କନ୍ଧମାଳ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ
ବିଜେପି ନେତା ଙ୍କ ସହ ଆଲୋଚନା

Udaya_Labanya | April 26, 2023 | 33 views |0 | Breaking News , District


ଫୁଲବାଣୀ ( ଉଲ୍ଲାପ୍ର )ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ନେଇ ମଙ୍ଗଳବାର ସ୍ଥାନୀୟ ବନାନୀ କଳା ସଙ୍ଗମ ସମ୍ମିଳନୀ କକ୍ଷ ଠାରେ ଅବସର ପ୍ରାପ୍ତ କର୍ନେଲ ତଥା ବିଜେପି ନେତା ଶିଶିର କୁମାର ଘୋଷ ଙ୍କ ସହ ସ୍ଥାନୀୟ ବୁଦ୍ଧିଜୀବୀ, ଆଇନଜୀବୀ,, ସାମ୍ବାଦିକ,ବରିଷ୍ଠ ନାଗରିକ, ଅବସରପ୍ରାପ୍ତ କର୍ମଚାରୀ ମାନେ ଯୋଗଦେଇ ବିଭିନ୍ନ ଦୃଷ୍ଟିକୋଣ ରୁ ଆଲୋଚନା କରିଥିଲେ l
ଆଇନଜୀବୀ ତଥା ପୂର୍ବତନ ଅଣଗେଜେଟେଡ କର୍ମଚାରୀ ନେତା ବ୍ରଜ କିଶୋର ପଟନାୟକ ଙ୍କ ସଭାପତତ୍ୱ ରେ ଅନୁଷ୍ଠିତ ସଭାରେ
ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ, ବରିଷ୍ଠନାଗରିକ ହେମନ୍ତ ମହାନ୍ତି, ଦିଗାମ୍ବର ମହାପାତ୍ର, ରାଜ କିଶୋର ଅଗ୍ରୱାଲ, ବିଜୁ ଅଗ୍ରୱାଲ, ଦେବ ନାରାୟଣପଣ୍ଡା , ପୁର୍ନେନ୍ଦୁ ତ୍ରିପାଠୀ, ଅଶୋକ ମେକାପ, ବିକାଶ ମହାନ୍ତି, ପ୍ରଶାନ୍ତ ବେହେରା, ମିହିର ପାଢ଼ୀ ପ୍ରମୁଖ ଙ୍କ ସମେତ ଅନ୍ୟମାନେ ଯୋଗ ଦେଇ ରାଜନୈତିକ ନେତାମାନଙ୍କଦୃଢ଼ ଇଛାଶକ୍ତି, ନିଷ୍ଠା, ଆନ୍ତରିକତା ଓ ମନୋବଳ ର ଅଭାବ ଯୋଗୁଁ କନ୍ଧମାଳର ଆଖି ଦୃଶିଆ ବିକାଶ ହୋଇ କହିବା ସହ ସାଂସଦ ମାନେ ଲୋକସଭା ସଂସଦୀୟ ମଣ୍ଡଳୀ ବାହାର ହୋଇଥିବାରୁ ଜିଲ୍ଲା ର ବିକାଶ ଦିଗରେ ଉଦ୍ୟମ ନକରିବା, ସାଙ୍ଗକୁ ଅଂଚଳ ର ଲୋକଙ୍କୁ ନଭେଟିବା ଫଳରେ ଲୋକେ ସମସ୍ୟା ଜଣାଇପାରୁନାହାନ୍ତି ଯାହା ଅତ୍ୟନ୍ତ କ୍ଷୋଭ ର ବିଷୟ ବୋଲିକହିଥିଲେ l
ଏଣୁ ଆଗାମୀ ନିର୍ବାଚନ ରେ ସବୁରାଜନୈତିକ ଦଳ ସ୍ଥାନୀୟ ନେତାଙ୍କୁ ଟିକଟ ନ ଦେଲେ ଏହାର ବିରୋଧ କରାଯିବ ବୋଲି ସମସ୍ତେ ମତବ୍ୟକ୍ତକରିଥିଲେ l
ସେହିପରି ଅବସରପ୍ରାପ୍ତ କର୍ନେଲ ତଥାବିଜେପିନେତା ଶିଶିର କୁମାର ଘୋଷ କହିଥିଲେ ଯେ, ସେ ଚାରିଛକ ନିକଟ କରଂଜକଟା ଗ୍ରାମ ରୁ ଆସି , ୧ ୯ ୭ ୯ ରୁ୧ ୯ ୮ ୩ ଯାଏ ଫୁଲବାଣୀମହାବିଦ୍ୟାଳୟ ରେ ପାଠ ପଢୁଥିଲେ lଆଉ ସେତେତେବେଳର ସ୍ମୃତି କୁମନେପକାଇଥିଲେ lଦିର୍ଘ ଚାଳିଶ ବର୍ଷ ପରେ ବି ଜିଲାର ଏତେତଵିକାଶ ହୋଇନଥିବା ଅନୁଭବ କରୁଥିବା କହିଥିଲେ l ଲଗାତାର ଭାବେ ଜୀଲାବାହାର ନେତା ମାନେ ଏଠାରେ ସାଂସଦ ହେଉଥିବାରୁ
