#Breaking News #Crime #District

ଯୁବକ ମୃତ୍ୟୁ ନେଇ ପୋଲିସ ତଦନ୍ତ ରେ ଅବହେଳା ଅଭିଯୋଗ


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଲିପକ ପ୍ରଧାନ ନାମକ ଏକ ଯୁବକ ର
ମୃତ୍ୟୁ ଘଟଣାରେ ତଦନ୍ତ ରେ ଅବହେଳା ପ୍ରଦର୍ଶନ କରୁଥିବା ନେଇ ଅଭିଯୋଗ ହୋଇଛିl
ସୂଚନା ଯୋଗ୍ୟ ଯେ, ଗତ ୬ ଏପ୍ରିଲ ରେ ଲିପକ ର ମୃତଦେହ ଏକ ମହୁଲ ଗଛରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା l ତେବେ ଲିପକ କୁ ହତ୍ୟା କରାଯାଇ ପରବର୍ତୀ ଅବସ୍ଥାରେ ଗଛରେ ଟାଙ୍ଗି ଦେଇଥିବା ପରିବାରଲୋକେ ଅଭଯୋଗ କରିଛନ୍ତ୍ତି l
ଲିପକ ଘରୁ ଦଣ୍ଡ ନାଚ ଦେଖିବାକୁ ଯାଇ ଆଉ ଫେରିନାହିଁ l ଘଟଣା ର ପନ୍ଦର ଦିନ ବିତି ଯାଇଥିଲେ ମଧ୍ୟ ଫିରିଙ୍ଗିଆ ପୋଲିସ ତଦନ୍ତ ରେ ବିଳମ୍ବ କରୁଛି ଜାଣି ଶୁଣି ହତ୍ୟାକାରୀ ଙ୍କୁ ଗିରଫ କରୁନାହିଁ ବୋଲି ଭାଇ ଦୀପକ ପ୍ରଧାନଶୁକ୍ରବାର ସାମ୍ବାଦିକ ଙ୍କ ନିକଟ ରେ ଅଭିଯୋଗ କରିଛି l
ତେବେ, ମୃତ ଲିପକ ପ୍ରଧାନର ଶବ ବ୍ୟବଛେଦନେଇ ଡାକ୍ତରୀ ରିପୋର୍ଟ ଆସିଯାଇଛି, ଲିପକ ଆତ୍ମହତ୍ୟା କରିଥିବା ଡାକ୍ତର ରିପୋର୍ଟ ଆସିଥିବା ଥାନା ଅଧିକାରୀ ତପନ କୁମା ର ନାହାକ କହିଛନ୍ତି l ତେ ବେ ବିଭିନ୍ନ ଦିଗରୁ ତଦନ୍ତ ଚାଲିଥିବା ନାହାକ କହିଛନ୍ତି l ଲିପକ କାହିଁକି,କଣ ପାଇଁ ଓ କିଭଳି ପରିସ୍ଥିତି ରେ ଆତ୍ମହତ୍ୟା କଲା ତାର ତଦନ୍ତ ଚାଲିଛି ଓ ତାର ମୃତ୍ୟୁ ପାଇଁ ଯଦି କିଏ ଦାୟୀ ପୋଲିସ ନିଶ୍ଚିତ ଭାବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣକରିବ ବୋଲି ଥାନାଧିକାରୀ ନାହାକ କହିଛନ୍ତି l
ଫିରିଙ୍ଗିଆ ପୋଲିସ ସର୍ବଦା ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରିଆସିଛି, କୌଣସି ପରିସ୍ଥିତି ରେ କେବେ କାହାପ୍ରତି ଅବହେଳା କିମ୍ବା ଅନ୍ୟାୟ କରାଯାଉନଥିବା କୁହାଯାଇଛି l

Leave a comment

Your email address will not be published. Required fields are marked *