ଫୁଲବାଣୀ ବ୍ଲକ ଅଧ୍ୟକ୍ଷା ଙ୍କ ସ୍ୱାମୀ ଙ୍କ ଅକାଳ ବିୟୋଗ

Udaya_Labanya | April 26, 2023 | 21 views |0 | District


ଫୁଲବାଣୀ ସୁନୀଲ ପଟନାୟକ )
ବୁଧବାର ସକାଳୁ ଫୁଲବାଣୀ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା କହଁର ଙ୍କ ସ୍ୱାମୀ ପ୍ରଦୀପ କହଁର ଙ୍କ ଅକାଳ ବିୟୋଗ ଘଟିଛି l ପ୍ରଦୀପ ଭୋର ଚାରିଟା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାପରେ ତାଙ୍କୁ ତୁରନ୍ତଚିକିତ୍ସା ପାଇଁ ଫୁଲବାଣୀ ସଦରମହକୁମା ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା l ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ lମୃତ୍ୟୁ ବେଳକୁ ତାଙ୍କୁ ପାଖାପାଖି ପଇଁଚାଳିଶ ବର୍ଷ ହୋଇଥିଲା l ସେ ଜଣେ ଭଦ୍ର, ମେଳାପୀ, ପରୋପକାରୀ, ଉଦାର ହୃଦୟ ର ବ୍ୟକ୍ତି ଥିଲେ lତାଙ୍କର ମୃତ୍ୟୁ ରେ ବିଡ଼ିଓ ପ୍ରବୀଣ କୁମାର ବାଣୁଆ, ବ୍ଲକ ଉପାଧ୍ୟକ୍ଷ, ଏ ବିଡ଼ିଓ, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରଣବ କୁମାରପରିଡା, ଙ୍କ ସମେତ ସମସ୍ତ କର୍ମଚାରୀ, ବିଜେଡି ଜିଲ୍ଲା ସଭାପତି ସରୋଜ କର୍ଣ, ପର୍ଯ୍ୟ ବେକ୍ଷକ ତଥା ରାଜ୍ୟ ବିଜେଡି ନେତା ବିଜୟ ନାୟକ, କାଉନ୍ସିଲର ତଥା ଯୁବ ନେତା ରାଜେନ୍ଦ୍ର ପାଢ଼ୀ, ନଗର ବିଜେଡି ସଭାପତି ବିମଳ ବେହେରା, ବିଜେଡି ସଂଖ୍ୟା ଲଘୁ ନେତା ମହମଦ ୟାସୀନ., ପ୍ରେସ କ୍ଲବ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସଂଗେ ସଂଗେ ଅ ମର ଆତ୍ମା ର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି l

Share this

Related Posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views |0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର…

Udaya_Labanya | June 8, 2023 | 8 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ…

Leave a Reply

Your email address will not be published. Required fields are marked *

Archives

Categories