ଡଙ୍ଗର.ମହୋତ୍ସବ 2023 ଉଦଘାଟିତ

Udaya_Labanya | April 22, 2023 | 16 views |0 | Breaking News , District , Entertainment


ଫୁଲବାଣୀ -21/04(ସୁନୀଲ ପଟନାୟକ )
ଶୁକ୍ରବାର ଫୁଲବାଣୀ ସ୍ଥିତ ହାଇସ୍କୁଲ ପଡିଆରେ ଓଡ଼ିଆ ଭାଷା ସାହିତ୍ୟ, ଓ ସଂସ୍କୃତି ବିଭାଗ ଆନୁ କୂଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ ଭୁବେନେଶ୍ୱର ଓ ଜିଲ୍ଲା ସଂସ୍କୃତି ପରିଷଦ କନ୍ଧମାଳ ମିଳିତ ସହଯୋଗ ରେ ଆୟୋଜିତ ଡଙ୍ଗର ମହୋତ୍ସବ 2023 ଉଦଘାଟନୀ ଅବସରରେ
ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏସ ଡି ସି ଅଧ୍ୟକ୍ଷ ରଦନ କହଁର ଉଦଘାଟନ କରିଥିଲେ l ଏ ହି ଅବସରେ ସମ୍ମାନିତ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଜିଲାପାଳ ଆଶିଷ ଈଶ୍ୱର ପାଟିଲ, ସଂଗୀତ ନାଟକ ଏକାଡେମୀ ସଚି ବ ପ୍ରବୋଧ ରଥ ପ୍ରମୁଖ ଯୋଗ ଦେଇ
ରାଜ୍ୟର ଆଦିବାସୀ ନୃତ୍ୟ, କଳା ସଂଗୀତ କୁ ଲୋକ ଲୋଚନ କୁ ଆଣିବା ସହ ଏହାର ପ୍ରଚାରଓ ପ୍ରସାର କରିବା ଏହି ଡଙ୍ଗର ମହୋତ୍ସବ ର ମୁଳ ଲକ୍ଷ ବୋଲି କହିଥିଲେ l କାର୍ଯ୍ୟକ୍ରମ କୁ ଅଶୋକ ମହାନ୍ତି ଓ ସସ୍ମିତା ସୁଚାରୂରୁ ପେ ପରିଚାଳନା କରିଥିବା ବେଳେ
ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ ସେଠି ଧନ୍ୟବାଦ ଅର୍ପଣକରିଥିଲେ l ଫୁଲବାଣୀ ବିଡ଼ିଓ ପ୍ରବୀଣକୁମାର ବାଣୁଆ, ଓ ପୌର ନିର୍ବାହୀ ଅଧିକାରୀ କାର୍ଯ୍ୟକ୍ରମ କୁ ଆୟୋଜନ କରିଥିଲେ l ଏହି ମହୋତ୍ସବ ୩ ଦିନ ବ୍ୟାପୀ ଚାଲିବ lପ୍ରଥମଦିନରେ ବାଲିଗୁଡାର ଡାକୂଲ, ମୟୁରଭଞ୍ଜ ସାନ୍ତାଳୀ, ଗଜପତି ଲାଞ୍ଜିଆ ସୌରା, ବରଗଡ଼ ଆଦି ଧୁ ନ, ସୁନ୍ଦରଗଡ଼ କିଷାନ ନୃତ୍ୟ, କୋରାପୁଟ ବଣ୍ଡl,ଓ ପରଜା ନୃତ୍ୟ ପରିବେଷଣ କରାଯାଥିଲା l
ଏହି ନୃତ୍ୟ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା lଲୋକେ ଭରପୁର ମଜା ଉଠାଇଥିଲେ l

Share this

Related Posts

ନୂଆପାଟଣା ବୌଦ୍ଧ ସଂଘ ଦ୍ୱାରା ଶାନ୍ତିପୂର୍ଣ କ୍ୟାଣ୍ଡେଲ…

Udaya_Labanya | June 10, 2023 | 17 views |0

l ନୂଆପାଟଣା ( ଉଲ୍ଲାପ୍ର )ଶୁକ୍ରବାର ସନ୍ଧ୍ୟା ୭ ଘଟିକା ୩୦ ମିନିଟ ସମୟରେ ଐତିହାସିକ ବୋଧିବୃକ୍ଷ ବୋଧିଦ୍ରୁମ ବୁଦ୍ଧ ବିହାର ଠାରେ ନୂଆପାଟଣା ବୋୖଦ୍ଧ ସଂଘ ତରଫରୁ ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ସ୍ମୃତିଚାରଣ ଓ…

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views | 0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

Leave a Reply

Your email address will not be published. Required fields are marked *

Archives

Categories