ଅଗ୍ରଣୀ ସ୍ଵେଛା ସେବୀ ସଂଗଠନ
“ସ୍ୱାତୀ” ର ନୁତନ କାର୍ଯ୍ୟାଳୟ ଉଦଘାଟିତ

Udaya_Labanya | April 26, 2023 | 17 views |0 | Breaking News , District


ଫୁଲବାଣୀ,କନ୍ଧମାଳ ଜିଲ୍ଲା ର ଅଗ୍ରଣୀ ସ୍ଵେଛା ସେବୀ ଅନୁଷ୍ଠାନ ସ୍ୱାତୀ “ର ନିଜସ୍ୱ ଅତ୍ୟାଧୁନିକ ନୂତନ କାର୍ଯ୍ୟାଳୟ ଜି. ଉଦୟଗିରି ସ୍ଥିତ ଦୁଗୁଡି ଠାରେ ପବିତ୍ର ଅ କ୍ଷି ତୃତୀୟl ଅବସର ରେ ଉଦଘାଟିତ ହୋଇଛି l
ଏହିଅବସରରେ ହିନ୍ଦୁ ରୀତି ନୀତି ଅନୁଯାୟୀ ମନ୍ତ୍ର ପାଠ ସହ ହୋମ ଯଂଜ୍ଞ, କରାଯିବା ପରେ ଗୃହ ପ୍ରବେଶ ହୋଇଥିଲା lସ୍ୱାତୀ ର ସମ୍ପାଦକ ତଥା ବରିଷ୍ଠସମାଜସେବୀ, ସଂଗଠକ, ସାହିତ୍ୟିକ, ପ୍ରକୃତିପ୍ରେମୀ, ପରିବେଶ ବିତ, ଇଂ. ହରି ଶଙ୍କର ରାଉତ ଓ ପତ୍ନୀ ତଥା ଅନୁଷ୍ଠାନ ର ନିର୍ଦେଶକ ତଥା ସମାଜସେବୀ, ସଙ୍ଗଠିକା, କବି, ଲେଖିକା, ସାମ୍ବାଦିକା ରାଜନୈତିକ ନେତ୍ରୀ ଶ୍ରୀମତୀ ସୁସ୍ମିତାଜେନା ଙ୍କ ଉପସ୍ଥିତିରେ ଜିଲାର ବହୁ ସମାଜସେବୀ, ରାଜ ନେତା, ସାମ୍ବାଦିକ, ସ୍ୱାତୀ ର ସମସ୍ତ କର୍ମଚାରୀ,ବୁଦ୍ଧିଜୀବୀ, ଆଇନଜୀବୀ, ସାହିତ୍ୟିକ, କବି, କଳାକାର, କଳାପ୍ରେମୀ, ପ୍ରମୁଖ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ l
ଦୀର୍ଘ ପଚିଶ ବର୍ଷ ଧରି ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲାର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, କଳା, ସଂସ୍କୃତି, ସାହିତ୍ୟ, ଲୋକ କଳା, ଲୋକ ସଂଗୀତ, ଲୋକ ନୃତ୍ୟ ର ବିକାଶ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି l ସମ୍ପାଦକଇଂ. ହରି ଶଙ୍କର ରାଉତ ଙ୍କ ନିଷ୍ଠାପର ଉଦ୍ୟମ, ଆନ୍ତରିକତା, କାର୍ଯ୍ୟ ଦକ୍ଷତା, ସଚୋଟତା, ଅକ୍ଲାନ୍ତ ପ୍ରରିଶ୍ରମ, ଦୃଢ଼ ମନୋବଳ ଯୋଗୁଁ ଜିଲ୍ଲାର ଆଦୀବାସିଲୋକଙ୍କ ସାମାଜିକ ଓ ଅର୍ଥ ନୈତିକ ବିକାଶ ସଂଭଵ ହୋଇଛି l
ତେବେ ଏଯାଏଁ ସ୍ୱାତୀ ର ନିଜସ୍ୱ କାର୍ଯ୍ୟାଳୟ ନଥିଲା l ବର୍ତମାନ ନିଜସ୍ୱ କାର୍ଯ୍ୟାଳୟ ପ୍ରତିଷ୍ଠା ହେବା ପରେ କର୍ମଚାରୀ, ବନ୍ଧୁ, ଶୁଭେଛୁ ଙ୍କ ମଧ୍ୟରେ ଖୁସି ର ଲହରୀ ଖେଳିଯାଇଛି l
ଆଗକୁ ଲୋକଙ୍କ ଉନ୍ନତି ପାଇଁ ଅଧିକାକାର୍ଯ୍ୟ କରିବା ଲାଗି ଏହା ପ୍ରୋତ୍ସାହିତ କରିବ ବୋଲି କର୍ମଚାରୀ ମାନେ କହିଥିଲେ l
ଅନ୍ୟମାନଙ୍କ ମଧ୍ୟରେ ସ୍ୱାତୀ ଅଧ୍ୟକ୍ଷ ପ୍ରଶାନ୍ତ ଶତପଥୀ, ପ୍ରଦୀପ ସ୍ୱାଇଁ, ବୈଦ୍ୟ ନାଥ ଖଟୁଆ, ଙ୍କ ସମେତ ବିଜେପି ନେତା ରାମ ବିଶି ଡି ଡିଗାଲ, ଆଇନ ଯିବି ରମେଶ ମହାନ୍ତି, ବିଶ୍ବପ୍ରୀୟ ଦାସ, ପ୍ରମୁଖ ଙ୍କ ସମେତ ବହୁ ବରିଷ୍ଠ ସମାଜସେବୀ, ଆଇନଜୀବୀ, ରାଜନେତା, ସାହିତ୍ୟିକ, ସାମ୍ବାଦିକ ପ୍ରମୁଖ ଉପସ୍ଥିତ ରହି ସ୍ଵାତିର ଉତ୍ତରୋତ୍ତରunnati କାମନା କାମନା କରିଥିଲେ

Share this

Related Posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views |0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର…

Udaya_Labanya | June 8, 2023 | 8 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ…

Leave a Reply

Your email address will not be published. Required fields are marked *

Archives

Categories