ଜଙ୍ଗଲ ସୁରକ୍ଷା ନେଇ ଲୋକଙ୍କୁ
ବୁଲି ବୁଲି ସଚେତନ କରୁଛନ୍ତି ରେଞ୍ଜର

Udaya_Labanya | April 26, 2023 | 28 views |0 | Breaking News , District


ଫୁଲବାଣୀ (ସୁନୀଲ ପଟନାୟକ )

ଦିନକୁ ଦିନମୂଲ୍ୟବାନ ଜଙ୍ଗଲ ସବୁ କ୍ଷୟ ହେଉଥିବାରୁ ଏସବୁ ମୂଲ୍ୟବାନ ଜଙ୍ଗଲ କୁ ସୁରକ୍ଷା କରିବା ଓ ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା କରିବା, ବ୍ୟାପକ ବୃକ୍ଷ ରୋପଣ ନେଇବାଲି ଗୁଡା ବନବିଭାଗ ଅନ୍ତର୍ଗତ କୋଟଗଡ଼ ରେଞ୍ଜର ଓ କର୍ମଚାରୀ ଏବେ ନୂଆ ନୂଆ ତରିକା ଆପଣାଇଛନ୍ତି l
କୋଟଗଡ଼ ଯୁବ ରେଞ୍ଜର ସୂର୍ଯ୍ୟ କାନ୍ତ
ବେହେରା ଙ୍କ ନେତୃତ୍ବରେ ବନ କର୍ମଚାରୀ ମାନେ କୋଟଗଡ଼ ବଜାର ଓ ହାଟ ରେ ବୁଲି ବୁଲି ଲୋକଙ୍କୁ ସଚେତନ କରିବା ସହ ଲୀଫ ଲେଟସ ମଧ୍ୟ ବାଣ୍ଟୁଥିବା ଦେଖାଯାଉଛି lକେତେବେଳେ ଚାଲିଚାଲି ତ ଆଉ କେତେବେଳେ ସାଇକଲ ରେ ବୁଲି ବୁଲି ସଚେତନକରୁଥିବା ମଧ୍ୟ ଦେଖିବାକୁ ମିଳୁଛି l ଏଥିରେ ସ୍ଥାନୀୟ ଲୋକଙ୍କ ଭଲ ସମର୍ଥନ ମଧ୍ୟମିଳୁଛି ବୋଲି ରେଞ୍ଜର ବେହେରା କହିଛନ୍ତି l
ଚଳିତ ବର୍ଷ କୋଟଗଡ଼ ବନାଞ୍ଚଳ ରେ ବ୍ୟାପକ ଭାବେ ନିଆଁ ଲାଗିବା ଫଳରେ ବହୁମୂଲ୍ୟ ଜଙ୍ଗଲ ନଷ୍ଟ ହେବାସହ ଲିଭାଇବା ପାଇଁ ଡି ଏଫଓ ଙ୍କ ସମେତ ରେଞ୍ଜର,ବନ କର୍ମଚାରୀ, ସ୍ବେଛାସେବୀ, ଜଙ୍ଗଲ ସୁରକ୍ଷା ସମିତି ସଦସ୍ୟ ଙ୍କୁ ଦୁଇଦିନ ଦୁଇରାତି ନାକେଦମ ହେବାକୁ ପଡିଥିଲା l ପୂର୍ବରୁ ଏଠାରେ ଗୀତ ନାଚ ମାଧ୍ୟମରେ ସଚେତନ କରାଯାଇଥିଲେ ମଧ୍ୟ
ଲୋକଙ୍କୁ ଅଧିକ ସଚେତନ କରିବା ଲାଗି ରେଞ୍ଜର ବେହେରା ଡ଼ିଏଫ ଓ ବିଶ୍ୱ ରାଜ ପଣ୍ଡା ଙ୍କ ପରାମର୍ଶ କ୍ରମେ ଏଭଳି ସଚେତନତା କାର୍ଯ୍ୟକ୍ରମ ନିଜେହାତକୁ ନେଇଥିବାକୁହାଯାଉଛି l ରେଞ୍ଜର ବେହେରା ଏଠାରେ ଯୋଗ ଦେବା ପର ଠାରୁ ଜଙ୍ଗଲ ସୁରକ୍ଷା, ବୃକ୍ଷରୋପଣ, ବନ୍ୟ ଜନ୍ତୁ ସୁରକ୍ଷା ଉପରେ ଯଥେଷ୍ଟ ଗୁରୁତ୍ୱ ଦେଉଥିବା ସହ ବନ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ସୁଫଳ ଯେପରି ଲୋକେ ପାଇବେ ଓ ସେମାନଙ୍କ ର ସାମାଜିକ ଓ ଅର୍ଥନୈତିକ ଉନ୍ନତି ହେଵ ଆଉ ସେମାନେ ଯେପରି ସ୍ୱାବଲମ୍ବୀ ହୋଇପାରିବେ ସେଥିପ୍ରତି ଗୁରୁତ୍ୱ ଦେଉଛନ୍ତି lଫଳରେ ସ୍ଥାନୀୟ ଲୋକେ ଖୁସି ବ୍ୟକ୍ତ କରୁଥିବା କହିଛନ୍ତି l

Share this

Related Posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views |0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର…

Udaya_Labanya | June 8, 2023 | 8 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ…

Leave a Reply

Your email address will not be published. Required fields are marked *

Archives

Categories