ଜାଗା ମିଶନ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଜିଲ୍ଲାପାଳଙ୍କୁ ଗୁହାରୀ

Udaya_Labanya | April 28, 2023 | 15 views |0 | Breaking News , District


ଢେଙ୍କାନାଳ( ଉଲ୍ଲାପ୍ର )ଢେଙ୍କାନାଳ ପୌରାଂଚଳ, ୱାର୍ଡ ନଂ-୯ ଯଦୁପତି ବିହାରର ଅଧିବାସୀମାନେ ଓଡ଼ିଶା ବସ୍ତିବାସୀନ୍ଧା ଭୂ-ଅଧୀକାର ନିୟମ ୨୦୧୭ ଅନୁଯାୟୀ ଜାଗା ମିଶନ ଯୋଜନାରେ ଅନ୍ତର୍ଭୁକ୍ତ ହେବା ନିମନ୍ତେ ସାହିବା ସୀନ୍ଦା ଜିଲ୍ଲାପାଳଙ୍କୁ ଲିଖିତ ଦରଖାସ୍ତ ଦେଇ ଗୁହାରୀ ଜଣାଇଛନ୍ତି । ପ୍ରକାଶ ଯେ, ସାହିବାସୀନ୍ଦା କହିବା ମୁତାବକ ବହୁବର୍ଷ ଧରି ସରକାରୀ ଜମିରେ ରହିଆସୁଛନ୍ତି, ହେଲେ ଦୁଃଖର ବିଷୟ ଏପର୍ଯ୍ୟନ୍ତ ପୌରପରିଷଦ ତାଙ୍କୁ ସରକାରଙ୍କ ଜାଗା ମିଶନରେ ଅନ୍ତର୍ଭୁକ୍ତ କରାଯାଇନାହିଁ। ଯାହାଫଳରେ ସେମାନେ ଭୂ-ଅଧିକାର ପ୍ରମାଣପତ୍ର ପାଇବାରୁ ବଂଚିତ ହୋଇଛନ୍ତି । ତେଣୁ ସାହିର ଜୁନିଆ ନାଏକ, ହବିଶୀ ଜେନା, ସଙ୍ଗୀତା ଜେନା, ଝିଲି ଜେନା, ମାମିନା ଜେନା, ରଶ୍ମିତା ନାଏକ, କୁନି ଜେନା, ଲତା ନାଏକ, ମିରା ନାଏକ, ରଜନୀ ଜେନା, କବିତା ଜେନା, କାମିନୀ ଜେନା, ଛବି ଜେନା, ଗୁଲାପ ନାୟକ, ସୁଜାତା ନାୟକ, ରଞ୍ଜନ ଜେନା, ସଞ୍ଜୁ ଜେନା ଓ ସୁମି ନାୟକ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଜାଗା ମିଶନରେ ଅନ୍ତର୍ଭୁକ୍ତ କରିବା ପାଇଁ ପତ୍ର ମାଧ୍ୟମରେ ଚହାରୀ ଜଣାଇଛନ୍ତି ।

Share this

Related Posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views |0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର…

Udaya_Labanya | June 8, 2023 | 8 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ…

Leave a Reply

Your email address will not be published. Required fields are marked *

Archives

Categories