ମତ୍ସ୍ୟ ଓ ପଶୁ ସମ୍ପଦ ସ୍ୱତନ୍ତ୍ର ସଚିବ ଙ୍କ କନ୍ଧମାଳ ଗସ୍ତ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ

Udaya_Labanya | April 22, 2023 | 43 views |0 | Breaking News , District


ଫୁଲବାଣୀ (ସୁନୀଲ ପଟନାୟକ )
ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ସ୍ୱତନ୍ତ୍ର ସଚିବ ସ୍ୱତନ୍ତ୍ର ପ୍ରକଳ୍ପ ତଥା ବରିଷ୍ଠ ଆଇଏଏସ ଅଧିକାରୀ ସୁରେଶ କୁମାର ବଶିଷ୍ଟ କନ୍ଧମାଳ ଗସ୍ତ ରେ ଆସି ଶୁକ୍ରବାର ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ବିଭି ନ୍ନ ଅଂଚଳ ରେ ଚାଲିଥିବା କେତକ ଉନ୍ନୟନ ମୂଳକ କାର୍ଯ୍ୟ ମାନ ବୁଲି ଦେଖିବା ସହ ଲୋକଙ୍କୁ ପଚାରି ବୁଝିଥିଲେ lକାର୍ଯ୍ୟ ର ମାନ କିଭଳି ରହି ଛି, ଲୋକେ ସରକାରୀ ଯୋଜନା ର ସୁଫଳ ପାଉଛନ୍ତିକିନାହିଁ, ମନରେଗାଜବ କାର୍ଡ ଧାରୀ ଙ୍କୁ କାମ ମିଳୁଛିକି ନାହିଁ, କାମ କଲେ ପାଉଣା ଠିକ ଭାବେ ଠିକ ସମୟରେ ମିଳୁଛି କି ନାହିଁ ଅନୁଧ୍ୟାନ କରିଥିଲେ ସ୍ୱତନ୍ତ୍ର ସଚିବ ବଶିଷ୍ଟ l
ଫିରିଙ୍ଗିଆ ବ୍ଲକ ର ଫିରିଙ୍ଗିଆ ଠାରେ ନିର୍ମିତ ଅମ୍ରିତ ସରବର ପ୍ରକଳ୍ପ ବୁଲି ଦେଖି ସନ୍ତୋଷ ବ୍ୟକ୍ତ କରିଥିଲେ l ବମୁଣ୍ଡାସାହି ଠାରେ ନିର୍ମିତ ପାର୍କ, ଜଙ୍ଗଲ ବିଭାଗ ନର୍ସରୀଦେଖିବା ସହ ବୃକ୍ଷ ରୋପଣ କରିଥିଲେ l
ରତଙ୍ଗ ପଂଚାୟତ ଅନ୍ତର୍ଗସେଚକୁପ ଓ ରତଙ୍ଗ ଠାରେ ପୁନରୁଦ୍ଧାର କରାଯାଇଥିବା ଆକର୍ଷଣୀୟ ଟେଙ୍କ,
ଦେଖି ଖୁସି ବ୍ୟକ୍ତ କରିଥିଲେ l
ନିର୍ମାଣ କାର୍ଯ୍ୟ ବେଶ ଉଚ୍ଚକୋଟିର ହୋଇଥିବା ଦେଖାଯାଇଥିଲା l
ଫାଇବ ଟି ସ୍କୁଲ କାର୍ଯ୍ୟ,ଶୀତଳ ଭଣ୍ଡାର କାର୍ଯ୍ୟ ଆଦି ବୁଲି ଦେଖି ସନ୍ତୋଷ ବ୍ୟକ୍ତ କରିଥିଲେ ଥିଲେ l
ସର୍ବଦା ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ସ୍ୱତନ୍ତ୍ର ସଚିବ ବଶିଷ୍ଟ l
ଅନ୍ୟମାନଙ୍କ ମଧ୍ୟରେ ଜିଲାପାଳ ଆଶିଷ ଈଶ୍ୱର ପାଟିଲ, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡ଼l.ମନୋଜ ଉପାଧ୍ୟାୟ, ବିଡ଼ିଓ ରଶ୍ମି ରଞ୍ଜନ ମହନ୍ତ,ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରଫୁଲ କହଁର, ସହକାରୀ ଯନ୍ତ୍ରୀ ଜୟ ପ୍ରକାଶ ଜେନା, ବ୍ଲକ କନିଷ୍ଠ ଯନ୍ତ୍ରୀ ସୁନୀଲ ପାତ୍ର, ଆର ଡବ୍ଲୁ ଏସ ଏସ ଯନ୍ତ୍ରୀ ସମ୍ବାରିଆ ବେହେରା, ପ୍ରମୁଖ ଙ୍କ ସମେତ ବହୁ କର୍ମଚାରୀ, ଏସ ଏଚ ଜି ଗ୍ରୁପ ମହିଳା ମାନେ ଉପସ୍ଥିତ ଥିଲେ l
ବ୍ଲକ ବିଡ଼ିଓ ରଶ୍ମି ରଞ୍ଜନ ମହନ୍ତ ଙ୍କ ନିଷ୍ଠାପର ଉଦ୍ୟମ, କାର୍ଯ୍ୟଦକ୍ଷତା, ସ୍ଵଛତା, ସମୟୋଚିତ ପଦକ୍ଷେପ ଯୋଗୁଁ ବ୍ଲକ ଅଂଚଳ ରେ ବହୁ ଉନ୍ନୟନ ମୂଳକ କାର୍ଯ୍ୟ ହୋଇପାରିଛି ଆଉ ଲୋକେ ଉପକୃତ ବି ହେଉଛନ୍ତି ସରକାରଙ୍କ ଲୋକହିତକର ଯୋଜନା ର ସୁଫଳ ଲୋକେ ପାଉଥିବା ଜାଣି ସ୍ୱତନ୍ତ୍ର ସଚିବ ବ୍ଲକ ବିଡ଼ିଓ ରଶ୍ମି ରଞ୍ଜନ ମହନ୍ତ ଓ କର୍ମଚାରୀ ଙ୍କୁ ସାଧୁବାଦ ଜଣାଇବାସହ ଆଗକୁ ଅଧିକ ଭଲ କାର୍ଯ୍ୟ ଯେପରି ହୋଇପାରିବ ଆଉ ଲୋକଙ୍କ ସାମାଜିକ ଓ ଅର୍ଥ ନୈତିକ ଉନ୍ନତି ଯେପରି ସଂଭବ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ l

Share this

Related Posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views |0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର…

Udaya_Labanya | June 8, 2023 | 8 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ…

Leave a Reply

Your email address will not be published. Required fields are marked *

Archives

Categories