ଜିଲାରେ ଏଭଳି ଅବସ୍ଥା ହୋଇଥିବାକହିବା ସହ ଜିଲାର ଲୋକ ଙ୍କୁ ହିଁ ସବୁରାଜନୈତିକ ଦଳ ଟିକେଟ ଟିକେଟ ଦେବା ଉଚିତ ନଚେତ ସମସ୍ତେ ଏକଜୁଟ ହୋଇ ଏହାର ବିରୋଧ କରିବା ପାଇଁ ଘୋଷ ଆହ୍ୱାନ ଦେଇଥିଲେ lଅବସର ନେବାପରେ ବିଜେପି ଦଳ ରେ ସାମିଲ ହେବାସହ ଅଞ୍ଚଳ ର ଲୋକମାନଂକସେବା କରିବାକୁ ମନବଳାଇଥିବା କହିଥିଲେ l
ସେ ବିଜେପି ଟିକେଟ ଲବି ରେ ଅଛନ୍ତି ଆଉଟିକେଟ ମିଳିଲେସେ ଲୋକସଭା ପ୍ରାର୍ଥୀ ରୂପେ ପ୍ରତିଦ୍ବନ୍ଦିତା କରିବା ପାଇଁ ଆଗ୍ରହୀ ଥିବା କଥା ବକ୍ତବ୍ୟ ମାଧ୍ୟମରେ ନିଜମତ ରଖିଥିଲେ l ଏହାକୁ ଉପସ୍ଥିତ ସମସ୍ତ ବୁଦ୍ଧିଜୀବୀ, ଅବସର ପ୍ରାପ୍ତ ସେନା କର୍ମଚାରୀ, ବରିଷ୍ଠନାଗରିକ ମାନେ ସମର୍ଥନ କରିବା ସହ ସହଯୋଗ କରିବେ ବୋଲି ଏକ ସ୍ୱରରେ କହିଥିଲେ l ଆଗାମୀ ଦିନରେ ସମସ୍ତ ବ୍ଲକ ଓ ପଂଚାୟତ ସ୍ତରରେ ବିଭିନ୍ନ ଶ୍ରେଣୀ ର ଲୋକ, ବୁଦ୍ଧିଜୀବୀ, ସଂଗଠକ, ସମାଜସେବୀ, ବରିଷ୍ଠନାଗରିକ, ମାନଙ୍କୁ ନେଇ ବୈଠକ କରାଯାଇ ଆଲୋଚନାକରାଯିବାଲାଗି ନିଷ୍ପତି ହୋଇଛି l
ଅନ୍ୟମାନଙ୍କ ମଧ୍ୟରେ ଲଖ୍ଣଣ ଝାଙ୍କର, ବଳରାମ ବିଶୋଇ, ହଳ ପାଣି ସେଠି, ସୁବାସ କହଁର, ବି କେ ପ୍ରଧାନ, ମୋହନ ପ୍ରଧାନ, ପ୍ରଣବ ନାୟକ, ଓକିଲ ସଙ୍ଘ ସଭାପତି ଭଗବାନ ମହାନ୍ତି, ସଚି ପାଢ଼ୀ, ତୁଷାର ବେହେରା, ଅବସରପ୍ରାପ୍ତ ରେଞ୍ଜର, ସୁଦର୍ଶନ ବେହେରା, ସନ୍ତୋଷ ସାହୁ, ପ୍ରଦୀପପଣ୍ଡା, ଳକ୍ଷ୍ମୀ ଧର ବଗର୍ତି ପ୍ରମୁଖଙ୍କ ସମେତ ଅନ୍ୟମାନେ ଉପସ୍ଥିତଥିଲେ l

Share this

Related Posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views |0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର…

Udaya_Labanya | June 8, 2023 | 8 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ…

Leave a Reply

Your email address will not be published. Required fields are marked *

Archives

Categories