବା ସହ ଗରିବ ନିରୀହ ଅସହାୟ ମାନଙ୍କୁ ସୁବିଧାରେ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାରେ ସଂଘର ଏଭଳି ପଦକ୍ଷେପ ପାଇଁ ବୁଦ୍ଧିଜୀବୀ ମହଲରେ ବେଶ ପ୍ରଶଂସା ସାଉଁଟିଛି।

Share this

Related Posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views |0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର…

Udaya_Labanya | June 8, 2023 | 8 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ…

Leave a Reply

Your email address will not be published. Required fields are marked *

Archives

Categories