ନାବାଳିକା ଦୁଷ୍କର୍ମ ଉଦ୍ୟମ କାରୀ କୁ ୩ ବର୍ଷ ଜେଲ ଓ ଜରିମାନା

Udaya_Labanya | April 22, 2023 | 15 views |0 | Breaking News , District


ଫୁଲବାଣୀ (ସୁନୀଲ ପଟନାୟକ )ଗୁରୁବାର ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକସୋ କୋର୍ଟ ବିଚାରପତି ସଂଜିତ କୁମାର ବେହେରା ଏକ ନା ବାଳିକା ଦୁଷ୍କର୍ମ ଅଭିଯୋଗ ମାମଲାର ବିଚାରକରି ଅଭିଯୁକ୍ତ ସୁଧାକର ପୃଷ୍ଟି ଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୨ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି l ସୂଚନା ଯୋଗ୍ୟ ଯେ, ଅକ୍ଟୋବର ଚବିସ ୨0୨ 0 ରେ ନାବାଳିକା ଜଣକ ଫୁଲ ତୋଳିବାକୁ ସ୍କୁଲ ନିକଟ କୁ ଯାଉଥିବାବେଳେ ବେରାଡ଼ିକିଆ ଗ୍ରାମର ସୁଧାକର ତାକୁ ଜବରଦସ୍ତ ଦୋକାନ ପାଇଁ ତିଆରି ହେଉଥିବା ଅର୍ଦ୍ଧ ନିର୍ମିତ ଘର ଭିତରକୁ ଟେକିନେଇ ତାକୁ ଭିଡିଧରି କିସ କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିଲା lପରେ ବ୍ରାହ୍ମଣପାଦ ସ୍କୁଲ ଯିବା ବେଳେ ରେପ କରିବ ବୋଲି ଧମକ ଦେଇଥିବା ନେଇସୁଧାକର କହିଥିବା ପୀଡିତା ଘରେ ଜଣାଇଥିଲା l ଏ ନେଇ ନାବାଳିକା ପରିବାର ଚକାପାଦ ଥାନା ରେ ଏତେଲା ଦେଇଥିଲେ l ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ଥିଲା l ଆଜି ଏହି ମାମଲାର ସାଖ୍ୟ ପ୍ରମାଣ, ଡାକ୍ତରୀ ରିପୋର୍ଟ କୁ ଭିତ୍ତି କରି ପୋକ ସୋ ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତିl ସେହିପରି ପୀଡିତା ର ପରିବାର କୁ ୧ ଲକ୍ଷ ପଚାଶ ହଜାର ଟଙ୍କା କ୍ଷତି ପୂରଣ ରାଶି ଯୋଗାଇଦେବାଲାଗିମଧ୍ୟ କୋର୍ଟ ନିର୍ଦେଶ ଦେଇଛନ୍ତି l ସ୍ୱତନ୍ତ୍ର ପୋକସୋ କୋର୍ଟ ପିପି ଅସୀମ କୁମାର ପ୍ରହରାଜ ମାମଲା ପରିଚାଳନା କରୁଥିଲେ l

Share this

Related Posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views |0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର…

Udaya_Labanya | June 8, 2023 | 8 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ…

Leave a Reply

Your email address will not be published. Required fields are marked *

Archives

Categories